Posted inଖେଳ

ଫୁଟ୍‌ବଲର ଆଲ୍‌ଭେସ୍‌ ସ୍ପେନ୍‌ରେ ଗିରଫ

ବାର୍ସିଲୋନା,୨୧।୧ (ଏପି): ବ୍ରାଜିଲ ଫୁଟ୍‌ବଲ ଖେଳାଳି ଡାନି ଆଲ୍‌ଭେସ୍‌ ଶୁକ୍ରବାର ଗିରଫ ହୋଇଛନ୍ତି। ସ୍ପେନ୍‌ରେ ସେ ଜଣେ ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୩୧ରେ ବାର୍ସିଲୋନାସ୍ଥିତ ଏକ ନାଇଟ୍‌ କ୍ଲବରେ ଘଟିଥିଲା। ଆଲ୍‌ଭେସ୍‌ଙ୍କୁ କୋର୍ଟରେ ହାଜର କରାଯିବ। ୩୯ ବର୍ଷୀୟ ଆଲଭେସ୍‌ ଜଣେ ଅନ୍ୟତମ ସଫଳ ଫୁଟ୍‌ବଲ ଖେଳାଳି। ସେ ତାଙ୍କ ଲମ୍ବା କ୍ୟାରିୟରରେ ବହୁ ଏଲିଟ୍‌ କ୍ଲବ ଯଥା ବାର୍ସିଲୋନା, ଜୁଭେଣ୍ଟସ ଓ ପ୍ୟାରିସ ସେଣ୍ଟ-ଜର୍ମେନ ସହ ଅନେକ ପ୍ରମୁଖ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ବର୍ତ୍ତମାନ ସେ ମେକ୍ସିକାନ କ୍ଲବ ପୁମାସ୍‌ ତରଫରୁ ଖେଳୁଛନ୍ତି। ଏହି ଡିଫେଣ୍ଡର ବାର୍ସିଲୋନାର ସୁବର୍ଣ୍ଣ ବର୍ଷ (୨୦୦୮-୧୬)ରେ ଦଳର ଜଣେ ପ୍ରମୁଖ ଖେଳାଳି ଥିଲେ। ସେ ଲିଓନେଲ ମେସିଙ୍କ ସହ ରାଇଟ୍‌ ଫ୍ଲାଙ୍କ୍‌ରେ ଖେଳୁଥିଲେ। କାଟାଲାନ କ୍ଲବ ସହ ସେ ୩ଥର ଚାମ୍ପିୟନ୍ସ ଲିଗ୍‌ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବରେ ଚହଳ! ପୁଟିନ ମୋଦିଙ୍କ ପ୍ରଶଂସା କରିବା ପରେ ଟ୍ରମ୍ପ କହିଦେଲେ ଏତେ ବଡ଼ କଥା, ଫାଇଦା ଉଠାଇଛି….

ଓ୍ବାଶିଂଟନ,୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏବଂ…

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri