Posted inଫୁରସତ

ଅଲ୍‌ ଇଣ୍ଡିଆ ରେଡିଓ

ଅଲ୍‌ ଇଣ୍ଡିଆ ରେଡିଓକୁ ଆକାଶବାଣୀ ମଧ୍ୟ କୁହାଯାଇଥାଏ, ଯାହାକି ନା କେବଳ ଭାରତର ପ୍ରଥମ ରେଡିଓ ପ୍ରସାରଣ ସେବା ବରଂ ପୃଥିବୀର ଏକ ସର୍ବପୁରାତନ ରେଡିଓ ନେଟ୍‌ଓ୍ବର୍କ ମଧ୍ୟ। ଏହାର ହେଡ୍‌କ୍ୱାର୍ଟର୍ସ ଆକାଶବାଣୀ ଭବନ, ନୂଆଦିଲ୍ଲୀରେ ଅବସ୍ଥିତ। ଆସନ୍ତୁ ଜାଣିବା ଏହା ସମ୍ପର୍କରେ କିଛି ଜଣା ଅଜଣା କଥା…

ପ୍ରଥମେ ରେଡିଓ ପ୍ରସାରଣ ସେବା ୧୯୨୩ରେ ରେଡିଓ କ୍ଲବ୍‌ ଅଫ୍‌ ବମ୍ବେ ଏବଂ କଲିକତା ରେଡିଓ କ୍ଲବ ବେସରକାରୀ ଷ୍ଟେଶନରୁ ଆରମ୍ଭ ହୋଇଥିଲା।
ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ ଲେବର ଅଧୀନରେ ଇଣ୍ଡିଆନ୍‌ ଷ୍ଟେଟ୍‌ ବ୍ରଡ୍‌କାଷ୍ଟିଂ ସର୍ଭିସ୍‌ ଦ୍ୱାରା ଉକ୍ତ ରେଡିଓ ଷ୍ଟେଶନ ଚଳାଗଲା।
ପ୍ରଥମ ନ୍ୟୁଜ୍‌ ବୁଲେଟିନ୍‌ ୧୯ ଜାନୁୟାରୀ ୧୯୩୬ରେ ପ୍ରସାରିତ ହୋଇଥିଲା।
ଜୁନ୍‌ ୧୯୩୬ରେ ଇଣ୍ଡିଆନ୍‌ ଷ୍ଟେଟ୍‌ ବ୍ରଡ୍‌କାଷ୍ଟିଂ ସର୍ଭିସ୍‌ର ନାମ ପରିବର୍ତ୍ତନ କରାଯାଇ ଅଲ୍‌ ଇଣ୍ଡିଆ ରେଡିଓ ରଖାଗଲା।
ଷ୍ଟେଶନରେ ୨୩ଟି ଭାଷା ଏବଂ ୧୪୬ ଉପଭାଷାକୁ ନେଇ କାର୍ଯ୍ୟ କରୁଥିବା ଅଲ୍‌ ଇଣ୍ଡିଆ ରେଡିଓ ବିଶ୍ୱର ସବୁଠୁ ବଡ଼ ରେଡିଓ ପ୍ରସାରଣ ସଂସ୍ଥା। କେବଳ ଏତିକି ନୁହେଁ, ଏଥିରେ ୧୮ଟି ଏଫ୍‌ଏମ୍‌ ଚ୍ୟାନେଲ ରହିଛି।
ଡାଇରେକ୍ଟର ଓ୍ବାଲ୍‌ଟର କଫ୍‌ମ୍ୟାନ୍‌ ଏହାର ସିଗ୍‌ନେଚର ଟ୍ୟୁନ୍‌ କମ୍ପୋଜ କରିଥିଲେ।
୧୯୫୭ ଅକ୍ଟୋବର ୩ରେ ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା।
ଇଣ୍ଡିଆ ରେଡିଓର ପ୍ରଥମ ଏଫ୍‌ଏମ୍‌ ସର୍ଭିସ୍‌ ୨୩ ଜୁଲାଇ ୧୯୭୭ରେ ମାଡ୍ରାସ୍‌ ଠାରେ ଉଦ୍‌ଘାଟିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?