Posted inଫୁରସତ

ଉଡ଼ି ଉଡ଼ି ପିଜ୍ଜା ଡେଲିଭରି

ଲଣ୍ଡନ: ଯୁଗ ଆଧୁନିକ ହେବା ସହ ଲୋକେ ମଧ୍ୟ ଆଧୁନିକ ପ୍ରଣାଳୀକୁ ଆପଣେଇଲେଣି। ଲୋକେ ଘରେ ବସି ସମସ୍ତ ସାମଗ୍ରୀ ଅର୍ଡର କରୁଛନ୍ତି। ତେବେ ଖାଦ୍ୟ ପଦାର୍ଥ ମଧ୍ୟରେ ଲୋକେ ପିଜ୍ଜାକୁ ବେଶି ପସନ୍ଦ କରିଥାନ୍ତି। ଏବେ ଡୋମିନସ୍‌ ପିଜ୍ଜା ତାଙ୍କ ଗ୍ରାହକଙ୍କ ପାଇଁ କିଛି ନୂତନ ଯୋଜନା ଆଣିଛି। ଏବେ ଆଉ ଖାଦ୍ୟ ଡେଲିଭରି ବୟ କିମ୍ବା ବାଇକ୍‌ ମାଧ୍ୟମରେ ନୁହେଁ ଏଣିକି ଉଡ଼ି ଉଡ଼ି ଆସି ପହଞ୍ଚିବ। ଏହା ଅଜବ ଲାଗୁଥିଲେ ବି ସତ। ପ୍ରଥମ ଥର ପାଇଁ ଦେଶରେ ଡୋମିନସ୍‌ ଏପରି ଏକ ଅଭିନବ ଯୋଜନା ଆଣିଛି। ଏଥିରେ ଜଣେ ଡେଲିଭରି ବୟ ଜେଟ୍‌ପ୍ୟାକ ପିନ୍ଧିବେ ଏବଂ ପିଠିରେ ଏକ ପିଜ୍ଜା ଥିବା ବ୍ୟାଗ ନେଇ ପିଜ୍ଜା ଡେଲିଭରି କରିବେ; ଯାହା କି ତାଙ୍କର ଅନେକ ସମୟ ବଞ୍ଚାଇବ। ବ୍ରିଟେନ୍‌ରେ ଡୋମିନସ୍‌ କମ୍ପାନୀ ଏପରି ଉପାୟ ଅବଲମ୍ବନ କରିଛି। ଯାହାକୁ ରକେଟ୍‌ ମ୍ୟାନ ଜେଟ୍‌ପ୍ୟାକ୍‌ ଡେଲିଭରି କୁହାଯାଉଛି। ଜଣେ ଡେଲିଭରି ବୟ ଉଡ଼ି ଉଡ଼ି ଯାଇ ଚାଲିଥିବା ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ପିଜ୍ଜା ଡେଲିଭରି କରିଛନ୍ତି। ଏହି ଜେଟ୍‌ ଶୁଟ୍‌ ଡେଲିଭରି ବୟକୁ ସୁରକ୍ଷା ଦେବା ସହ ଖାଦ୍ୟକୁ ମଧ୍ୟ ଗରମ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri