ଯଦି ଆମେରିକା ଭାରତ ଉପରେ ଲଗାଇବ ଟାରିଫ୍ ତ କ’ଣ ହେବ ? ନିର୍ମଳା ସୀତାରାମନ ଦେଲେ ଜବାବ

ନୂଆଦିଲ୍ଲୀ,୪।୨: ବଜେଟ-୨୦୨୫ କୁ ନେଇ ଦେଶବ୍ୟାପୀ ମନ୍ଥନ ଚାଲିଛି। ଏହାରି ମଧ୍ୟରେ ଖବରଦାତା ସମ୍ମିଳନୀ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ବଜେଟରେ ହୋଇଥିବା ଗୋଟିଏ ଗୋଟିଏ ଘୋଷଣାର ଲାଭ ଗଣାଇବାରେ ଲାଗିଛନ୍ତି। ସେ କହିଛନ୍ତି ଯେ, ଏହି ବଜେଟରେ ଅଭିବୃଦ୍ଧି ସହିତ ସାଧାରଣ ଲୋକଙ୍କ ଧ୍ୟାନ ମଧ୍ୟ ରଖାଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରଦାତାଙ୍କ ପାଇଁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବ। ଯାହା ଏକ ବିପୁଳ ପରିମାଣ ଏବଂ ଯଦି ସେମାନେ ଏହି ଟଙ୍କାକୁ ସିଷ୍ଟମରେ ଖର୍ଚ୍ଚ କରନ୍ତି, ତେବେ ଅଭିବୃଦ୍ଧି ମଧ୍ୟ ବୃଦ୍ଧି ପାଇବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଧ୍ୟାନ ରେଳବାଇ, ସଡ଼କପଥ, ରାଜପଥ ଏବଂ ଗୃହ ଉପରେ ରହିଛି।

ଟାରିଫ୍ ସମ୍ପର୍କିତ ପ୍ରଶ୍ନରେ ଅର୍ଥମନ୍ତ୍ରୀଙ୍କ ଉତ୍ତର
ଆମେରିକୀୟ ଟାରିଫ୍ ର ପ୍ରଭାବ ବିଶ୍ୱର ବିଭିନ୍ନ ଶେୟାର ବଜାର ଉପରେ ଦେଖିବାକୁ ମିଳୁଛି। ଏହି ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ଏବଂ ଆମେରିକା ମଧ୍ୟରେ ଏପରି କୌଣସି ବାଣିଜ୍ୟ ନାହିଁ ଯାହା ଉପରେ ଆମେରିକା ଟାରିଫ୍ ଲଗାଇପାରିବ। କିନ୍ତୁ ଯଦି ସେମାନେ ଟାରିଫ୍ ଲାଗୁ କରନ୍ତି, ତେବେ ଆମେ ଏହା ଉପରେ ନଜର ରଖିଛୁ, ଯଦି ଆମେରିକା ଭାରତ ଉପରେ ଟାରିଫ୍ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଆମେ କ’ଣ କରିପାରିବା ଦେଖିବୁ, ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।’


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?