Posted inଫୁରସତ

ଉଡନ୍ତା ବାଇକ

ଟ୍ରାଫିକ୍‌ ଜାମ୍‌ ପାଇଁ ବେଳେବେଳେ ଏତେ ବିରକ୍ତ ଲାଗେ ଯେ, ଇଛା ହୁଏ ଏମିତି ଗାଡି ଥାଆନ୍ତା କି ଉଡି ଉଡି ଯାଇ ହୁଅନ୍ତା। ତେବେ ଏଇ ଭାବନା ଏବେ ସତ ହେବାକୁ ଯାଉଛି। କାରଣ ଜାପାନର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ‘ଏୟରଓ୍ବିନସ୍‌ ଟେକ୍ନଲୋଜ’ଭି’ ତିଆରି କରିଛି ଏକ ଉଡନ୍ତା ବାଇକ୍‌। ନିକଟରେ ସେ ଏହାକୁ ଡିଟ୍ରୟଟ୍‌ ଅଟୋ ଶୋ’ରେ ଲଞ୍ଚ କରିଛି। ଏହାକୁ ଏକ୍ସପର୍ଟମାନେ ବହୁତ ପ୍ରଶଂସା ବି କରିଛନ୍ତି । ଉକ୍ତ ବାଇକ୍‌ର ନାମ ‘ତୁରିଜ୍‌ମୋ’। ଡେଟ୍ରୟଟ୍‌ ଅଟୋ ଶୋ’ର ଅଧ୍ୟକ୍ଷ ନିଜେ ଏହାକୁ ଟେଷ୍ଟ କରିଛନ୍ତି। ଆଉ ନିଜର ଅନୁଭବକୁ ନେଇ ସେ କହିଛନ୍ତି ଯେ, ଏହା ବେଶ୍‌ ଉତ୍ସାହଜନକ ଓ ମଜାଦାର ଅଟେ। ହେଲେ ସ୍ବପ୍ନକୁ ସତ କରୁଥିବା ଏହି ବାଇକ୍‌କୁ ପାଇବା ପାଇଁ ମୋଟା ଅଙ୍କର ଖର୍ଚ୍ଚ କରିବାକୁ ହେବ। କାରଣ ଏହାର ମୂଲ୍ୟ ୭ଲକ୍ଷ ୭୭ ହଜାର ଡଲାର। ଯାହାର ଭାରତୀୟ ମୂଲ୍ୟ ୬ କୋଟି ୧୮ ଲକ୍ଷ ଅଟେ। ଉକ୍ତ ବାଇକ୍‌ର ଓଜନ ୩୦୦କି.ଗ୍ରା.। ଉକ୍ତ ବାଇକ୍‌ ୧୦୦ କି.ମି. ପ୍ରତି ଘଣ୍ଟା ବେଗରେ ଉଡିପାରେ। ଉଡିବା ପାଇଁ ଏଥିରେ ଥିବା ବ୍ୟାଟେରୀରୁ ଶକ୍ତି ମିଳିଥାଏ। ଜାପାନରେ ବ୍ଲାକ, ବ୍ଲୁ ଓ ରେଡ୍‌ କଲର୍‌ ବାଇକ ବିକ୍ରି ପାଇଁ ଉପଲବ୍ଧ ଅଛି। ୨୦୨୩ରେ ଏହାର ବିକ୍ରି ଆମେରିକାରେ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri