ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଏହି ୫ କଥା ମାନନ୍ତୁ

”ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଉଭୟେ ସ୍ବାମୀସ୍ତ୍ରୀଙ୍କ ଆତ୍ମବିଶ୍ୱାସ ଦୃଢ଼ହେବା ଦରକାର। ନ ହେଲେ ସେମାନେ କୌଣସି କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯଦି ଘର ଚଳାଇବା ସେମାନଙ୍କ ଉପରେ ଶତ ପ୍ରତିଶତ ନିର୍ଭର କରୁଥାଏ, ତେବେ ସେମାନେ ଏ ନେଇ ଆହୁରି ସଚେତନ ହେବା ଆବଶ୍ୟକ।“

ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏଥିରେ ଥରେ ବାନ୍ଧି ହୋଇଗଲେ ତାହା ସାତ ଜନମ ପର୍ଯ୍ୟନ୍ତ ରହିଥାଏ ବୋଲି କଥିତ ଅଛି। ଝିଅଟିଏ ଶାଶୁଘରେ ବୋହୂ ସାଜିବା ପରେ ସେଠାକାର ପରିବେଶ ଏବଂ ପରିବାର ସଦସ୍ୟଙ୍କ ସହ ମନ ମିଳାଇ ତାଙ୍କୁ ନିଜ ଜୀବନ ରାସ୍ତାର ଅବଶିଷ୍ଟ ସମୟ କଟାଇବାକୁ ପଡ଼େ। ବିବାହ ପରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଦାମ୍ପତ୍ୟ ଜୀବନକୁ ସୁମଧୁର କରିଥାଏ। ଯଦି ପରସ୍ପର ଭିତରେ ମନାନ୍ତର ଆଉ ମତାନ୍ତର ଲାଗି ରହିଲା ତେବେ ବୈବାହିକ ଜୀବନରେ ଆସିଥାଏ ଝଡ଼। ଆଉ ଏହା ସେମାନଙ୍କର ବାକି ଜୀବନରେ ଭରିଦିଏ ଯନ୍ତ୍ରଣା। ତେଣୁ ବିବାହ ପରେ ବୈବାହିକ ଜୀବନକୁ ସୁଖମୟ କରିବାକୁ କେତୋଟି ବିଷୟ ପ୍ରତି ଧ୍ୟାନଦେବାକୁ ପଡ଼ିଥାଏ। ସେପରି ପ୍ରମୁଖ ପାଞ୍ଚଟି ବିଷୟରେ ନିମ୍ନରେ ସୂଚନା ଦିଆଯାଉଛି।
ବୁଝାମଣା
ବିବାହ ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଦୃଢ଼ ରହିବା ନିହାତି ଦରକାର। କାରଣ ଏହା ଏପରି ଏକ ଜିନିଷ ଯେଉଁଥିରେ ଅସନ୍ତୁଳନ ଦେଖାଦେଲେ ତାହା ବୈବାହିକ ଜୀବନକୁ ଅନେକାଂଶରେ ପ୍ରଭାବିତ କରିଥାଏ। ଜଣେ ପୁରୁଷ ନିଜ ଧର୍ମପତ୍ନୀଙ୍କ ମନର ପରିଭାଷାକୁ ଭଲ ଭାବରେ ପଢ଼ିପାରୁଥିବା ଦରକାର। ଠିକ୍‌ ସେହିପରି ଜଣେ ସ୍ତ୍ରୀ ସ୍ବାମୀଙ୍କ ମନକୁ ଠିକ୍‌ ଭାବରେ ଅଧ୍ୟୟନ କରିପାରିଲେ ତାହା ସେମାନଙ୍କର ଦାମ୍ପତ୍ୟ ଜୀବନରେ ଖୁସି ଭରିଦେଇଥାଏ। ତେଣୁ ହାତକୁ ଦି’ହାତ ହେବା ପରେ ସେମାନଙ୍କ ମଧ୍ୟରେ ବୁଝାମଣା ଦୃଢ଼ ହେବା ଦରକାର। ଯଦି ଏ ନେଇ ମନରେ କିଛି ସନ୍ଦେହ ଉଙ୍କିମାରୁଛି, ତେବେ ତାହାର ଯେତେଶୀଘ୍ର ସମାଧାନ କରନ୍ତୁ। କାରଣ ବୁଝାମଣାର ଅଭାବ ଦାମ୍ପତ୍ୟ ଜୀବନକୁ ଅନେକ କ୍ଷେତ୍ରରେ ପ୍ରଭାବିତ କରିଥାଏ।
ଆତ୍ମବିଶ୍ୱାସ
ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଉଭୟଙ୍କ ଆତ୍ମବିଶ୍ୱାସ ଦୃଢ଼ ହେବା ଦରକାର। ନ ହେଲେ ସେମାନେ କୌଣସି କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯଦି ଘର ଚଳାଇବା ସେମାନଙ୍କ ଉପରେ ଶତ ପ୍ରତିଶତ ନିର୍ଭର କରୁଥାଏ, ତେବେ ସେମାନେ ଏ ନେଇ ଆହୁରି ସଚେତନ ହେବା ଆବଶ୍ୟକ। ଏହି ସମୟରେ ଆତ୍ମବିଶ୍ୱାସ ଦୃଢ଼ ରହିଲେ ସେମାନେ ମିଳିମିଶି ସେମାନଙ୍କର ସଂସାର ରଥକୁ ଆଗକୁ ଆଗେଇ ନେଇପାରିବେ।
ସହଯୋଗ
ବିବାହ ପରେ ନିଜ ସଂସାରକୁ ଆଗେଇ ନେବା ପାଇଁ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସହଯୋଗର ଆବଶ୍ୟକତା ରହିଛି। ନ ହେଲେ ପରିବାରକୁ ଚଳାଇବାକୁ ଅନେକ ପ୍ରକାର ସମସ୍ୟା ଉପୁଜିଥାଏ। ତେଣୁ ପରସ୍ପର ମଧ୍ୟରେ ସହଯୋଗର ଆବଶ୍ୟକତା ରହିଛି। କୌଣସି କଥାରେ ଶେଷ ନିଷ୍ପତ୍ତି ନେବା ପୂର୍ବରୁ ଦୁହେଁ ବିଷଦ ଭାବରେ ଆଲୋଚନା କରନ୍ତୁ। ଏହାଦ୍ୱାରା ଘଟଣାଟିକୁ ସହଜରେ ସମାଧାନ କରିହେବ। ନ ହେଲେ ଏହାର ସୂତ୍ର ଖୋଜୁ ଖୋଜୁ ସମୟ ଅତିକ୍ରାନ୍ତ ହୋଇଯାଇଥିବ। କୌଣସି କାମ ତୁଲାଇବା ସମୟରେ ଯଦି କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ପରସ୍ପର ଭିତରେ କଥାବାର୍ତ୍ତା ହୁଅନ୍ତୁ। ଯଦି ସମସ୍ୟା ଜଟିଳ, ତେବେ ଏ ନେଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ। ଆଜିକାଲି ପ୍ରାୟ ସ୍ତ୍ରୀ-ସ୍ବାମୀ କର୍ମଜୀବୀ। ଦିନ ଥିଲା ମହିଳାମାନେ ନିଜକୁ କେବଳ ଘର ଭିତରେ ଆବଦ୍ଧ କରି ରଖୁଥିଲେ। ହେଲେ ଏବେ ସମୟ ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି। ପୁରୁଷମାନଙ୍କ ଭଳି ସେମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବା ସହ ଚାକିରି କରି ପରିବାର ଚଳାଇ ପାରୁଛନ୍ତି। ତେଣୁ ଦୁହେଁ, ଚାକିରି କରିଥିଲେ ଘର ଚଳାଇବାକୁ ଦୁହିଁଙ୍କର ସହଯୋଗର ନିହାତି ଆବଶ୍ୟକତା ରହିଛି। କାରଣ ପ୍ରାୟ ଦିନତମାମ ଦୁହିଁଙ୍କୁ ଚାକିରି କ୍ଷେତ୍ରରେ ରହିବାକୁ ପଡ଼ିଥାଏ। ତେଣୁ ତା’ ସହ ଘରର ସମସ୍ୟା, ପିଲାମାନଙ୍କର ପାଠପଢ଼ା, ସ୍ବାସ୍ଥ୍ୟ ସମସ୍ୟା, ବନ୍ଧୁବାନ୍ଧବ ଆଦିକୁ ଦୃଷ୍ଟି ଦେବାକୁ ପଡ଼େ। ତେଣୁ ଏଭଳି ସମୟରେ ଉଭୟଙ୍କୁ ସମାନ୍ତରାଳ ଭାବରେ ଦୁଇଟି ରାସ୍ତା-ଚାକିରି ଏବଂ ପରିବାରରେ ଚାଲିବାକୁ ପଡ଼େ। ଏହି ସମୟରେ ସେମାନେ ପରସ୍ପର ଉପରେ ଦୃଢ଼ବିଶ୍ୱାସ ବ୍ୟତୀତ ସହଯୋଗାତ୍ମକ ମନୋଭାବ ରଖିବା ଦରକାର।
ସନ୍ଦେହ
ବୈବାହିକ ଜୀବନରେ ସନ୍ଦେହ ଏପରି ଏକ ଭାଇରସ୍‌ ଯାହା ନିମିଷକ ମଧ୍ୟରେ ସୁନାର ସଂସାରକୁ ବିଷମୟ କରିଦିଏ। କୌଣସି କଥାକୁ ନେଇ ଯଦି ଦୁହିଁଙ୍କ ମନରେ ସନ୍ଦେହ ବସା ବାନ୍ଧିଲା ତେବେ ତାହା ସମୟକ୍ରମେ ନିଜର କାୟାବିସ୍ତାର କରିଚାଲେ। ତେଣୁ ଏଭଳି ପରିସ୍ଥିତି ଯେପରି ଜୀବନରେ ନ ଆସେ ସେଥିପ୍ରତି ଉଭୟ ସ୍ବାମୀ ଏବଂ ସ୍ତ୍ରୀ ସତର୍କ ରହିବା ଦରକାର। କାହା କଥାକୁ ଗୁରୁତ୍ୱ ଦେଇ ବିଶ୍ୱାସ କରିବା ପୂର୍ବରୁ ତାହାକୁ ଭଲ ଭାବରେ ତର୍ଜମା କରନ୍ତୁ। ଦୁହିଁଙ୍କୁ ନେଇ ଯଦି କେହି କିଛି ଅପପ୍ରଚାର କରୁଛି ତେବେ ତାହା ପଛରେ କେତେ ସତ୍ୟତା ଅଛି ତାହା ପ୍ରଥମେ ଜାଣିବା ନିହାତି ଦରକାର। ନ ହେଲେ ସେହି କଥାକୁ ଗଣ୍ଠିକରି ଆଗେଇଲେ ତାହାର ସିଧାସଳଖ ପ୍ରଭାବ ପରିବାର ଉପରେ ପଡ଼ିଥାଏ। ତେଣୁ ଏ ବିଷୟରେ ଜାଣିବା ମାତ୍ରେ ଦୁହେଁ ସେଭଳି କଳାବାଦଲ ଯେପରି ସେମାନଙ୍କ ଜୀବନ ଆକାଶରୁ ସବୁଦିନ ପାଇଁ ଅପସରିଯାଏ, ସେ ନେଇ ମିଳିତ ନିଷ୍ପତ୍ତି ନେବା ଦରକାର।
ସଫଳତାର ଚାବିକାଠି
ଦାମ୍ପତ୍ୟ ଜୀବନର ସଫଳତାର ଚାବିକାଠି କେଉଁଠି ରହିଛି-ଏଭଳି ପ୍ରଶ୍ନ ହୁଏତ ଅନେକ ଦମ୍ପତିଙ୍କ ମନରେ ଉଙ୍କିମାରିପାରେ। ହେଲେ ତାହାକୁ ଆଉ କେଉଁଠି ଖୋଜିବା ଆବଶ୍ୟକ ନାହିଁ। ତାହା ଦୁହିଁଙ୍କ ମନ ଭିତରେ ହିଁ ରହିଛି। ଯେତେ ଝଡ଼ଝଞ୍ଜା ଆସୁନା କାହିଁକି ଦୁଇଜଣ ତାହାକୁ ସାହସର ସହ ସାମ୍‌ନା କରିବା ଦରକାର। ମନ ମିଳାଇ ନିଜ ବୈବାହିକ ଜୀବନକୁ ଆଗେଇନେଲେ ପରିବାରରେ ସବୁବେଳେ ହସଖୁସି ବଜାୟ ରହିଥାଏ। ତେଣୁ ଉଭୟ ସ୍ବାମୀ-ସ୍ତ୍ରୀ ସବୁ କଥାରେ ସହଯୋଗର ହାତ ବଢ଼ାଇ ଏବଂ ମନ ମିଳାଇ ଚଳିଲେ ଦାମ୍ପତ୍ୟ ଜୀବନର ମଜା ସାରା ଜୀବନ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?