ଗ୍ରାମାଞ୍ଚଳ ବଜାର ଉପରେ ଫୋକସ

ରେନୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଘରୋଇ ବଜାରରେ ପରିଚାଳନାର ୧୦ମ ବର୍ଷ ପୂର୍ତ୍ତି ପାଳନ କରୁଛି। ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ବଜାରରେ ଦଶନ୍ଧି ଧରି ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣ ଦିଗରେ କମ୍ପାନୀ ନିଜର ଯୋଗଦାନ ରଖି ଆସିଛି। ପ୍ରଡକ୍ଟରେ ଭିନ୍ନତା ଏବଂ ଅଭିନବ ଉତ୍ପାଦ କୌଶଳ ଯୋଗୁ ଅଭିବୃଦ୍ଧି ଧାରା ଜାରି ରଖିବାକୁ ସକ୍ଷମ ହୋଇଥିବା ରେନୋ ଇଣ୍ଡିଆର ସେଲ୍‌ସ ଏବଂ ମାର୍କେଟିଂ ବିଭାଗ ଉପସଭାପତି ସୁଧୀର ମାଲହୋତ୍ରା କୁହନ୍ତି। ଭୁବନେଶ୍ୱରରେ ଗସ୍ତ ଅବସରରେ ମାଲହୋତ୍ରାଙ୍କ ସହ ‘ଧରିତ୍ରୀ’ର ସତ୍ୟାନନ୍ଦ ନାୟକଙ୍କ ସାକ୍ଷାତ୍‌କାର…

କରୋନା ମହାମାରୀ ଦ୍ୱାରା ଅଟୋମୋବାଇଲ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି। ରେନୋର ବିକ୍ରି ଧାରା ଏବେ କିଭଳି ରହିଛି?
ମହାମାରୀ ଯୋଗୁ ଅଟୋମୋବାଇଲ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି। ଲକ୍‌ଡାଉନରେ ଶୋ’ରୁମ୍‌ ବନ୍ଦ ରହିବା ଯୋଗୁ ଆମର ବିକ୍ରି ଠପ୍‌ ହୋଇଯାଇଥିଲା। ମାତ୍ର ବିକ୍ରି ଏବେ ଧୀରେ ଧୀରେ ଟ୍ରାକ୍‌କୁ ଫେରିଲାଣି। ଆଗାମୀ ଦିନରେ ଭଲ ବିକ୍ରି ହେବା ନେଇ ଆଶାବାଦୀ। ଅଦ୍ୟାବଧି ୨୦% ବିକ୍ରି ଅଭିବୃଦ୍ଧି ହାସଲ କରିଛୁ। ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ବିକ୍ରି ପ୍ରାୟ ୬୮% ବଢ଼ିଛି।
ଗ୍ରାହକଙ୍କ ନିକଟତର ହେବା ଲାଗି କମ୍ପାନୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖାଯାଉଛି। ଆପଣ କେଉଁ ଯୋଜନା ସହ କାମ କରୁଛନ୍ତି?
ଗ୍ରାହକଙ୍କ ଭଲ ପାଇବା ଆମ ସହ ସବୁବେଳେ ରହି ଆସିଛି। ମହାମାରୀ ସମୟରେ ମଧ୍ୟ ୧୦୦ ନୂଆ ଆଉଟଲେଟ ଖୋଲିବାକୁ ସକ୍ଷମ ହୋଇଛୁ। ଗ୍ରାମାଞ୍ଚଳ ବଜାର ଉପରେ ଆମର ଫୋକସ। ଏଥିଲାଗି ‘ବିସ୍ତାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୫୦୦ ବିକ୍ରି ଏବଂ ୫୩୦ ସର୍ଭିସ ଟଚ୍‌ ପଏଣ୍ଟରେ ସେବା ଯୋଗାଉଛୁ। ସେଲ୍‌ସ ଏବଂ ସର୍ଭିସରେ ଗୁଣବତ୍ତାକୁ ଅଗ୍ରାଧିକାର ଦେଇଛୁ। ୨୫୦ରୁ ଊର୍ଦ୍ଧ୍ୱ ଓ୍ବାର୍କଶପ ଅନ୍‌ ହ୍ବିଲ୍‌, ୫୦୦ ରେସିଡେଣ୍ଟ ସେଲ୍‌ସ ଏକଜିକ୍ୟୁଟିଭ ନିଯୁକ୍ତ କରାଯାଇଛି। ଡିଜିଟାଲ ପୋର୍ଟାଲରୁ ପ୍ରାୟ ୩୦% ଗ୍ରାହକ ଆସୁଛନ୍ତି।
ବିକ୍ରି ଅଭିବୃଦ୍ଧି ଲାଗି କେଉଁ ପ୍ରସଙ୍ଗଗୁଡ଼ିକ ସହାୟକ ହୋଇଛି?
ଘରୋଇ ବଜାରରେ ଅତ୍ୟାଧୁନିକ ୟୁନିଟ ସ୍ଥାପନ କରାଯାଇଛି। ଚେନ୍ନାଇସ୍ଥିତ ଓରାଡାଗାମରେ ସ୍ଥାପିତ ଏହି ମାନୁଫାକ୍‌ଚରିଂ ଫାସିଲିଟିର ବାର୍ଷିକ ଯାନ ଉତ୍ପାଦନ କ୍ଷମତା ୪.୮୦ ଲକ୍ଷ ୟୁନିଟ ରହିଛି। ବିଶ୍ୱସ୍ତରୀୟ ଟେକ୍ନୋଲୋଜି ସେଣ୍ଟର, ଲଜିଷ୍ଟିକ ଓ ଡିଜାଇନ ସେଣ୍ଟର ମଧ୍ୟ ବସାଇଛୁ। ସ୍ବତନ୍ତ୍ର ଉତ୍ପାଦ କୌଶଳ, ଗ୍ରାହକ ସନ୍ତୁଷ୍ଟି ଉପରେ ରେନୋ ସର୍ବଦା ଗୁରୁତ୍ୱ ଦେଇଆସିଛି। ଆମର ୭.୫୦ ଲକ୍ଷ ସନ୍ତୁଷ୍ଟ ଗ୍ରାହକ ରହିଛନ୍ତି। ପ୍ରତି ପ୍ରଡକ୍ଟରେ ନୂଆ ଇନୋଭେଶନ ପ୍ରଦାନ ଯୋଗୁ ରେନୋ ମାଇଲଖୁଣ୍ଟ ଛୁଇଁଛି।
କେଉଁ ବର୍ଗର ଯାନକୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି?
ବର୍ତ୍ତମାନ ସ୍ପୋଟର୍‌ସ ୟୁଟିଲିଟି ଭେଇକିଲ (ଏସ୍‌ୟୁଭି) ମଡେଲଗୁଡ଼ିକୁ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି। ଏହି କ୍ଷେତ୍ରରେ ଅଭିବୃଦ୍ଧି ବେଶ୍‌ ଭଲ ରହିଛି। ୪୦% ହାରରେ ଏହା ଅଭିବୃଦ୍ଧି କରୁଛି।
ଓଡ଼ିଶାରେ ରେନୋର ଉପସ୍ଥିତି କିଭଳି ରହିଛି?
୨୦୧୨ରେ ଓଡ଼ିଶାରେ ପ୍ରଥମ ଆଉଟଲେଟ ଖୋଲିଥିଲୁ। ଏବେ ଏହା ୯ରେ ପହଞ୍ଚିଛି। ଚଳିତ ବର୍ଷ ବ୍ରହ୍ମପୁର ଏବଂ ଅନୁଗୋଳରେ ଆଉ ୨ ଆଉଟଲେଟ ଯୋଡ଼ିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ସ୍ଥିତିରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୨୮।୫: ଲକ୍‌ଡାଉନର ପ୍ରଭାବରେ ପ୍ରବାସୀ ଶ୍ରମିକ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଘରକୁ ଫେରୁଥିବା ଦେଖାଯାଉଛି। ୩୧ ମେ’ରେ ଲକ୍‌ଡାଉନ...

ଏୟାରଟେଲ୍‌ ୫ଜି ପ୍ଲସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୧୦:ଦେଶର ପ୍ରମୁଖ ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ର ଉନ୍ମୋଚନ କରାଯାଇଛି। ଏପରିକି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡ଼ି, ନାଗପୁର ଓ ବାରାଣସୀ ଭଳି...

ଜୀ-ସାର୍ଥକର ‘ନୂଆବର୍ଷ ଭେଟି’

ଭୁବନେଶ୍ୱର,୨୩।୧୨:ରାଜ୍ୟର ପ୍ରମୁଖ ଘରୋଇ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆବର୍ଷ ଅବସରରେ ୨୪ଘଣ୍ଟିଆ ନନ୍‌ଷ୍ଟପ୍‌ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏପରିକି ଦର୍ଶକଙ୍କ ପାଇଁ ନୂଆ...

ଏୟାରଟେଲ୍‌ର ମାଗଣା ପ୍ୟାକ୍‌

ମୁମ୍ବାଇ: ଏୟାରଟେଲ୍‌ ପକ୍ଷରୁ ଗ୍ରାହକଙ୍କ ପାଇଁ ବିଶେଷ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ୫୫ ନିୟୁତରୁ ଅଧିକ ନିମ୍ନ ଆୟବର୍ଗର ଗ୍ରାହକଙ୍କୁ ଏହାର ୪୯...

ବାଣିଜ୍ୟ ନିଅଣ୍ଟ ୬ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧୬-୬: ଦେଶର ରପ୍ତାନି ମେ’ରେ ୩.୯୩ ପ୍ରତିଶତ ବଢ଼ି ୩୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଜାରି ତଥ୍ୟ ଅନୁସାରେ ଇଲେକ୍ଟ୍ରୋନିକ୍ସ...

୨୦୦୦ ଷ୍ଟେଶନରେ ମାଗଣା ଓ୍ବାଇଫାଇ

ନୂଆଦିଲ୍ଲୀ,୪-୮: ଦେଶର ୨ ହଜାର ରେଳ ଷ୍ଟେଶନରେ ମାଗଣା ଓ୍ବାଇ-ଫାଇ ଆରମ୍ଭ କରାଯାଇଛି। ଶନିବାର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜସ୍ଥାନର...

ବେବି ଶାମ୍ପୁରେ ନାହିଁ ହାନିକାରକ ପଦାର୍ଥ: ଜନସନ ଆଣ୍ଡ ଜନସନ

ନୂଆଦିଲ୍ଲୀ,୨୯-୪: ଆମେରିକା କମ୍ପାନୀ ଜନସନ ଆଣ୍ଡ ଜନସନ ନିଜର ଲୋକପ୍ରିୟ ବେବି ଶାମ୍ପୁରେ ହାନିକାରକ ପଦାର୍ଥ ଥିବା ଅଭିଯୋଗକୁ ଖଣ୍ଡନ କରିଛି। ରାଜସ୍ଥାନ ସରକାରଙ୍କ ଜୟପୁରସ୍ଥିତ...

ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ରେ ଦୀପାବଳି ଉତ୍ସବ

ଭୁବନେଶ୍ୱର,୨୧।୧୦:ଚଳିତ ବର୍ଷର ଦୀପାବଳି ପର୍ବକୁ ହର୍ଷ ଓ ଉଲ୍ଲାସ ସହକାରେ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ ପକ୍ଷରୁ ପାଳନ କରାଯାଉଛି। ଏପରିକି ମଲ୍‌ ପରିସରରେ ଏକ ବୃହତ୍‌...

Advertisement
Archives

Model This Week