Posted inଜାତୀୟ

ନେପାଳରେ ବନ୍ୟା ତାଣ୍ଡବ: ୨୮୮ ଭାରତୀୟଙ୍କ ମିଳୁନି ପତ୍ତା,୨୧ ଉଦ୍ଧାର

ନୂଆଦିଲ୍ଲୀ,୨୭।୮: ନେପାଳରେ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର ଏପର୍ଯ୍ୟନ୍ତ ୨୧ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ବୋଲି ମୁଖପାତ୍ର ରଣଧୀର ଜୟସ୍ବାଲ ଗୁରୁବାର କହିଛନ୍ତି।

ସେ କହିଛନ୍ତି, ପ୍ରଥମ ଗ୍ରୁପ୍‌ରେ ତ୍ରିଶୂଳୀ-୧ ବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ୭୩ ଜଣ ଲୋକ ଅଛନ୍ତି। ତାମିଲନାଡୁର ଦୁଇଟି ପୃଥକ ଗ୍ରୁପ୍‌ ଅଛି। ଏଥିରେ ୩୭ ଜଣ ଏବଂ ୪୯ ଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସମ୍ରାଟ ଟ୍ରାଭେଲ୍ସ ଏବଂ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ୍ସ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରାରେ ଯାଇଥିଲେ। ପଶ୍ଚିମବଙ୍ଗର ୩୨ ଜଣ ନାଗରିକଙ୍କ ଏକ ଗ୍ରୁପ୍‌ ଅଛି। ଏହି ଗ୍ରୁପ୍‌ ସମ୍ରାଟ ଟ୍ରାଭେଲ୍ସ ସହାୟତାରେ ରସୁୱା ଜିଲାର ତିମୁରେ ଯାତ୍ରା କରିଥିଲେ। ଏହା ସହିତ, ବିଭିନ୍ନ ରାଜ୍ୟରୁ ୬୧ ଜଣ ଭାରତୀୟ ନାଗରିକଙ୍କ ଏକ ଗ୍ରୁପ୍‌ ଏବଂ କେରଳରୁ ୩୩ ଜଣ ଭାରତୀୟ ନାଗରିକଙ୍କ ଏକ ଗ୍ରୁପ୍‌ ଅଛି। ମୋଟ ୨୮୮ ଜଣ ଭାରତୀୟ ନିଖେଶଜ ଥିବା ରିପୋର୍ଟ ହୋଇଛି।

ରଣଧୀର ଆହୁରି କହିଛନ୍ତି, କୈଳାସ ମାନସରୋବର ଯାତ୍ରାରେ ଯାଇଥିବା ଅନେକ ଭାରତୀୟ ବର୍ତ୍ତମାନ ଚାଇନା ପାର୍ଶ୍ୱରେ ଫସି ରହିଛନ୍ତି। ପ୍ରାୟ ୨୦୦ ଭାରତୀୟ ନାଗରିକ ସହାୟତା ଲୋଡ଼ିଛନ୍ତି। ଚାଇନାରେ ଆମର ମିଶନ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ସହିତ କାମ କରୁଛି। ଫସି ରହିଥିବା ଲୋକଙ୍କ ମଧ୍ୟରେ ଇଶା ଫାଉଣ୍ଡେସନ ସହିତ ଜଡିତ ଲୋକମାନେ ମଧ୍ୟ ଅଛନ୍ତି।

ମୁଖପାତ୍ର କହିଛନ୍ତି, ଭାରତ ଦୁଇଟି ବିମାନ ମାଧ୍ୟମରେ ନେପାଳକୁ ରିଲିଫ ଏବଂ ଉଦ୍ଧାର ସାମଗ୍ରୀ ପଠାଇଛି। ପ୍ରାରମ୍ଭିକ ଭାବରେ ୧୦ ଟନ ରିଲିଫ ସାମଗ୍ରୀ ପଠାଯାଇଥିଲା। ୩୭.୫ ଟନ ରିଲିଫ ସାମଗ୍ରୀ ବହନ କରି ଦ୍ୱିତୀୟ ବିମାନ ଆଜି ସକାଳେ ପ୍ରସ୍ଥାନ କରିଛି। ଏଥିରେ ୮ ଟନ ଔଷଧ ସାମିଲ ଅଛି। ବୈଦେଶିକ ମନ୍ତ୍ରଣାଳୟରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

Appleର ବଡ଼ ଘୋଷଣା! ଏହି ତାରିଖରେ ଲଞ୍ଚ ହେବ iPhone 18 Pro, ଏତିକି ରହିବ ଦାମ୍

ନୂଆଦିଲ୍ଲୀ,୨୭।୮: Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ…

ସତ ହୋଇଗଲା ଭବିଷ୍ୟବାଣୀ! ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏମିତି କହିଥିଲେ…

ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି…

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri