Odisha Elections 2024

ପ୍ରସ୍ତାବରେ ରହିଗଲା ଲୋକକଳା ଏକାଡେମୀ

ଭୁବନେଶ୍ୱର,୯।୭(ଶର୍ମିଷ୍ଠା ପାଣିଗ୍ରାହୀ)ଲୋକକଳା ଆମ ରାଜ୍ୟର ପରିଚୟ। ଆମ ପରମ୍ପରା, ସଂସ୍କୃତିର ପ୍ରତୀକ। ବର୍ତ୍ତମାନର ସମାଜ ପାଶ୍ଚାତ୍ୟ ମୁହାଁ ହେଉଥିବାବେଳେ ଲୋକକଳାକୁ ବଞ୍ଚାଇ ରଖିବା ଆମ ପାଇଁ ଏକ ବଡ଼ ଆହ୍ବାନ। ଇତିମଧ୍ୟରେ କିଛି ଲୋକକଳା ସତ୍ତା ହରାଇଥିବାବେଳେ ଆଉକିଛି ବିଲୁପ୍ତ ହେବାକୁ ମଧ୍ୟ ବସିଲାଣି। ବର୍ତ୍ତମାନ ରାଜ୍ୟରେ ପାଖାପାଖି ୪୭୧ଲୋକକଳା ଓ ୧୦୦ରୁ ଅଧିକ ଲୋକନୃତ୍ୟ ଥିବାବେଳେ ୧ ଲକ୍ଷରୁ ଅଧିକ ଲୋକକଳା କଳାକାର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫୦ହଜାର କଳାକାରଙ୍କୁ ମାସିକ ୧୨୦୦ଟଙ୍କା ଦିଆଯାଉଥିବାବେଳେ ଶନିବାର ରାଜ୍ୟ ସରକାର ପାରିଶ୍ରମିକରେ ବୃଦ୍ଧି କରିଛନ୍ତି। ମାତ୍ର ବର୍ଷସାରା କାର୍ଯ୍ୟକ୍ରମ ନ ଥିବାରୁ ଏହି କଳାକାରମାନେ ମାସିକ ଭତ୍ତାରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଅନ୍ୟପକ୍ଷରେ ବାକି ୫୦ହଜାରରୁ ଊର୍ଦ୍ଧ୍ୱ କଳାକାର ସରକାରୀ ସ୍ବୀକୃତି ପାଇ ନ ଥିବାରୁ ଏଥିପ୍ରତି ମଧ୍ୟ ମୁହଁ ଫେରାଇବାରେ ଲାଗିଛନ୍ତି। ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ଲୋକକଳାର ସୁପରିଚାଳନା ଓ କଳାକାଳଙ୍କୁ ପେଟପୋଷିବା ଭଳି ରୋଜଗାର ଦେବାକୁ ଏଯାଏ ସେପରି ସଫଳ ପଦକ୍ଷେପ ହୋଇନାହିଁ। ରାଜ୍ୟ ସଂସ୍କୃତି ବିଭାଗ କେବଳ କ୍ୟାଲେଣ୍ଡର ଅନୁଯାୟୀ କେତେକ କାର୍ଯ୍ୟକ୍ରମ ଆୟୋଜନ କରି ଦାୟିତ୍ୱ ସାରିଦେଉଛି। ସେହିପରି ବିଭିନ୍ନ ବିଭାଗ ପକ୍ଷରୁ କେତେବେଳେ କେମିତି କାର୍ଯ୍ୟକ୍ରମ ଆୟୋଜନ ହେଲେ ସେହି ନିର୍ଦ୍ଦିଷ୍ଟ ତଥା ବିଶିଷ୍ଟ କଳାକାରଙ୍କ ଭାଗ ପଡିଥାଏ। ତେଣୁ ରାଜ୍ୟର ଲୋକକଳାକାରଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ବଢ଼ି ଚାଲିଛି। ଲୋକ କଳାକାରଙ୍କ ସମସ୍ୟା ଦୂର କରି ସେମାନଙ୍କ ସାମାଜିକ, ଆର୍ଥତ୍କ ତଥା ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ସ୍ବତନ୍ତ୍ର ପରିଚୟ ଦେବାକୁ ଅନ୍ୟ ବିଭାଗ ପରି ସ୍ବତନ୍ତ୍ର ଏକାଡେମୀ ବା ପ୍ରତିଷ୍ଠାନ ଗଠନ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହା କେବଳ ପ୍ରସ୍ତାବରେ ରହିଯାଇଛି।
୨୦୨୧ରେ ଲୋକକଳାର ଭବିଷ୍ୟତ ଓ ଏହାର ଆବଶ୍ୟକତାକୁ ଦେଖି ଲୋକକଳା ଏକାଡେମୀ କରାଯିବାର ଯୋଜନା ହୋଇଥିଲା। ସେତେବେଳେ ଏ ନେଇ ସଂସ୍କୃତି ବିଭାଗ ସହ ଜଡ଼ିତ ଥିବା ପାଖାପଖି ୫ରୁ ଅଧିକ ଜଣଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ବାଇ ଲ’ ପ୍ରସ୍ତୁତ କରାଯାଇଥିଲା। ଏହାର କାର୍ଯ୍ୟକାରିତା, କିଏ କେଉଁ ଦାୟିତ୍ୱରେ ରହିବ ସେନେଇ ମଧ୍ୟ ଏକ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ପରେ ଏହା କ୍ୟାବିନେଟ୍‌ ମଞ୍ଜୁରୀ ପାଇଁ ମଧ୍ୟ ଯାଇଥିଲା। କିନ୍ତୁ ଏହା କ୍ୟାବିନେଟ୍‌ରେ ମଞ୍ଜୁରୀ ପାଇଲା କି ସ୍ଥଗିତ ରହିଲା, ତାହା କିଛି ଜଣାପଡ଼ିଲା ନାହିଁ। ଲୋକକଳା କଳାକାରଙ୍କ ପାଇଁ ପ୍ରସ୍ତାବିତ ଏକାଡେମୀ ଏକ ପ୍ରକାର ଶୀତଳ ଭଣ୍ଡାରକୁ ଚାଲିଯାଇଛି। ଏକାଡେମୀ ପ୍ରତିଷ୍ଠା ପାଇଁ ଏବେ ଆଉ କୌଣସି ଆଲୋଚନା ନାହିଁ। ଲୋକକଳା ଏକାଡେମୀ ଗଠନ ପ୍ରସ୍ତାବ କଥା ମଧ୍ୟ ସଂସ୍କୃତି ବିଭାଗ ଭୁଲିଗଲାଣି।
ଅନ୍ୟପକ୍ଷେ ୨୦୧୧ରେ ରାଜ୍ୟ କଳା ସଂସ୍କୃତି ସଂଘ ଗଠନ କରାଯାଇଛି। ଏଥିରେ ମଧ୍ୟ ଅନେକ ଅନିୟମିତତା ଦେଖାଦେଇଛି। ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁବାର ଆଭାସି ମାଧ୍ୟମରେ ଲୋକକଳା ଓ ପାମ୍ପରିକ କଳା ପରିବେଷଣ ମାଧ୍ୟମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାଗୁଡ଼ିକୁ ସମାଜର ସବୁ ସ୍ତରରେ ସବୁ ଅଞ୍ଚଳରେ ପହଞ୍ଚାଇବା ପାଇଁ ଜିଲା ସଂସ୍କୃତି ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ତୃଣମୂଳ ସ୍ତରରେ କଳାକାରଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ନାହିଁ କି ଉପଲବ୍ଧ ସୁବିଧା, ସୁଯୋଗ ସେମାନେ ପାଉଛନ୍ତି କି ନାହିଁ ସେ ନେଇ କୌଣସି ତର୍ଜମା କରାଯାଉନାହିଁ। ସେମାନଙ୍କୁ କିଛି ଦିନର ଉତ୍ସବରେ ପାରିଶ୍ରମିକ ପ୍ରଦାନ କରି ବିଭାଗ ଚୁପ୍‌ ନ ବସି ସେମାନଙ୍କ ନିୟମିତ ରୋଜଗାର ପାଇଁ ଯୋଜନା ଗ୍ରହଣ କରିବା ସହ ଲୋକକଳା ଏକାଡେମୀ ନେଇ ସ୍ଥାପନ ପ୍ରକ୍ରିୟା ପୁନଃ ଆରମ୍ଭ ହେଉ ବୋଲି ସଂସ୍କୃତି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ଖାର୍ଗେଙ୍କ ଭାଷଣ ବେଳେ ପଶି ଆସିଲା ଅନ୍ୟ ଦଳର ପ୍ରଚାର ଗାଡ଼ି, ଆଉ ତା’ପରେ…

ଭୁବନେଶ୍ୱର,୧୬।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ଏହି ସମୟରେ ଅନ୍ୟ ଦଳର...

+୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌…

ଭୁବନେଶ୍ୱର,୧୬।୫: +୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ। ନଚେତ୍‌ ବଡ଼ ଠକେଇର ଶିକାର ହୋଇପାରନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri