ବିପଦସଙ୍କୁଳ ଅବସ୍ଥାରେ ସଦର ମହକୁମା ଫ୍ଲାଏଓଭର

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ଜିଲା ସଦର ମହକୁମାର ମୁଖ୍ୟ ସଂଯୋଗପଥ ପାଲଟିଥିବା ଫ୍ଲାଏଓଭର ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ମରାମତି କରାଯାଉ ନାହିଁ କି ନୂତନ ପୋଲ ନିର୍ମାଣ ହେଉନାହିଁ। ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଫ୍ଲାଏଓଭର କେତେବେଳେ ଯେ ଭୁଶୁଡିପଡ଼ିବ ତାହା କହିହେବ ନାହିଁ। ଅନ୍ୟପକ୍ଷରେ ବାଇପାସ୍‌ର ଯେଉଁ ରାସ୍ତା ଦେଇ ତୃତୀୟ ରେଳଧାରଣା ଯିବ ସେଠାରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ୫୫ କୋଟି ଟଙ୍କା ବ୍ୟୟରେ ନୂତନ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ହେଲେ ତାହା ପ୍ରସ୍ତାବରେ ସୀମିତ ରହିଯାଇଛି। ପୁରୁଣା ଫ୍ଲାଏଓଭର ଯେକୌଣସି ସମୟରେ ଭୁଶୁଡ଼ିବା ସ୍ଥିତିରେ ଥିବାବେଳେ ନୂତନ ଫ୍ଲାଏଓଭର ନିର୍ମାଣ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ପୂର୍ବରୁ ରେଳଧାରଣା ଦେଇ ଯାତାୟାତ କରିବାକୁ ପଡ଼ୁଥିବାରୁ ବହୁ ଦୁର୍ଘଟଣା ଘଟୁଥିଲା। ଏହାକୁ ଦୃଷ୍ଟିରେ ରଖି ୧୯୯୯ ମସିହାରେ ଏହି ଫ୍ଲାଏଓଭର ନିର୍ମାଣ ହୋଇଥିଲା। ହେଲେ ଏଥିରେ ଏବେ ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି। ଏହାର କିଛି ପାର୍ଶ୍ୱ ଲୁହା ଏଙ୍ଗଲ ଭରସାରେ ଛିଡ଼ା ହୋଇରହିଛି।
ସୂଚନାଯୋଗ୍ୟ, ୨୦୧୪ ମସିହାରେ ଏହି ଫ୍ଲାଏଓଭର ତଳେ ରହିଥିବା ଏକ ବେଆଇନ ସ୍କ୍ରାପ୍‌ ଗୋଦାମରେ ନିଆଁ ଲାଗି ଯାଇଥିଲା। ଫଳରେ ଅତ୍ୟଧିକ ଉତ୍ତାପ ଯୋଗୁ ଫ୍ଲାଏଓଭରର ଲୁହାରଡ୍‌ଗୁଡ଼ିକ ବଙ୍କା ହୋଇ ଫାଟ ସୃଷ୍ଟି ହୋଇଥିଲା। ପରେ ଫ୍ଲାଏ ଓଭରରେ ଅନେକ ଛୋଡବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହା ସହରର ମୁଖ୍ୟ ସଡ଼କପଥ ତଥା ୩୨୬ ନଂ. ଜାତୀୟ ରାଜପଥରେ ରହିଥିବାରୁ ପ୍ରତିଦିନ ହଜାର ସଂଖ୍ୟାରେ ଭାରିଯାନ ଯାତାୟାତ କରୁଛି। ଫ୍ଲାଏଓଭର ବିଭିନ୍ନ କୋଣରେ ଗଛଲତା ବଢ଼ୁଥିଲେ ମଧ୍ୟ ଏହାକୁ କଟାଯାଉ ନାହିଁ, କି ଫ୍ଲାଏଓଭରର ରକ୍ଷଣାବେକ୍ଷଣ କରାଯାଉନାହିଁ। ଏହା ନିର୍ମାଣ ହେବା ପରଠାରୁ ପୂର୍ତ୍ତ ବିଭାଗ ଅଧୀନରେ ରହିଥିଲା। ସେତେବେଳେ ମଧ୍ୟ ରକ୍ଷଣାବେକ୍ଷଣ ହେଉ ନ ଥିଲା। ଏବେ ଏହା ଜାତୀୟ ରାଜପଥ ବିଭାଗ ଅଧୀନରେ ରହିଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ହେଉନାହିଁ। ଏଭଳିକି ଜନସାଧାରଣ, ରାଜନେତା, ଜିଲା ପ୍ରଶାସନ ଓ ଖୋଦ୍‌ ଏମ୍‌ପି ସପ୍ତଗିରି ଉଲାକା ଏହାର ରକ୍ଷଣାବେକ୍ଷଣ ପାଇଁ ଜାତୀୟ ରାଜପଥ ବିଭାଗକୁ କହିଥିଲେ ମଧ୍ୟ କେହି ଖାତିର କରୁ ନ ଥିବା ଅଭିଯୋଗ ହେଉଛି। ତେବେ ଯେକୌଣସି ମୁହୂର୍ତ୍ତରେ ଏହି ଫ୍ଲାଏଓଭର ଭୁଶୁଡି ପଡ଼ି ବାର ସମ୍ଭାବନା ରହିଛି। ଏହା ହେଲେ ନିଶ୍ଚୟ ବହୁ ପରିମାଣରେ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଜାତୀୟ ରାଜପଥ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ଏହାର ସ୍ଥାୟୀ ସମାଧାନ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି। ଏ ନେଇ ଜାତୀୟ ରାଜପଥ ବିଭାଗ ସହକାରୀ ଯନ୍ତ୍ରୀ ବିକ୍ରମ ପାଣିଗ୍ରାହୀଙ୍କୁ ଫୋନ ନ ଲାଗିବାରୁ ଯୋଗାଯୋଗ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri