Posted inଫୁରସତ

ଉଡନ୍ତା ବାଇକ

ଟ୍ରାଫିକ୍‌ ଜାମ୍‌ ପାଇଁ ବେଳେବେଳେ ଏତେ ବିରକ୍ତ ଲାଗେ ଯେ, ଇଛା ହୁଏ ଏମିତି ଗାଡି ଥାଆନ୍ତା କି ଉଡି ଉଡି ଯାଇ ହୁଅନ୍ତା। ତେବେ ଏଇ ଭାବନା ଏବେ ସତ ହେବାକୁ ଯାଉଛି। କାରଣ ଜାପାନର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ‘ଏୟରଓ୍ବିନସ୍‌ ଟେକ୍ନଲୋଜ’ଭି’ ତିଆରି କରିଛି ଏକ ଉଡନ୍ତା ବାଇକ୍‌। ନିକଟରେ ସେ ଏହାକୁ ଡିଟ୍ରୟଟ୍‌ ଅଟୋ ଶୋ’ରେ ଲଞ୍ଚ କରିଛି। ଏହାକୁ ଏକ୍ସପର୍ଟମାନେ ବହୁତ ପ୍ରଶଂସା ବି କରିଛନ୍ତି । ଉକ୍ତ ବାଇକ୍‌ର ନାମ ‘ତୁରିଜ୍‌ମୋ’। ଡେଟ୍ରୟଟ୍‌ ଅଟୋ ଶୋ’ର ଅଧ୍ୟକ୍ଷ ନିଜେ ଏହାକୁ ଟେଷ୍ଟ କରିଛନ୍ତି। ଆଉ ନିଜର ଅନୁଭବକୁ ନେଇ ସେ କହିଛନ୍ତି ଯେ, ଏହା ବେଶ୍‌ ଉତ୍ସାହଜନକ ଓ ମଜାଦାର ଅଟେ। ହେଲେ ସ୍ବପ୍ନକୁ ସତ କରୁଥିବା ଏହି ବାଇକ୍‌କୁ ପାଇବା ପାଇଁ ମୋଟା ଅଙ୍କର ଖର୍ଚ୍ଚ କରିବାକୁ ହେବ। କାରଣ ଏହାର ମୂଲ୍ୟ ୭ଲକ୍ଷ ୭୭ ହଜାର ଡଲାର। ଯାହାର ଭାରତୀୟ ମୂଲ୍ୟ ୬ କୋଟି ୧୮ ଲକ୍ଷ ଅଟେ। ଉକ୍ତ ବାଇକ୍‌ର ଓଜନ ୩୦୦କି.ଗ୍ରା.। ଉକ୍ତ ବାଇକ୍‌ ୧୦୦ କି.ମି. ପ୍ରତି ଘଣ୍ଟା ବେଗରେ ଉଡିପାରେ। ଉଡିବା ପାଇଁ ଏଥିରେ ଥିବା ବ୍ୟାଟେରୀରୁ ଶକ୍ତି ମିଳିଥାଏ। ଜାପାନରେ ବ୍ଲାକ, ବ୍ଲୁ ଓ ରେଡ୍‌ କଲର୍‌ ବାଇକ ବିକ୍ରି ପାଇଁ ଉପଲବ୍ଧ ଅଛି। ୨୦୨୩ରେ ଏହାର ବିକ୍ରି ଆମେରିକାରେ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri