ସ୍ବାମୀଙ୍କୁ ବିକ୍ରି ପାଇଁ ମହିଳା ଦେଲେ ବିଜ୍ଞାପନ

ଫ୍ଲୋରିଡା,୩୦।୪: ଫ୍ଲୋରିଡାର ଜଣେ ମହିଳା ଘର ସାଙ୍ଗକୁ ତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ଏକ ବିଜ୍ଞାପନ ଦେଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ସବୁଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ୪୩ ବର୍ଷୀୟା କ୍ରିଷ୍ଟାନ ବଲ ନିକଟରେ ତାଙ୍କ ସ୍ବାମୀ ରିଚାର୍ଡ ଚେଲସ୍‌ (୫୪)ଙ୍କଠାରୁ ଅଲଗା ହୋଇଛନ୍ତି। କ୍ରିଷ୍ଟାଲ ୨୦୧୯ରେ ରିୟଲିଷ୍ଟେଟ୍‌ ବ୍ୟବସାୟ ଆରମ୍ଭ କରିଥିଲେ। ଫ୍ଲୋରିଡାର ପାନାମା ସହରରେ କ୍ରିଷ୍ଟାଲ ୩ଟି ଘର କିଣିଥିବା ବେଳେ ସେଥିରୁ ଗୋଟିଏ ଘର ସେ ବିକ୍ରି କରିବାକୁ ବାହାରିଛନ୍ତି। ଖାଲି ଘର ନୁହେଁ ଘର ସାଙ୍ଗକୁ ସେ ତାଙ୍କ ପୂର୍ବତନ ସ୍ବାମୀ ରିଚାର୍ଡଙ୍କୁ ମଧ୍ୟ ବିକ୍ରି କରିବା ପାଇଁ ଏକ ବିଜ୍ଞପ୍ତି ଦେଇଛନ୍ତି। ୩ଟି ବେଡ୍‌ରୁମ୍‌, ୨ଟି ବାଥ୍‌ରୁମ୍‌, ଗୋଟିଏ ପୁଲ୍‌ ଏବଂ ବାଥ୍‌ ଟବ୍‌ର ସୁବିଧା ଉକ୍ତ ଘରେ ରହିଛି ବୋଲି ସେ ଉକ୍ତ ବିଜ୍ଞାପନରେ ଉଲ୍ଲେଖ କରିଛନ୍ତି। ୭ବର୍ଷ ଏକାଠି ରହିବା ପରେ ସେମାନଙ୍କ ବିବାହ ବିଚ୍ଛେଦ ଘଟିଛି। ଦୁହେଁ ଏକାଠି ତାଙ୍କ ପୁଅର ଲାଳନ ପାଳନ କରୁଥିବା କ୍ରିଷ୍ଟାଲ କହିଛନ୍ତି। ବିକ୍ରି ହେବାକୁ ଥିବା ଏହି ଘରର ବଜାର ମୂଲ୍ୟ ୬୯୯,୦୦୦ ଡଲାର ରହିଛି। ତେବେ ଯଦି କେହି ଘର ସହିତ ରିଚାର୍ଡଙ୍କୁ ଘରେ ରଖିବାକୁ ରାଜି ହୁଅନ୍ତି ତେବେ ଏହି ମୂଲ୍ୟରେ ରିହାତି ସୁବିଧା ଉପଲବ୍ଧ କରାଯିବ ବୋଲି କ୍ରିଷ୍ଟାଲ କହିଛନ୍ତି। ପ୍ରତ୍ୟେକ ଘର କାମ ଯେମିତି ରୋଷେଇ, ଘର ସଫା ଓ ଜିନିଷ ପତ୍ର ସଜାଡ଼ିବା ଆଦି କାମରେ ରିଚାର୍ଡ ସାହାଯ୍ୟ କରିବେ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି କ୍ରିଷ୍ଟାଲ। ବିଜ୍ଞପ୍ତିରେ ଦିଆଯାଇଥିବା ଫଟୋ ସବୁରେ ରିଚାର୍ଡ ବିଭିନ୍ନ ପୋଜ୍‌ରେ ଛିଡ଼ା ହୋଇ ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri