ଯାଞ୍ଚ ସତ୍ତ୍ୱେ ଖାଦ୍ୟ ଅପମିଶ୍ରଣ ବଢୁଛି

ବ୍ରହ୍ମପୁର ଅଫିସ,୧୧ା୧୨: ବ୍ରହ୍ମପୁର ସହରରେ ଫାଷ୍ଟଫୁଡ ଦୋକାନ, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକରେ ଯାଞ୍ଚ ପ୍ରକ୍ରିୟା କୋହଳ ହେବା କାରଣରୁ ଖାଦ୍ୟ ଅପମିଶ୍ରଣ ହେଉଛି। ଏପରକି ଖାଦ୍ୟକୁ ଆକର୍ଷିତ କରିବା ପାଇଁ ରାସାୟନିକ ରଙ୍ଗ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି।
ସହରରେ ଖାଦ୍ୟ ଦୋକାନ ଗୁଡିକରେ ଯାଞ୍ଚ ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ଖାଦ୍ୟ ସୁରକ୍ଷା ବିଭାଗରେ ୩ ଜଣ ଅଧିକାରୀ ରହିଛନ୍ତି। ଜଣେ ଅଧିକାରୀ ୱାର୍ଡ ନଂ ୧ଠାରୁ ୧୫ ପର୍ଯ୍ୟନ୍ତ ଖାଦ୍ୟ ଯାଞ୍ଚ ନିମନ୍ତେ ଦାୟିିତ୍ୱରେ ରହିଥିବା ବେଳେ ଅନ୍ୟଜଣେ ଅଧିକାରୀ ୱାର୍ଡ ନଂ୧୬ରୁ ୩୦ ଓ ଆଉ ଜଣେ ଅଧିକାରୀ ୱାର୍ଡ ନଂ ୩୧ରୁ ୪୨ ଅଞ୍ଚଳରେ ଖାଦ୍ୟ, ପଲିଥିନ ବ୍ୟବହାର ଓ ପାର୍କିଂ ବ୍ୟବସ୍ଥା ଆଦି ଯାଞ୍ଚ କରୁଛନ୍ତି। ବିଭିନ୍ନ ନିୟମ ଉଲ୍ଳଂଘନ ଖିଲାପ କରିଥିବା ୧୨ଟି ବ୍ୟବସାୟ ପ୍ରତିଷ୍ଠାନରୁ ପୂର୍ବରୁ ୯୨ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। ଏପରିକି କେତୋଟି ବଡ଼ ରେଷ୍ଟୁରାଣ୍ଟ୍‌ ସିଲ କରାଯାଇଥିଲା। ଏହାକୁ ନେଇ ବହୁ ହୋଟେଲ ମାଲିକ ଜରିମାନା ଭୟରେ ରଙ୍ଗ ବ୍ୟବହାରରୁ ଦୂରେଇ ରହିଥିଲେ। ବିଭାଗୀୟ ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ସହରବାସୀ ସ୍ବାଗତ କରିଥିଲେ। ବର୍ତ୍ତମାନ ବିଏମସି ଖାଦ୍ୟ ସୁରକ୍ଷା ବିଭାଗର ଜଣେ ଅଧିକାରୀ କାୈଣସି କାରଣରୁ ଅନୁପସ୍ଥିତ ରହିଥିବା ବେଳେ ଅନ୍ୟ ୨ ଜଣ ଅଧିକାରୀଙ୍କ ପକ୍ଷରୁ ଆଉ ସେଭଳି ଖାଦ୍ୟ ଯାଞ୍ଚ ହେଉନି। ଫଳରେ ହୋଟେଲ ଓ ରେଷ୍ଟୁରାଣ୍ଟ୍‌ ମାଲିକମାନେ ପୂର୍ବଭଳି ଅପମିଶ୍ରିତ ଓ ରାସାୟନିକ ରଙ୍ଗ ମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଶତାଧିକ ଫାଷ୍ଟ ଫୁଡ ଦୋକାନରେ ରଙ୍ଗ ମିଶା ଖାଦ୍ୟ ବିକ୍ରି ହେଉଛି। ପରିିତାପର ବିଷୟ ସହରରେ କେତେ ଲାଇସେନ୍ସ ପ୍ରାପ୍ତ ଫାଷ୍ଟଫୁଡ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟ୍‌ ରହିଛି, ସେ ସମ୍ବନ୍ଧରେ ତଥ୍ୟ ଦେଇପାରିବୁ ନାହିଁ ବୋଲି ଖାଦ୍ୟ ସୁରକ୍ଷା ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ବିଭାଗର ଜଣେ ଅଧିକାରୀ ସତ୍ୟଜିତ ବେହେରାଙ୍କୁ ଖାଦ୍ୟ ଯାଞ୍ଚ ବାବଦରେ ପଚାରିବାରେ ସେ କହିଛନ୍ତି, ପ୍ରତିଦିନ ଖାଦ୍ୟ ଯାଞ୍ଚ ପାଇଁ ଟିମ ଯାଉଛନ୍ତି। ଯେଉଁଠି ଅଭିଯୋଗ ଆସୁଛି, ସେ ସେଠାରେ ସଙ୍ଗେ ସଙ୍ଗେ ଚଢାଉ କରାଯାଇ ସଂପୃକ୍ତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?