ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାଷୀଙ୍କ ଆଢୁଆଳରେ ଆନ୍ଦୋଳନ କରୁଛନ୍ତି

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଚାଷୀଙ୍କୁ ଦିଆଯାଉଥିବା ଟୋକନ ଏବଂ ଧାନକିଣାରେ ଅନିୟମିତତା ହେଉଥିବା ନେଇ କେତେକ ସଂଗଠନ ଚାଷୀଙ୍କ ନାମରେ ନିଜର ନ୍ୟସ୍ତ ସ୍ବାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଧାନକିଣାରେ ସ୍ବଚ୍ଛତା ଆଣିବା ସକାଶେ ପ୍ରତ୍ୟେକ ଜିଲାପାଇଁ ଜଣେ ଲେଖାଏ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଯଦି କୌଣସି ଚାଷୀଙ୍କର ସମସ୍ୟା ଥିବ ତେବେ ସେହି ଅଧିକାରୀମାନେ ତାହାର ସମାଧାନ କରିବେ। ଯଦି କୌଣସି ସ୍ଥାନରେ ଅନିୟମିତତା ହେଉଛି ତେବେ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇବାକୁ ମନ୍ତ୍ରୀ କୃଷକ ସଂଗଠନ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ଜଳସେଚିତ ଜମି ପାଇଁ ୧୯ କୁଇଣ୍ଟାଲ ଓ ଅଣ ଜଳସେଚିତ ଜମି ପାଇଁ ପାଇଁ ୧୨ କୁଇଣ୍ଟାଲ ଧାର୍ଯ୍ୟ କରାଯାଇଛି। ଧାନ କିଣା ନେଇ ଜିଲାସ୍ତରୀୟ କମିଟି ନିଷ୍ପତ୍ତି ନେଇ ପାରିବେ। ବର୍ତ୍ତମାନ ସୁଧା ୧୬ ଜିଲାରେ ୫୬ ପ୍ରତିଶତ ଧାନ କିଣା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଅନ୍‌ଲାଇନ୍‌ ଟୋକନ ପାଇ ନାହାନ୍ତି ସେମାନଙ୍କ ଜମି, ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ଯାଞ୍ଚ କରି ଟୋକନ ଯୋଗାଇ ଦିଆଯିବ। ଏ ନେଇ ଜିଲାପାଳଙ୍କୁ ନିଦ୍ଦେର୍’ଶ ଦିଆଯାଇଛି। ଯାଞ୍ଚ ଶେଷ ହେବାର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟୋକନ ମିଳିବ ବୋଲି ସେ କହିଛନ୍ତି। ଧାନ କିଣା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଡିସେମ୍ବର ୫ ମଧ୍ୟରେ ୧୬ ଜିଲାରୁ ୭୧, ୭୪୪ ଚାଷୀଙ୍କ ଠାରୁ ୪ ଲକ୍ଷ ୬୮ ହଜାର ୧୧୦ ମେଟିକ ଟନ ଧାନ କିଣାଯାଇଛି। ଏବାବଦରେ ଚାଷୀଙ୍କ ଆକାଉଣ୍ଟକୁ ୫୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବାକି ଥିବା ୧୪ ଜିଲାରେ ଜିଲାସ୍ତରୀୟ ଧାନ କିଣା କମିଟି ବୈଠକ ପରେ ଧାନ ସଂଗ୍ରଂହ ଆରମ୍ଭ ହେବ । ବରଗଡ ଜିଲାରୁ ସର୍ବାଧିକ ୨,୩୨,୮୩୪ ମେଟ୍ରିକ୍‌ଟନ୍‌ ଧାନ ସଂଗ୍ରହ କରାଯାଇଥିବା ବେଳେ ସମ୍ବଲପୁର ୭୨,୮୧୩, କଳାହାଣ୍ଡି ୫୯,୧୪୭, ସୋନପୁର ୩୨,୮୦୫, ବଲାଙ୍ଗୀର ୨୧୦୦୦, ନୂଆପଡା ୧୯,୧୦୦ ଏବଂ କୋରାପୁଟରୁ ୧୩୩,୭୦୦ ମେଟ୍ରିକ ଟନ ଧାନ କ୍ରୟ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri