ସ୍ବାବଲମ୍ବୀ କରିଛି ଲଙ୍କାମରିଚ, କଖାରୁ ଚାଷ

ନବରଙ୍ଗପୁର,୨୦।୭(ସଦାଶିବ ପ୍ରହରାଜ)ଚାଷ ପ୍ରତି ବିମୁଖ ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ନିଯୁକ୍ତି ସୁଯୋଗ ନ ପାଇ ଶିକ୍ଷିତ ଯୁବତୀଯୁବକ ଅନ୍ୟ ବାଟକୁ ଚାଲି ଯାଉଛନ୍ତି। ତେବେ ଚାଷରେ ଭଲ ରୋଜଗାର ରହିଛି। ଏହାର ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି କଂଗ୍ରା ଗାଁର ଝାଡେଶ୍ୱର ମାଝି। ଅଣଧାନ ଚାଷ କରି ସେ ସ୍ବାବଲମ୍ବୀ ହୋଇପାରିଛନ୍ତି।
ବ୍ଲକ କଂଗ୍ରା ଗାଁର ଝଡେଶ୍ୱର ମାଝି । ଦଶମ ପାସ୍‌ କରି କଲେଜ ଗଲେ। କିନ୍ତୁ ପାଠରେ ମନ ନ ଲାଗିବାରୁ ସେ ପଢ଼ା ଛାଡ଼ିଦେଇଥିଲେ। ଏହାପରେ ସ୍ବାବଲମ୍ବୀ ହେବାକୁ ସେ ଚାଷ ପ୍ରତି ମନ ବଳାଇଥିଲେ। ଏବେ ୮୦ ଡିସିମିଲ ଜମିରେ ଲଙ୍କାମରିଚ ଓ ୧ ଏକର ୪୦ ଡିସିମିଲ ଜମିରେ କଖାରୁ ଚାଷ କରିଛନ୍ତି। ଚଳିତ ବର୍ଷ ଲଙ୍କା ମରିଚ କିଲୋ ପ୍ରତି ଶହେ ଟଙ୍କା ରହିଛି। ବଜାର ଦର ଏପରି ରହିଲେ ଏକର ପିଛା ବାର୍ଷିକ ୫ ଲକ୍ଷ ଲାଭ ହେବ ବୋଲି ଝାଡ଼େଶ୍ୱର କହିଛନ୍ତି। ଲଙ୍କାମରିଚ ଓ କଖାରୁର ବଜାର ଚାହିଦା ରହିଛି । କୃଷିକାର୍ଯ୍ୟରେ ଅଧିକ ଲାଭ ହେଉଛି। ମରିଚ ପରେ ଏହି ସ୍ଥାନରେ କୋବି ଚାଷ କରାଯିବ। ଧାନଚାଷ ପାଇଁ ପାଣିପାଗ ଉପରେ ଚାଷୀ ଭରସା କରିବାକୁ ପଡୁଛି । ସ୍ବଳ୍ପ ବୃଷ୍ଟିପାତ ଓ କମ୍‌ ପାଣିରେ ପରିବା ଚାଷ ହୋଇପାରୁଛି। ଧାନ ଚାଷରେ ଏକରରେ ଯେତିକି ଲାଭ ହୁଏ ତାହାଠାରୁ ମରିଚ ଚାଷରେ ବହୁଗୁଣ ଲାଭ ହେଉଛି ବୋଲି ସେ କହିଛନ୍ତି। ଦେଶୀ ପ୍ରଣାଳୀରେ ମରିଚ ଚାଷ କରିଛି। ପ୍ରତି ୨ଦିନ ବ୍ୟବଧାନରେ ମରିଚ ତୋଳାଯାଉଛି। ଯୁବପିଢି ଦାଦନ କିମ୍ବା ଅନ୍ୟ ବାଟରେ ନ ଯାଇ ଚାଷ ପ୍ରତି ଧ୍ୟାନଦେଲେ ଭଲ ରୋଜଗାର କରି ସ୍ବାବଲମ୍ବୀ ହୋଇପାରିବେ ବୋଲି ଝାଡ଼େଶ୍ୱର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri