Posted inଫୁରସତ

ପଥରରେ ପ୍ରସ୍ତୁତ ଖାଦ୍ୟ

ବେଜିଂ: ଆମେ ବିଭିନ୍ନ ପ୍ରକାରର ଚାଇନିଜ୍‌ ଖାଦ୍ୟ ଯେପରିକି, ଚାଓମିନ୍‌, ରୋଲ, ପ୍ରାଏଡ୍‌ ରାଇସ୍‌ ଖାଇଥାଉ। କିନ୍ତୁ ବର୍ତ୍ତମାନ ଏକ ନୂଆ ଚାଇନିଜ୍‌ ଖାଦ୍ୟ ନଜରକୁ ଆସିଛି। ପଥରରେ ପ୍ରସ୍ତୁତ ଚାଇନିଜ୍‌ ଖାଦ୍ୟ ଆମେ କେବେ ଖାଇ ନ ଥିବା। ନିକଟରେ ଏପରି ଏକ ଚାଇନିଜ୍‌ ଖାଦ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପ୍ରକାର କଳା ପଥରକୁ ଭାଜି ସେଥିରୁ ଚାଇନିଜ୍‌ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଏହି ଚାଇନିଜ୍‌ ଖାଦ୍ୟର ନାମ ରହିଛି ‘ସୌଦିଉ’। ଏହାକୁ ଦୁନିଆର ସବୁଠୁ କଠିନ ଖାଦ୍ୟ ବୋଲି କୁହାଯାଉଛି। ଏହି ଖାଦ୍ୟରେ ମୁଖ୍ୟ ସାମଗ୍ରୀ ଭାବେ ପଥରକୁ ବ୍ୟବହାର କରାଯାଇଛି। କୁହାଯାଉଛି କି, ଏହି ଅଦ୍ଭୁତ ଖାଦ୍ୟର ଉତ୍ପତ୍ତି ବହୁ ପ୍ରାଚୀନ କାଳରୁ ଚିର ହୁୱେଇରୁ ହୋଇଥିଲା। ସେଠାରେ ନଦୀକୂଳରେ ରହୁଥିବା ନାବିକଙ୍କୁ ପନିପରିବା ଏବଂ ଜୀବଜନ୍ତୁଙ୍କ ଅଭାବ ହେଉଥିଲା। ସେହି ସମସ୍ୟାରୁ ବର୍ତ୍ତିବା ପାଇଁ ସେମାନେ କିଛି ପଥରକୁ ଏକାଠି କଲେ। କିଛି ମସଲା ସହିତ ସେହି ପଥରକୁ ଭାଜୁଥିଲେ। ଖାଇବାବେଳେ ସେମାନେ କେବଳ ପଥରରୁ ସମସ୍ତ ମସଲା ଚାଟି ସଫା କରିବା ପରେ ପଥରକୁ ଫୋପାଡ଼ି ଦିଅନ୍ତି। ସୌଦିଉର ଅର୍ଥ ହେଉଛି ଚାଟିବା। ସେଥିପାଇଁ ଖାଦ୍ୟର ନାମ ଏପରି ରଖାଯାଇଛି। ସେବେଠାରୁ ଏପରି ଏକ ଚାଇନିଜ୍‌ ଖାଦ୍ୟର ଉତ୍ପତ୍ତି ହୋଇଛି। ଭିଡିଓ ମୁତାବକ, ପରଷା ଯାଇଥିବା ଖାଦ୍ୟର ମୂଲ୍ୟ ୧୬ ୟୁଆନ୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୮୦ ଟଙ୍କାରୁ ଊର୍ଦ୍ଧ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri