ବନ୍ୟାଜଳ କମୁଛି, ଦୁର୍ଦ୍ଦଶା ବଢୁଛି

ଖୋର୍ଦ୍ଧା,୭ା୮(ପ୍ରଭାତ ପାଣିଗ୍ରାହୀ): ମହାନଦୀ ଫୁଲୁଛି। ଏହାର ପ୍ରଭାବରେ ଖୋର୍ଦ୍ଧା ବ୍ଲକ ଓରବସିଂ ପଞ୍ଚାୟତର ହିରିମୂଳ ଗ୍ରାମ ପାଣିଘେରରେ ରହି ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି। ଡିହଖଳା, ଦୁର୍ଗାପୁର, ମାନପୁର ଓ ଧବଳପୁର ଗ୍ରାମ ପାଣିଘେରରେ ରହିଥିଲା। ଏବେ ଏହି ଗାଁଗୁଡିକରୁ ବନ୍ୟାଜଳ ଧୀାର ଧୀରେ ଖସିବାରେ ଲାଗିଛି। ତେବେ ଗ୍ରାମବାସୀଙ୍କ ଚିନ୍ତା ବଢିଛି। ଚାଷ ଉଜୁଡି ଗଲା। ସରକାରଙ୍କ ପକ୍ଷରୁ ଗୋରୁଙ୍କ ପାଇଁ ଗୋଖାଦ୍ୟ ବ୍ୟବସ୍ଥା ହୋଇନାହିଁ। ଆଗକୁ ତୁରନ୍ତ ବ୍ୟବସ୍ଥା କରା ନ ଗଲେ ଗୋରୁ ମୃତ୍ୟୁମୁଖରେ ପଡିବା ଆଶଙ୍କା ଥିବା ଗ୍ରାମବାସୀ କହିଛନ୍ତି।
ବନ୍ୟାଜଳରେ ସାପ ଭାସୁଛନ୍ତି। ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ରିଲିଫ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମର ଦେବରାଜ ବଳିଆରସିଂ କହିଛନ୍ତି, ଲୋକେ ଭୋକ ଉପାସରେ ରହିଛନ୍ତି। ବନ୍ୟାଜଳଠାରୁ ବିଦ୍ୟୁତକାଟ ଅସହ୍ୟ ହେଲାଣି। ଦିନରେ ବିଦ୍ୟୁତ କାଟ ହେଲେ ଯେନତେନ ପ୍ରକାରେ ଚଳିଯାଉଛି। ମାତ୍ର ରାତିରେ ଭୟ ଲାଗୁଛି। ଅନ୍ଧାରରେ କିଏ କୁଆଡ଼େ ଯିବେ କିଛି ଜାଣିପାରୁନାହାନ୍ତି। ଶୌଚ ଲାଗି ଯିବାକୁ ବାଟନାହିଁ। ସେହିପରି ପରମାନନ୍ଦ ଛୋଟରାୟ କ୍ଷୋଭର ସହ କହିଛନ୍ତି, ବନ୍ୟାଜଳରେ ଶରୀର କୁଣ୍ଡେଇ ହେବା ସହ ଅନେକଙ୍କ ପାଦ ଖାଇଗଲାଣି। ବ୍ଲିଚିଙ୍ଗ ପାଉଡର ଯୋଗାଇ ଦିଆଯାଉନାହିଁ। କେତେ ଅଭିଯୋଗ କରିବୁ, ଏଠି ଗୁହାରି ଶୁଣିବାକୁ କେହି ନାହାନ୍ତି। କାଙ୍ଗୁଳି ମାର୍ଥା କହିଛନ୍ତି, ସବୁ ବ୍ୟବସ୍ଥା କରାଯାଇଥିବା ନେଇ ତିନିଦିନ ହେଲା ଗଣମାଧ୍ୟମ ଆଗରେ ପ୍ରଶାସନ ପକ୍ଷରୁ କୁହାଯାଉଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା। କେବଳ ହିରୂମିଳ ଗ୍ରାମରେ ଡଙ୍ଗା ବ୍ୟବସ୍ଥା ହୋଇଛି, ଅନ୍ୟ କିଛି ବ୍ୟବସ୍ଥା ନାହିଁ। ବନ୍ୟା ପରିସ୍ଥିତି ଆହୁରି ଦୁଇ ସପ୍ତାହ ରହିବା ଆଶଙ୍କା କରାଯାୁଛି। ମୁଣ୍ଡୁଳି ପାଣି ପଶିଲେ ଗାଁ ସମ୍ପୂର୍ଣ୍ଣ ବୁଡ଼ିବ। ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରମୀ, ମାନପୁର, ବଳପୁର, ଧବଳପୁର, ଶରଧାପୁର ପ୍ରଭୃତି ଗ୍ରାମର ଚାଷଜମି ଜଳମଗ୍ନ ରହିଛି। ଗତବର୍ଷ ଫସଲ କ୍ଷତି ହୋଇଥିଲା, ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ ବୋଲି ହିିରିମୂଳର କଂଗ୍ରେସ ମାର୍ଥା କହିଛନ୍ତି।
ଏନେଇ ବିଡିଓ କ୍ଷୀରାବ୍ଧି ତନୟା ସାହୁ କହିଛନ୍ତି, ବନ୍ୟା ଘେରରେ ରହିଥିବା ଗ୍ରାମରେ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାୟ କ୍ରମେ ରନ୍ଧ୍ୟା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା ହେଉଛି। ଏବେ ଗାଁରୁ ପାଣି ଖସିଛି। ଚାଷଜମି ଜଳମଗ୍ନ ରହିଛି। ଡା. ପରେଶ ଆଚାର୍ଯ୍ୟ କହିଛନ୍ତି, ବନ୍ୟା ଘେରରେ ରହିଥିବା ଅଞ୍ଚଳରେ ସ୍ବାସ୍ଥ୍ୟଟିମ୍‌ ବୁଲି ବୁଲି ଔଷଧ ଦେବା ଆରମ୍ଭ କରିଛନ୍ତି। ଗୋରୁଗାଇଙ୍କ ସକାଶେ ଗୋଖାଦ୍ୟ ବ୍ୟବସ୍ଥା କରାଯିବ। ଗୋରୁଗାଇଙ୍କ ଚିକିତ୍ସା ଲାଗି ଏକ ଟି ମୁତୟନ କରାଯାଇଛି ବୋଲି ପ୍ରାଣୀଧନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଏଡ୍‌ସକୁ ନେଇ ଭ୍ରାନ୍ତ ଧାରଣା ଦୂର ହେବା ଜରୁରୀ: କୁଇଜ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗୀର, ୨୫।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ମୁଖ୍ୟ…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?