ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାଷୀଙ୍କ ଆଢୁଆଳରେ ଆନ୍ଦୋଳନ କରୁଛନ୍ତି

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଚାଷୀଙ୍କୁ ଦିଆଯାଉଥିବା ଟୋକନ ଏବଂ ଧାନକିଣାରେ ଅନିୟମିତତା ହେଉଥିବା ନେଇ କେତେକ ସଂଗଠନ ଚାଷୀଙ୍କ ନାମରେ ନିଜର ନ୍ୟସ୍ତ ସ୍ବାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଧାନକିଣାରେ ସ୍ବଚ୍ଛତା ଆଣିବା ସକାଶେ ପ୍ରତ୍ୟେକ ଜିଲାପାଇଁ ଜଣେ ଲେଖାଏ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଯଦି କୌଣସି ଚାଷୀଙ୍କର ସମସ୍ୟା ଥିବ ତେବେ ସେହି ଅଧିକାରୀମାନେ ତାହାର ସମାଧାନ କରିବେ। ଯଦି କୌଣସି ସ୍ଥାନରେ ଅନିୟମିତତା ହେଉଛି ତେବେ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇବାକୁ ମନ୍ତ୍ରୀ କୃଷକ ସଂଗଠନ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ଜଳସେଚିତ ଜମି ପାଇଁ ୧୯ କୁଇଣ୍ଟାଲ ଓ ଅଣ ଜଳସେଚିତ ଜମି ପାଇଁ ପାଇଁ ୧୨ କୁଇଣ୍ଟାଲ ଧାର୍ଯ୍ୟ କରାଯାଇଛି। ଧାନ କିଣା ନେଇ ଜିଲାସ୍ତରୀୟ କମିଟି ନିଷ୍ପତ୍ତି ନେଇ ପାରିବେ। ବର୍ତ୍ତମାନ ସୁଧା ୧୬ ଜିଲାରେ ୫୬ ପ୍ରତିଶତ ଧାନ କିଣା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଅନ୍‌ଲାଇନ୍‌ ଟୋକନ ପାଇ ନାହାନ୍ତି ସେମାନଙ୍କ ଜମି, ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ଯାଞ୍ଚ କରି ଟୋକନ ଯୋଗାଇ ଦିଆଯିବ। ଏ ନେଇ ଜିଲାପାଳଙ୍କୁ ନିଦ୍ଦେର୍’ଶ ଦିଆଯାଇଛି। ଯାଞ୍ଚ ଶେଷ ହେବାର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟୋକନ ମିଳିବ ବୋଲି ସେ କହିଛନ୍ତି। ଧାନ କିଣା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଡିସେମ୍ବର ୫ ମଧ୍ୟରେ ୧୬ ଜିଲାରୁ ୭୧, ୭୪୪ ଚାଷୀଙ୍କ ଠାରୁ ୪ ଲକ୍ଷ ୬୮ ହଜାର ୧୧୦ ମେଟିକ ଟନ ଧାନ କିଣାଯାଇଛି। ଏବାବଦରେ ଚାଷୀଙ୍କ ଆକାଉଣ୍ଟକୁ ୫୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବାକି ଥିବା ୧୪ ଜିଲାରେ ଜିଲାସ୍ତରୀୟ ଧାନ କିଣା କମିଟି ବୈଠକ ପରେ ଧାନ ସଂଗ୍ରଂହ ଆରମ୍ଭ ହେବ । ବରଗଡ ଜିଲାରୁ ସର୍ବାଧିକ ୨,୩୨,୮୩୪ ମେଟ୍ରିକ୍‌ଟନ୍‌ ଧାନ ସଂଗ୍ରହ କରାଯାଇଥିବା ବେଳେ ସମ୍ବଲପୁର ୭୨,୮୧୩, କଳାହାଣ୍ଡି ୫୯,୧୪୭, ସୋନପୁର ୩୨,୮୦୫, ବଲାଙ୍ଗୀର ୨୧୦୦୦, ନୂଆପଡା ୧୯,୧୦୦ ଏବଂ କୋରାପୁଟରୁ ୧୩୩,୭୦୦ ମେଟ୍ରିକ ଟନ ଧାନ କ୍ରୟ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଥାନା ଅଧିକାରୀ ଗିରଫ

ଢେଙ୍କାନାଳ ଅଫିସ,୨୬।୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଯୌତୁକ ଜନିତ ନିର୍ଯାତନା ମାମଲାରେ ୩୦୭...

ଆଜି କ୍ୟାବିନେଟ୍‌

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରେ ବସିବାକୁ ଥିବା ଏହି ବୈଠକରେ...

ମଦ ଦୋକାନରେ ଭିଡ଼, କଟକଣାକୁ ବେଖାତିର

ପୁରୁଣା ଭୁବନେଶ୍ୱର, ୧୯।୩ (ଡି.ଏନ.ଏ.): କରୋନା ଭୂତାଣୁ କବଳରୁ ମୁକ୍ତ ନେଇ ନିଜକୁ ନିଜେ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ...

ହୋମଗାର୍ଡଙ୍କ ଉପରେ ଚଢେଇ ଦେଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ଚିତ୍ରକୋଣ୍ଡା,୨୮।୧(ଡି.ଏନ.ଏ.): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଅଞ୍ଚଳରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।...

୩ ବର୍ଷରେ ଖର୍ଚ୍ଚ ହେବ ୧୮୦୦ କୋଟି

ଭୁବନେଶ୍ୱର,୨୩।୮(ବ୍ୟୁରୋ): ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରାମାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ର ଗାଇଡ୍‌ଲାଇନରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି...

ଫେରିବ କରୋନା କଟକଣା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କରୋନାର ସାମ୍ଭାବ୍ୟ ପରିସ୍ଥିତି ଏବଂ ତୃତୀୟ ଲହରକୁ ନଜରରେ ରଖି ସରକାର ପୁଣି ତତ୍ପରତା ଦେଖାଇଛନ୍ତି। ଏଣିକି ପୂର୍ବଭଳି କରୋନା କଟକଣା କଡ଼ାକଡ଼ି ଭାବେ...

ବିନା ଅନୁମତିରେ ଲୁହା ତରଳା କାରଖାନା, ଉତ୍କଟ ପ୍ରଦୂଷଣରେ ନୟାନ୍ତ ଅଞ୍ଚଳବାସୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ.ଏ.),୭ା୧୧: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟୋଜିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ଅଧିକାରୀମାନେ ଯାଜପୁର ଜିଲା ପାଇଁ ଆଖି ବୁଜିଦେଇଛନ୍ତି। ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ...

ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ କମ୍ୟୁନିଟି ରେଡିଓ

ଭୁବନେଶ୍ୱର, ୧-୧(ବ୍ୟୁରୋ): ଓଡ଼ିଶାର ପ୍ରତି ବ୍ଲକରେ କମ୍ୟୁନିଟି ରେଡିଓ ସ୍ଥାପନ କରିବା ଲକ୍ଷ୍ୟରେ ମଙ୍ଗଳବାର ଆରମ୍ଭ ହୋଇଛି ମିଶନ୍‌ ସି.ଆର୍‌. ୩୧୪। ଆକ୍ସନଏଡ୍‌ ସହଯୋଗରେ ୟଙ୍ଗ...

Advertisement
Archives

Model This Week