Posted inଫୁରସତ

ଉଡ଼ନ୍ତା ବାଇକ୍‌ ପରେ ଏବେ ଆସିବ କାର୍‌, ଦାମ୍‌ ଜାଣିଲେ…

ଦିନ ଥିଲା ଲୋକେ ଶଗଡ଼ଗାଡ଼ି କିମ୍ବା ଘୋଡ଼ାଗାଡ଼ିରେ ଯିବା ଆସିବା କରୁଥିଲେ। ବିଜ୍ଞାନ ଯେତେ ଅଗ୍ରଗତି କରୁଛି ଲୋକମାନେ ନୂଆ ନୂଆ ଉଦ୍ଭାବନ ମଧ୍ୟ କରୁଛନ୍ତି। ସାଇକେଲ, କାର୍‌, ବସ୍‌, ଟ୍ରେନ, ଏରୋପ୍ଲେନ୍‌ ଏମିତି କେତେ କ’ଣ ଯାନ ତିଆରି ସରିଛି। ଏବେ ଏମିତି ଏକ କାର୍‌ ତିଆରି ହେଉଛି ଯାହା ରାସ୍ତାରେ ଗଡ଼ିବା ସହ ଆକାଶରେ ମଧ୍ୟ ଉଡ଼ିପାରିବ। ବୈଜ୍ଞାନିକମାନେ ଏକ ଫ୍ଲାଇଙ୍ଗ କାର୍‌ ବା ଉଡ଼ାନ୍ତା କାର୍‌ ତିଆରି କରିଛନ୍ତି। ଏକାସାଙ୍ଗରେ ଏହା ଆକାଶ ପଥ ଏବଂ ସ୍ଥଳପଥରେ ଚଳାଚଳ କରିପାରିବ।

ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରଥମ ଫ୍ଲାଇଙ୍ଗ କାର୍‌ ଖୁବ୍‌ଶୀଘ୍ର ବଜାର ପ୍ରବେଶ କରିବ। ଏହି କାର୍‌ ଆମେରିକାର କାଲିଫର୍ନିଆରେ ଅବସ୍ଥିତ ଆଲେଫ ଏରୋନେଟିକ୍ସ କମ୍ପାନୀ ଦ୍ୱାରା ଡିଜାଇନ କରାଯାଇଛି। ସେମାନେ ଏହି କାରର ନାମ ରଖିଛନ୍ତି ‘ମଡେଲ – ଏ’ ଯାହା ଦୀର୍ଘ ସମୟ ଧରି ଲାଗି ରହୁଥିବା ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ। କାର୍‌ଟି ରାସ୍ତାରେ ଚାଲିବ କିନ୍ତୁ ଯେତେବେଳେ ଟ୍ରାଫିକ ଆସିବ ଡ୍ରାଇଭର ଏହାକୁ ଆକାଶରେ ଉଡ଼ାଇ ନେଇପାରିବେ।

flying car

୨୦୨୫ ସୁଦ୍ଧା କମ୍ପାନୀ ଏହି କାର୍‌ପ୍ରଥମ ଲଞ୍ଚ କରିବ। ଏହାପୂର୍ବରୁ ଅକ୍ଟୋବର ୧୯ରେ ପ୍ରି ସେଲ୍‌ ଆରମ୍ଭ ହୋଇସାରିଛି। ଏହି କାର୍‌ର ଦାମ୍‌ ମଧ୍ୟ ଢେର ଅଧିକ। ୨ ଲକ୍ଷ ୭୫ ହଜାର ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହାର ଦାମ୍‌ ୨ କୋଟି ୫୧ ଲକ୍ଷ ଟଙ୍କା।

କମ୍ପାନୀର ସିଇଓ ଜିମ୍‌ ଦୁଖୋଭନି କହିଛନ୍ତି, ଆଧୁନିକ ଯୁଗରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଟ୍ରାଫିକ ଜାମ ସମସ୍ୟାରୁ ମୁକ୍ତି ପାଇବା ପାଇଁ ‘ମଡେଲ -ଏ’ ଏକ ଭଲ ବିକଳ୍ପ ଏବଂ ଏହା ଉପଲବ୍ଧ ପରିବହନ ପାଇଁ ଦ୍ରୁତତମ ବିକଳ୍ପ ହୋଇଥିବାରୁ ଏକବିଂଶ ଶତାବ୍ଦୀର ପରିବହନ ଆବଶ୍ୟକ। ଡ୍ରାଇଭରମାନେ ନିଜର ଡ୍ରାଇଭିଂ ଏବଂ ଫ୍ଲାଇଙ୍ଗ ମୋଡ ଚୟନ କରିପାରିବେ। ୨୦୧୯ରୁ କାରର ପୂର୍ଣ୍ଣ ଆକାରର ପ୍ରୋଟୋଟାଇପ ପରୀକ୍ଷା କରାଯାଉଛି। କମ୍ପାନୀ କହିଛି, ୨୦୧୫ଠାରୁ ଫ୍ଲାଇଙ୍ଗ କାର୍‌ର କାମ ଚାଲିଆସୁଛି। ଏହା ବ୍ୟତୀତ କମ୍ପାନୀ ଅନ୍ୟାନ୍ୟ ଅନେକ ମଡେଲ ଉପରେ ମଧ୍ୟ କାମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri