ଖାଦ୍ୟାଭାବ ଓ ଦେଶାନ୍ତର

୨୦୨୫ ମସିହା ପ୍ରଥମାର୍ଦ୍ଧରେ ପାଖାପାଖି ୨୦,୦୦୦ ଲୋକ ଛୋଟ ଡଙ୍ଗାରେ ଇଂଲିଶ୍‌ ଚ୍ୟାନେଲ ପାର ହୋଇ ଇଂଲଣ୍ଡକୁ ଆସିଛନ୍ତି ଏବଂ ଗତବର୍ଷ ଏହି ଅବଧିରେ ଯେତିକି ଲୋକ ଆସିଥିଲେ, ତାହା ତୁଳନାରେ ୪୮% ବୃଦ୍ଧି ଘଟିଛି। ଏହାସହ ୨୦୨୪ ପ୍ରାରମ୍ଭରୁ ଏଯାବତ୍‌ ଲିବ୍ୟାରୁ ଗ୍ରୀସ୍‌କୁ ଦେଶାନ୍ତର ହୋଇଥିବା ଲୋକଙ୍କ ସଂଖ୍ୟା ୧୭୩% ବୃଦ୍ଧିପାଇଛି। ଦେଶାନ୍ତର ଗମନ ବନ୍ଦ କରିବା ପାଇଁ ପାଶ୍ଚାତ୍ୟ ନେତାମାନେ ସୀମାରେ ନିୟମ ଦୃଢ଼ କରିବା ସହ ସୀମାନ୍ତ ଦେଶଗୁଡ଼ିକ ସହ ଚୁକ୍ତି କରୁଛନ୍ତି। ୟୁରୋପୀୟ କମିଶନ୍‌ର ଅଧ୍ୟକ୍ଷ ଉର୍ସୁଲା ଭୋଣ୍ଡର ଲିୟେନ ଉପମହାଦେଶର ସବୁଆଡ଼େ ସୀମାକୁ ନିୟନ୍ତ୍ରଣ କରିବା ଲାଗି ଆହ୍ବାନ ଦେଇଛନ୍ତି। ଏହାସହ ଇଂଲଣ୍ଡ ପ୍ରଧାନମନ୍ତ୍ରୀ କେଏର ଷ୍ଟାର୍ମର ବେଆଇନ ସୀମାପାରକୁ ଉତ୍ସାହିତ କରୁଥିବା ଗୋଷ୍ଠୀଙ୍କ ସମ୍ପୂର୍ଣ୍ଣ ଦମନ କରିବା ପାଇଁ ସଙ୍କଳ୍ପ ନେଇଛନ୍ତି।
୧୯୯୦ ପରଠାରୁ ଅନ୍ତର୍ଜାତୀୟ ସ୍ତରରେ ଦେଶାନ୍ତର ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ି ପାଖାପାଖି ଦୁଇଗୁଣ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନ ବିପଦ ଯୋଗୁ ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି। ଏବକାର ଦେଶାନ୍ତର ଧାରା ନେତାଙ୍କ ପ୍ରତି ଏକ ସତର୍କଘଣ୍ଟି ଏବଂ ସେମାନେ ସ୍ବୀକାର କରିବା ଉଚିତ ଯେ, ଏହା କେବଳ ଏକ ପ୍ରାରମ୍ଭିକ ଝଟକା। ପଦକ୍ଷେପ ସ୍ବରୂପ, ଜଳବାୟୁଜନିତ ସଂଘର୍ଷ ଓ ବିପର୍ଯ୍ୟୟ ଦ୍ୱାରା ଦେଶାନ୍ତର ଲୋକଙ୍କ ସଂଖ୍ୟାବୃଦ୍ଧିକୁ ରୋକିବା ଲାଗି କୌଣସି ସ୍ବଳ୍ପକାଳୀନ କଟକଣା ପର୍ଯ୍ୟାପ୍ତ ହେବ ନାହିଁ। ଏହା ବଦଳରେ ସରକାରଗୁଡ଼ିକ ଦେଶାନ୍ତରର ମୂଳ କାରଣ ଉପରେ ବିଚାର କରିବା ଉଚିତ। ସେହିସବୁ ମଧ୍ୟରେ ପ୍ରମୁଖ କାରଣ ହେଉଛି ଖାଦ୍ୟ ଅସୁରକ୍ଷା। ଜଳବାୟୁ ପରିବର୍ତ୍ତନ କୃଷି ଉତ୍ପାଦନକୁ ଭୀଷଣ କ୍ଷତି କରୁଥିବାରୁ ଖାଦ୍ୟ ଅସୁରକ୍ଷା ବୃଦ୍ଧି ପାଉଛି। ଆଫ୍ରିକାରେ ଏହି ସ୍ଥିତି ସବୁଠୁ ଗମ୍ଭୀର ଏବଂ ନିକଟରେ ଏହା ସବୁଠୁ ଉତ୍ତପ୍ତ ଦଶନ୍ଧିକୁ ସାମ୍ନା କରିଛି। ୨୦୨୩ରେ, ୪୦ ବର୍ଷ ମଧ୍ୟରେ କେନିଆ ଭୟଙ୍କର ମରୁଡ଼ି କବଳରେ ପଡ଼ିଥିଲା। ତା’ ପରବର୍ଷ ଆଫ୍ରିକା ମହାଦେଶର ଦକ୍ଷିଣାଞ୍ଚଳ ଶତାବ୍ଦୀର ଭୟଙ୍କର ମରୁଡ଼ିକୁ ସାମ୍ନା କରିଥିଲା। ଏହା ଯୋଗୁ ଜାମ୍ବିଆ ଓ ଜିମ୍ବାଓ୍ବେରେ ମକା ଉତ୍ପାଦନ ଅଧାରୁ ଅଧିକ ହ୍ରାସ ପାଇଥିଲା। ୨୦୨୪ରେ ଦକ୍ଷିଣ ସୁଦାନରେ ପ୍ରଳୟଙ୍କରୀ ବନ୍ୟାରେ ୩ କୋଟିରୁ ଅଧିକ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଥିଲା। ଲଗାତର ଏବଂ ଗମ୍ଭୀର ପରିବେଶଗତ ବିପଦ ଯୋଗୁ ଭବିଷ୍ୟତରେ ଅଧିକ ଅସ୍ଥିରତା ସୃଷ୍ଟି ହୋଇପାରେ ଏବଂ ଯାହାର ସଙ୍କେତ ଏବକାର ବିପର୍ଯ୍ୟୟରୁ ମିଳୁଛି। ଆକଳନ କରାଯାଉଛି ମହାଦେଶର ଜନସଂଖ୍ୟା ୨୦୭୦ ସୁଦ୍ଧା ଦୁଇଗୁଣ ହେବ। ଯଦି ବିପର୍ଯ୍ୟୟ ଧାରା ଲାଗି ରହେ, ତେବେ ୨୦୫୦ ସୁଦ୍ଧା ଆଫ୍ରିକାର ଶସ୍ୟ ଉତ୍ପାଦନ ୧୮% ହ୍ରାସ ପାଇପାରେ। ଏଭଳି ସ୍ଥତିରେ କୃଷି ଉତ୍ପାଦନ ଶୀଘ୍ର ବୃଦ୍ଧି କରିବାର ଆବଶ୍ୟକତା ରହିଛି।
ଜଳବାୟୁ ପରିବର୍ତ୍ତନ ପ୍ରଭାବର ଦେଶାନ୍ତର ଲହରକୁ ଜାତୀୟ ସୀମାରେ କଡ଼ା ନିୟମ ଲାଗୁ କରି ରୋକି ହେବ ନାହିଁ। ଗ୍ରାମାଞ୍ଚଳରୁ ଅତ୍ୟଧିକ ଲୋକ ସହରାଞ୍ଚଳକୁ ସ୍ଥାନାନ୍ତର ହେବାରେ ଜଳବାୟୁଜନିତ ଖାଦ୍ୟାଭାବ ଏକ ପ୍ରମୁଖ କାରଣ ପାଲଟିଗଲାଣି। ଉତ୍ପାଦନ ହ୍ରାସ ପାଇବା ସହ ପାଣିପାଗର ନକାରାତ୍ମକ ପ୍ରଭାବ ଯୋଗୁ ଜୀବନଜୀବିକା କ୍ଷତି ହେଉଛି। ଫଳରେ ଅଧିକରୁ ଅଧିକ ଲୋକ ସୁରକ୍ଷା, ସ୍ଥାୟିତ୍ୱ ଏବଂ ଜୀବିକା ଅନ୍ବେଷଣରେ ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହେବେ। ସଂସାଧନ ଶେଷ କରିବାକୁ ଚାଲିିଥିବା ପ୍ରତିଯୋଗିତା ରାଜନୈତିକ ଅସ୍ଥିରତା ଏବଂ ହିଂସାତ୍ମକ ସଂଘର୍ଷ ସୃଷ୍ଟି କରିବ, ଯାହା ଅଧିକରୁ ଅଧିକ ଲୋକଙ୍କୁ ଦେଶାନ୍ତର ହେବା ସକାଶେ ବାଧ୍ୟ କରିବ। ଏବେ ଖାଦ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଥିବାରୁ ପଦକ୍ଷେପ ନେବା ଲାଗି ସରକାରଗୁଡ଼ିକ ଉପରେ ଚାପ ପଡ଼ିଲାଣି। ଆହ୍ବାନପୂର୍ଣ୍ଣ ପରିସ୍ଥିତିରୁ ମୁକୁଳିବା ପାଇଁ ଅନ୍ତର୍ଜାତୀୟ ସହଯୋଗ ଏବଂ ଜଳବାୟୁ ସହନୀୟ କୃଷି ଲୋଡ଼ା ଏବଂ ଏସବୁ ବୈଶ୍ୱିକ ସ୍ଥାୟିତ୍ୱ ନିଶ୍ଚିତ କରିବାର ସବୁଠୁ ପ୍ରଭାବୀ ଉପାୟ। ପାଶ୍ଚାତ୍ୟ ନେତାମାନେ ସବୁଆଡ଼େ ଜଳବାୟୁ ସହନୀୟ କୃଷିକୁ ବ୍ୟାପକ କରିବା ନିମନ୍ତେ ପଦକ୍ଷେପ ନେବା ଦରକାର। ବିପର୍ଯ୍ୟୟ ପୂର୍ବରୁ ସତର୍କ କରିବାର ବ୍ୟବସ୍ଥା, ଅଧିକ ମରୁଡ଼ି ପ୍ରତିରୋଧୀ ଶସ୍ୟ ଚାଷ ଏବଂ ପରିବେଶ ଉପଯୋଗୀ କୃଷିକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ସବୁ ସମାଧାନର ଉପାୟ ବ୍ୟାପକ ଭାବେ ଉପଲବ୍ଧ କରାଇବା ପାଇଁ ବିତ୍ତୀୟ ଓ ପ୍ରଯୁକ୍ତିଗତ ବାଧାଗୁଡ଼ିକୁ ହଟାଇବାକୁ ପଡ଼ିବ; କାରଣ କୃଷକମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରପାତି, ଜ୍ଞାନ ଏବଂ ପୁଞ୍ଜିର ଘୋର ଅଭାବ ରହିଛି।
ନୀତି ନିର୍ଦ୍ଧାରକ ଓ ଅନ୍ତର୍ଜାତୀୟ ବିତ୍ତୀୟ ସଂସ୍ଥାଗୁଡ଼ିକ ଏହିସବୁ ପଦକ୍ଷେପର ଅଗ୍ରଗତି ଉପରେ ଗୁରୁତ୍ୱ ଦେବା ଦରକାର। ଉଦାହରଣ ସ୍ବରୂପ, ସାଟେଲାଇଟ୍‌ ଓ ପାଣିପାଗ ତଥ୍ୟ ସମସ୍ତଙ୍କ ପାଖରେ ପହଞ୍ଚାଇଲେ ପୂର୍ବ ସତର୍କ ବ୍ୟବସ୍ଥା ମଜଭୁତ ହେବ। ଏହା କୃଷି ଉତ୍ପାଦନର ସୁରକ୍ଷା ପାଇଁ କୃଷକ ଓ ସରକାରକୁ ଠିକ୍‌ ସମୟରେ ପ୍ରତିଷେଧାତ୍ମକ ପଦକ୍ଷେପ ନେବାକୁ ସକ୍ଷମ କରାଇବ। କିନ୍ତୁ ଏବେ ସୁଦ୍ଧା ଆଫ୍ରିକାର ପାଖାପାଖି ୬୦ ପ୍ରତିଶତ ଲୋକଙ୍କ ନିକଟରେ ଏହିସବୁ ବ୍ୟବସ୍ଥା ପହଞ୍ଚତ୍ ନାହିଁ। ଏହି ପ୍ରତିଶତକୁ କମାଇବାକୁ ହେଲେ ଅନ୍ତର୍ଜାତୀୟ ସମୁଦାୟ ପରିବେଶ ଉପଯୋଗୀ କୃଷି ଉପରେ ଗୁରୁତ୍ୱ ଦେଉଥିବା ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର ଏବଂ ମଡେଲ ଫାର୍ମଗୁଡ଼ିକୁ ସହଯୋଗ କରିବା ଉଚିତ। କୃଷକଙ୍କୁ ଏ ସମ୍ପର୍କିତ ଜ୍ଞାନ ଯୋଗାଇଦେବା ଦରକାର।
ଦୀର୍ଘ ଦଶନ୍ଧି ହେଲା କୃଷି ଗବେଷଣା ଓ ବିକାଶ କ୍ଷେତ୍ରରେ ସରକାରୀ ପାଣ୍ଠି ହ୍ରାସ ପାଇଚାଲିଛି। ଜଳବାୟୁ ବିପଦ ତୀବ୍ର ହେଉଥିବାବେଳେ ଏହା ବୈଶ୍ୱିକ ନୂତନତ୍ୱ ପ୍ରବାହକୁ ଦୁର୍ବଳ କରିଦେଇଛି। ଏଣୁ ଏହି ସମୟରେ ପାଶ୍ଚାତ୍ୟ ସରକାରଗୁଡ଼ିକ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ପାଣ୍ଠି ଯୋଗାଣ ଉପରେ ପଦକ୍ଷେପ ନେବା ଦରକାର। ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟ୍‌ର ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି ଯେ, ଉଚ୍ଚ ଆୟ ବର୍ଗର ଦେଶଗୁଡ଼ିକରେ ଜଳବାୟୁ ସହନୀୟ ଶସ୍ୟ ଉପରେ ଗବେଷଣା ଚାଲିଥିବାବେଳେ ତାହା ବିକାଶଶୀଳ ଦେଶଗୁଡ଼ିକରେ ହୋଇପାରୁନାହିଁ, ଯେଉଁଠି ସେମାନେ ପାଣ୍ଠି ଓ ଗବେଷଣା ଲବ୍ଧ ଜ୍ଞାନରୁ ବଞ୍ଚିତ ହେଉଛନ୍ତି। ଏକ ଉଲ୍ଲେଖନୀୟ ସମାଧାନର ବାଟ ହେଉଛି ଏକ ବିକଶିତ ମାର୍କେଟର ପ୍ରତିବଦ୍ଧତା। ଏହି ବ୍ୟବସ୍ଥାରେ ସବୁ ସରକାର ଏବଂ ବିଶ୍ୱ ବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ନିର୍ଦ୍ଦିଷ୍ଟ ଉତ୍ପାଦ ପାଇଁ ଏକ ମାର୍କେଟ ସୃଷ୍ଟି କରିବାକୁ ସକ୍ଷମ ହେବେ। ଉତ୍ପାଦ କିଣିବା ଓ ସବ୍‌ସିଡିର ପ୍ରତିଶ୍ରୁତି ଦେଇ ଏହା କରାଯାଇପାରିବ। ଜଳବାୟୁ ସହନୀୟ ଶସ୍ୟ ପାଇଁ ଏହି ମଡେଲ ଲାଗୁ କଲେ ତାହା ଉତ୍ପାଦନ ବୃଦ୍ଧି ପାଇଁ ନିବେଶର ପଥ ଖୋଲି ଦେଇପାରେ ଏବଂ ଆଫ୍ରିକା ଓ ଅନ୍ୟ ଦେଶଗୁଡ଼ିକରେ କୃଷକଙ୍କ ପାଇଁ ଲାଭଦାୟକ ହେବ। ଜନସଂଖ୍ୟା ବୃଦ୍ଧି ଯୋଗୁ ଅଧିକ କୃଷି ଜମିର ଆବଶ୍ୟକତା ପଡ଼ୁଛି। ନୂତନତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତି ନ ରହିଲେ ଏବକାର ଖାଦ୍ୟ ବ୍ୟବସ୍ଥା ଭବିଷ୍ୟତର ଆବଶ୍ୟକତା ପୂରଣ କରିପାରିବ ନାହିଁ। ଏଣୁ ପର ପିଢ଼ିର ପ୍ରଯୁକ୍ତିକୁ ଗ୍ରହଣ କରି ତ୍ୱରିତ ସ୍ବୀକୃତି ଦେବା ସକାଶେ ନିୟାମକ ଢାଞ୍ଚାଗୁଡ଼ିକ ଅଧିକ ସକ୍ରିୟ କରାଯିବା ଦରକାର।
ଜଳବାୟୁ ପରିବର୍ତ୍ତନ ଯୋଗୁ କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଦୂର କରି ପୁନର୍ବାର ଉତ୍ପାଦନ ବୃଦ୍ଧି କରିବାକୁ ଦୃଢ଼ ପଦକ୍ଷେପ ନେବା କେବଳ ଏକ ବିକାଶର ବିଷୟ ନୁହେଁ, ବରଂ ଜଳବାୟୁଜନିତ ବିପର୍ଯ୍ୟୟ ବୃଦ୍ଧି ପାଉଥିବା ସମୟରେ ଏହା ଏକ ଭୂରାଜନୈତିକ ଆବଶ୍ୟକତା। ପ୍ରବାସନ ଓ ଶରଣାର୍ଥୀ ବଢୁଥିବା ପରିପ୍ରେକ୍ଷୀରେ ଦେଶାନ୍ତରର ମୂଳ କାରଣକୁ, ଅସ୍ଥିରତା ଓ ଖାଦ୍ୟ ଅସୁରକ୍ଷାକୁ ନିୟନ୍ତ୍ରଣ କରିବା ପାଇଁ ସୀମାଗୁଡ଼ିକୁ ମଜଭୁତ କରିବା ଏକ ବ୍ୟୟବହୁଳ ଏବଂ ଅପ୍ରଭାବୀ ପଦକ୍ଷେପ ହେବ। ଏକ ମୌଳିକ ତଥା ଭିନ୍ନ ପଦକ୍ଷେପ ବିନା ଏବେ ବଢ଼ୁଥିବା ଦେଶାନ୍ତର ସଙ୍କଟ ପୂର୍ବ ଭଳି ଲାଗି ରହିବ, ଯାହାକୁ କୌଣସି ସରକାର ରୋକିପାରିବେ ନାହିଁ।

ହର୍‌ମିଓ୍ବାନ ଡାସେ
ନୀତି ପରାମର୍ଶଦାତା, ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଗ୍ଲୋବାଲ ଚେଞ୍ଜ୍‌


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୯ଦିନ ସ୍କୁଲ ଛୁଟି, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ,୩।୮: ନର୍ସରୀରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଅଗଷ୍ଟ ୪ରୁ ଅଗଷ୍ଟ ୧୨ (ମୋଟ ୯ ଦିନ) ପର୍ଯ୍ୟନ୍ତ ବନ୍ଦ ରହିବ। ମାତ୍ର ଅନଲାଇନ୍ କ୍ଲାସ୍…

ପ୍ରଶାନ୍ତ କିଶୋରଙ୍କ ପ୍ରଚଣ୍ଡ ବିଜୟ ପରେ ଆସିଲା ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପ୍ରଥମ ପ୍ରତିକ୍ରିୟା, କହିଲେ…

ପାଟନା,୩।୮: ଜନ ସୁରାଜ ପାର୍ଟିର ସୂତ୍ରଧର ପ୍ରଶାନ୍ତ କିଶୋର ଭାଜପାର ପାରମ୍ପରିକ ଗଡ଼ ବାଙ୍କିପୁରରେ ଐତିହାସିକ ଏବଂ ବଡ଼ ବିଜୟ ହାସଲ କରିଛନ୍ତି। ଭୋଟ ଗଣନାର ପ୍ରଥମ…

ଉପନିର୍ବାଚନରେ ଫୁଟିପାରିଲାନି ପଦ୍ମ, ଏହି ସବୁ ସ୍ଥାନରେ ସାମ୍ନା କଲା ଶୋଚନୀୟ ପରାଚୟ

ନୂଆଦିଲ୍ଲୀ,୩।୮: ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି, ଯେଉଁଥିରେ କଂଗ୍ରେସ ବିଜୟୀ ହୋଇଛି। କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ଭାଜପା ପ୍ରାର୍ଥୀ ଆଶୁତୋଷ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ମନମୋହନ, କ୍ଷତିଗ୍ରସ୍ତଙ୍କୁ ଦେଲେ ଆଶ୍ୱାସନା

ଚାନ୍ଦବାଲି,୩।୮(କିଷାନ ପାତ୍ର): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୋମବାର ଭଦ୍ରକ ଜିଲାର ବନ୍ୟା ପ୍ରଭାବିତ ଚାନ୍ଦବାଲି ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖେରଙ୍ଗ ଓ…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ବିସ୍ଥାପିତ ନୀତି କାର୍ଯ୍ୟକାରୀ କରାଯାଉ: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଛତ୍ରପୁର,୩।୮(ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ଆଇଆରଇଏଲ୍‌ ପକ୍ଷରୁ ବିସ୍ଥାପିତ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଚିହ୍ନଟ ଜାଗାରେ ଘର ନିର୍ମାଣ ସହ ପୁର୍ନବାସ ବ୍ୟବସ୍ଥା କରିବା ସହିତ ୨୦୧୮ରେ…

ଟିମ ଇଣ୍ଡିଆର ବଦଳିଲେ କୋଚ୍‌, ଭାବୁକ ହୋଇ ଏମିତି କହିଦେଲେ ରୋହିତ, ପଢନ୍ତୁ…

ନୂଆଦିଲ୍ଲୀ,୩।୮: ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଫିଲ୍ଡିଂ କୋଚ ଟି. ଦିଲୀପଙ୍କ ଚୁକ୍ତି ଶେଷ ହୋଇଯାଇଛି। ଏଥର ବିସିସିଆଇ ତାଙ୍କ ଚୁକ୍ତିକୁ ନବୀକରଣ…

ମୁମ୍ବାଇରେ ଦିଗପହଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ; ବିଧାୟକ ଙ୍କ ହସ୍ତକ୍ଷେପ ପରେ ଅଣାଯାଉଛି ମୃତଦେହ, ଗାଁରେ ଶୋକାକୁଳ ପରିବେଶ 

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri