ଦକ୍ଷିଣ ଓଡ଼ିଶାରେ ବନ୍ୟା ସମ୍ଭାବନା

ଭୁବନେଶ୍ୱର,୬ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଚାଷୀମାନେ ଆଶ୍ୱସ୍ତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁ ରାଜ୍ୟରେ ମରୁଡ଼ି ଆଶଙ୍କା ମଧ୍ୟ କେତେକାଂଶରେ ଟଳିଯାଇଛି। ରାଜ୍ୟରେ ବିଭିନ୍ନ ଭାଗରେ ବୁଧବାର ରୁଆ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ
ସମ୍ବଲପୁର ଜିଲାର ଝୁମ୍ପୁରାରେ ୨୯୦ ମିଲିମିଟର ବର୍ଷା ହୋଇଥିବା ବେଳେ ବୌଦ୍ଧ ଜିଲା ଖଇରମାଳରେ ୧୮୦, ସୋନପୁର ୧୭୦, କଟକ ୧୭୦, ପୁରୀ ଜିଲାର ଗୋପରେ ୧୫୦, ଭୁବନେଶ୍ୱରରେ ୧୫୦, କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇରେ ୧୪୦, କେନ୍ଦୁଝର ଜିଲା ତେଲକୋଇ ୧୪୦, ବାଙ୍କୀରେ ୧୩୦, ସମ୍ବଲପୁରର ରେଢାଖୋଲରେ ୧୩୦, ଢେଙ୍କାନାଳ ଭୁବନରେ ୧୩୦, ଭଦ୍ରକ ତିହିଡିରେ ୧୩୦, ସୁନ୍ଦରଗଡ଼ରେ ୯୦, କୋରାପୁଟରେ ୭୦, ଝାରସୁଗୁଡ଼ା ଲଖନପୁରରେ ୭୦, ପାରାଦୀପରେ ୭୦, ଅନୁଗୋଳ ପାଲଲହଡ଼ାରେ ୭୦, କୋରାପୁଟ ଜୟପୁରରେ ୭୦, ସମ୍ବଲପୁରର କୁଚିଣ୍ଡାରେ ୭୦, ଜଗତ୍‌ସିଂହପୁର ବାଲିକୁଦାରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ଭାଗରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅଗଷ୍ଟ ୪ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଓ୍ବେଲ୍‌ମାର୍କ ଲୋ ପ୍ରେସରରେ ପରିଣତ ହୋଇ ଛତିଶଡ଼ ଉପରକୁ ଚାଲିଯାଇଛି। ତେବେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଅନୁଗୋଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦୁଝର ଏବଂ ବାଲେଶ୍ୱର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି।
ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭବାରେ ୯ ଓ ୧୦ ତାରିଖ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବ। ତେବେ ଏହାର ପ୍ରଭାବରେ ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁ ବଂଶଧାରା, ଋଷିକୁଲ୍ୟା ଏବଂ ହାତୀନଦୀରେ ବନ୍ୟା ଆସିବା ସମ୍ଭାବନା ରହିଛି। ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri