Posted inଫୁରସତ

ଅମୃତଭଣ୍ଡାରେ ଫୁଲ

ଅମୃତଭଣ୍ଡାକୁ ନେଇ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ। ହେଲେ ଏହାକୁ ନେଇ କଳାକୃତୀ ବି ଗଢାଯାଏ ତାହା ହୁଏତ ଅନେକେ ଜାଣି ନ ଥିବେ। ଭିଏତନାମରେ କଞ୍ଚା ଅମୃତଭଣ୍ଡାକୁ ବ୍ୟବହାର କରି ସୁନ୍ଦର ଫୁଲର କଳାକୃତୀ ତିଆରି କରିବା ଏକ ପାରମ୍ପରିକ କଳା। କିନ୍ତୁ ଏବେ ଏହାର ସତ୍ତା ଦିନକୁ ଦିନ ହଜିବାକୁ ଲାଗିଲାଣି। ହେଲେ ହାନୋଇର ନୁୟେନ ଥି ଥୁ ହେଉଛନ୍ତି ଏମିତି ଜଣେ ମହିଳା ଯେକି ହଜି ଯାଉଥିବା ଏହି କଳାକୁ ବଞ୍ଚାଇ ରଖିବା ଲାଗି ଅହରହ ଚେଷ୍ଟା ଜାରି ରଖିଛନ୍ତି। ସେ ଏଥିରେ ଏତେ ସୁନ୍ଦର ଓ ଜୀବନ୍ତ ଫୁଲ ତିଆରି କରୁଛନ୍ତି ଯେ, ତାହା ସବୁ ସତସତିକା ଫୁଲ ପରି ହିଁ ଲାଗେ। ଏଥିପାଇଁ ସେ କଞ୍ଚା ସବୁଜ ଅମୃତଭଣ୍ଡା ଆବଶ୍ୟକ କରନ୍ତି। କଳାକୃତୀ ଗଢିବା ପୂର୍ବରୁ ସେ ଏହାକୁ ମଝିରୁ ଦୁଇ ଫାଳ କରି କାଟି ଥଣ୍ଡା ପାଣିରେ ଏକ ଘଣ୍ଟା ବୁଡାଇ ରଖନ୍ତି। ମଞ୍ଜି ବାହାର କରି ଛୁରୀ ସାହାଯ୍ୟରେ ଅମୃତଭଣ୍ଡାକୁ ପତଳା ପତଳା କାଟନ୍ତି। କଇଁଚିରେ ସେସବୁକୁ କାଟି ପାଖୁଡାର ରୂପ ଦିଅନ୍ତି। ଚପ୍‌ଷ୍ଟିକ୍‌ ମାଧ୍ୟମରେ ପାଖୁଡାକୁ ମୋଡନ୍ତି। ପରେ ଫୁଡ କଲର୍‌ରେ ପାଖୁଡ଼ାଗୁଡିକୁ ରଙ୍ଗ ଦେଇ ସତସତିକା ଫୁଲର ରୂପ ଦିଅନ୍ତି। ପଦ୍ମ, କଇଁ ପରି ନାନା ପ୍ରକାରର ଫୁଲ ସେ ଅମୃତ ଭଣ୍ଡାରେ କରି ପାରନ୍ତି। ଆଉ ତା’ର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତି। ଗୋଟିଏ ଫୁଲ ତିଆରି କରିବାକୁ ତାଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗେ। ସେ କୁହନ୍ତି, ଏହି ଫୁଲକୁ ଫ୍ରିଜ୍‌ରେ ରଖିଲେ ଅଧିକ ସମୟ ରହିପାରେ। ତେବେ ପ୍ରଦର୍ଶନୀରେ ପ୍ରଦର୍ଶିତ କଲାବଳେ ଏହାକୁ ଖରାଠୁ ଦୂରରେ ରଖିବାକୁ ଚେଷ୍ଟା କରେ। ଏହାଛଡ଼ା ମୋ କଳାକୁ ଅଧିକ ସମୟ ବଞ୍ଚାଇ ରଖିବା ଲାଗି ମୁଁ ବିଭିନ୍ନ ପ୍ରିଜରଭେଟିଭ୍‌ସ ଉପରେ
ଗବେଷଣା କରୁଛି।’


Enter your email to get our daily news in your inbox.

All Right Reserved By Dharitri.Com

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri