ପ୍ରସ୍ତାବରେ ରହିଗଲା ଲୋକକଳା ଏକାଡେମୀ

ଭୁବନେଶ୍ୱର,୯।୭(ଶର୍ମିଷ୍ଠା ପାଣିଗ୍ରାହୀ)ଲୋକକଳା ଆମ ରାଜ୍ୟର ପରିଚୟ। ଆମ ପରମ୍ପରା, ସଂସ୍କୃତିର ପ୍ରତୀକ। ବର୍ତ୍ତମାନର ସମାଜ ପାଶ୍ଚାତ୍ୟ ମୁହାଁ ହେଉଥିବାବେଳେ ଲୋକକଳାକୁ ବଞ୍ଚାଇ ରଖିବା ଆମ ପାଇଁ ଏକ ବଡ଼ ଆହ୍ବାନ। ଇତିମଧ୍ୟରେ କିଛି ଲୋକକଳା ସତ୍ତା ହରାଇଥିବାବେଳେ ଆଉକିଛି ବିଲୁପ୍ତ ହେବାକୁ ମଧ୍ୟ ବସିଲାଣି। ବର୍ତ୍ତମାନ ରାଜ୍ୟରେ ପାଖାପାଖି ୪୭୧ଲୋକକଳା ଓ ୧୦୦ରୁ ଅଧିକ ଲୋକନୃତ୍ୟ ଥିବାବେଳେ ୧ ଲକ୍ଷରୁ ଅଧିକ ଲୋକକଳା କଳାକାର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫୦ହଜାର କଳାକାରଙ୍କୁ ମାସିକ ୧୨୦୦ଟଙ୍କା ଦିଆଯାଉଥିବାବେଳେ ଶନିବାର ରାଜ୍ୟ ସରକାର ପାରିଶ୍ରମିକରେ ବୃଦ୍ଧି କରିଛନ୍ତି। ମାତ୍ର ବର୍ଷସାରା କାର୍ଯ୍ୟକ୍ରମ ନ ଥିବାରୁ ଏହି କଳାକାରମାନେ ମାସିକ ଭତ୍ତାରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଅନ୍ୟପକ୍ଷରେ ବାକି ୫୦ହଜାରରୁ ଊର୍ଦ୍ଧ୍ୱ କଳାକାର ସରକାରୀ ସ୍ବୀକୃତି ପାଇ ନ ଥିବାରୁ ଏଥିପ୍ରତି ମଧ୍ୟ ମୁହଁ ଫେରାଇବାରେ ଲାଗିଛନ୍ତି। ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ଲୋକକଳାର ସୁପରିଚାଳନା ଓ କଳାକାଳଙ୍କୁ ପେଟପୋଷିବା ଭଳି ରୋଜଗାର ଦେବାକୁ ଏଯାଏ ସେପରି ସଫଳ ପଦକ୍ଷେପ ହୋଇନାହିଁ। ରାଜ୍ୟ ସଂସ୍କୃତି ବିଭାଗ କେବଳ କ୍ୟାଲେଣ୍ଡର ଅନୁଯାୟୀ କେତେକ କାର୍ଯ୍ୟକ୍ରମ ଆୟୋଜନ କରି ଦାୟିତ୍ୱ ସାରିଦେଉଛି। ସେହିପରି ବିଭିନ୍ନ ବିଭାଗ ପକ୍ଷରୁ କେତେବେଳେ କେମିତି କାର୍ଯ୍ୟକ୍ରମ ଆୟୋଜନ ହେଲେ ସେହି ନିର୍ଦ୍ଦିଷ୍ଟ ତଥା ବିଶିଷ୍ଟ କଳାକାରଙ୍କ ଭାଗ ପଡିଥାଏ। ତେଣୁ ରାଜ୍ୟର ଲୋକକଳାକାରଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ବଢ଼ି ଚାଲିଛି। ଲୋକ କଳାକାରଙ୍କ ସମସ୍ୟା ଦୂର କରି ସେମାନଙ୍କ ସାମାଜିକ, ଆର୍ଥତ୍କ ତଥା ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ସ୍ବତନ୍ତ୍ର ପରିଚୟ ଦେବାକୁ ଅନ୍ୟ ବିଭାଗ ପରି ସ୍ବତନ୍ତ୍ର ଏକାଡେମୀ ବା ପ୍ରତିଷ୍ଠାନ ଗଠନ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହା କେବଳ ପ୍ରସ୍ତାବରେ ରହିଯାଇଛି।
୨୦୨୧ରେ ଲୋକକଳାର ଭବିଷ୍ୟତ ଓ ଏହାର ଆବଶ୍ୟକତାକୁ ଦେଖି ଲୋକକଳା ଏକାଡେମୀ କରାଯିବାର ଯୋଜନା ହୋଇଥିଲା। ସେତେବେଳେ ଏ ନେଇ ସଂସ୍କୃତି ବିଭାଗ ସହ ଜଡ଼ିତ ଥିବା ପାଖାପଖି ୫ରୁ ଅଧିକ ଜଣଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ବାଇ ଲ’ ପ୍ରସ୍ତୁତ କରାଯାଇଥିଲା। ଏହାର କାର୍ଯ୍ୟକାରିତା, କିଏ କେଉଁ ଦାୟିତ୍ୱରେ ରହିବ ସେନେଇ ମଧ୍ୟ ଏକ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ପରେ ଏହା କ୍ୟାବିନେଟ୍‌ ମଞ୍ଜୁରୀ ପାଇଁ ମଧ୍ୟ ଯାଇଥିଲା। କିନ୍ତୁ ଏହା କ୍ୟାବିନେଟ୍‌ରେ ମଞ୍ଜୁରୀ ପାଇଲା କି ସ୍ଥଗିତ ରହିଲା, ତାହା କିଛି ଜଣାପଡ଼ିଲା ନାହିଁ। ଲୋକକଳା କଳାକାରଙ୍କ ପାଇଁ ପ୍ରସ୍ତାବିତ ଏକାଡେମୀ ଏକ ପ୍ରକାର ଶୀତଳ ଭଣ୍ଡାରକୁ ଚାଲିଯାଇଛି। ଏକାଡେମୀ ପ୍ରତିଷ୍ଠା ପାଇଁ ଏବେ ଆଉ କୌଣସି ଆଲୋଚନା ନାହିଁ। ଲୋକକଳା ଏକାଡେମୀ ଗଠନ ପ୍ରସ୍ତାବ କଥା ମଧ୍ୟ ସଂସ୍କୃତି ବିଭାଗ ଭୁଲିଗଲାଣି।
ଅନ୍ୟପକ୍ଷେ ୨୦୧୧ରେ ରାଜ୍ୟ କଳା ସଂସ୍କୃତି ସଂଘ ଗଠନ କରାଯାଇଛି। ଏଥିରେ ମଧ୍ୟ ଅନେକ ଅନିୟମିତତା ଦେଖାଦେଇଛି। ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁବାର ଆଭାସି ମାଧ୍ୟମରେ ଲୋକକଳା ଓ ପାମ୍ପରିକ କଳା ପରିବେଷଣ ମାଧ୍ୟମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାଗୁଡ଼ିକୁ ସମାଜର ସବୁ ସ୍ତରରେ ସବୁ ଅଞ୍ଚଳରେ ପହଞ୍ଚାଇବା ପାଇଁ ଜିଲା ସଂସ୍କୃତି ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ତୃଣମୂଳ ସ୍ତରରେ କଳାକାରଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ନାହିଁ କି ଉପଲବ୍ଧ ସୁବିଧା, ସୁଯୋଗ ସେମାନେ ପାଉଛନ୍ତି କି ନାହିଁ ସେ ନେଇ କୌଣସି ତର୍ଜମା କରାଯାଉନାହିଁ। ସେମାନଙ୍କୁ କିଛି ଦିନର ଉତ୍ସବରେ ପାରିଶ୍ରମିକ ପ୍ରଦାନ କରି ବିଭାଗ ଚୁପ୍‌ ନ ବସି ସେମାନଙ୍କ ନିୟମିତ ରୋଜଗାର ପାଇଁ ଯୋଜନା ଗ୍ରହଣ କରିବା ସହ ଲୋକକଳା ଏକାଡେମୀ ନେଇ ସ୍ଥାପନ ପ୍ରକ୍ରିୟା ପୁନଃ ଆରମ୍ଭ ହେଉ ବୋଲି ସଂସ୍କୃତି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?