ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର,୪ା୮(ଅନିଲ ଦାସ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଜନିତ ବର୍ଷାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ରାଜ୍ୟରେ ପ୍ରବାହିତ ଅନ୍ୟ କେତକ ଛୋଟବଡ଼ ନଦୀ ମଧ୍ୟରେ ବଢ଼ି ଆସିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ମହାନଦୀର ଖଇରମାଳଠାରେ ୪ ଲକ୍ଷ ୭୨ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଅନୁରୂପ ଭାବେ ବରମୂଳଠାରେ ୭ ଲକ୍ଷ ୮୬ ହଜାର ଏବଂ ମୁଣ୍ଡଳୀଠାରେ ୯ ଲକ୍ଷ ୧୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏହାର ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏସବୁ ଜିଲାକୁ ହାଇଆଲର୍ଟ କରାଯାଇଛି।
ନୟାଗଡ଼, ଅନୁଗୋଳ ଜିଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ କହିଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲାପାଳ ଜିଲାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।
ଏସ୍‌ଆରସି କହିଛନ୍ତି, ବୈତରଣୀ ଜଳସ୍ତର ହ୍ରାସ ପାଉଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୯.୪୪ ମିଟର ଥିବାବେଳେ ୧୭.୮୩ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଆନନ୍ଦପୁରଠାରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି। ଭଦ୍ରକ ଓ ଯାଜପୁର ଜିଲା ପ୍ରଶାସନ ଏହା ଉପରେ ନଜର ରଖିଛି। ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ଜେନାପୁରଠାରେ ବିପଦ ସଙ୍କେତ ସ୍ତର ୨୩ ମିଟର ଥିବାବେଳେ ବନ୍ୟା ଜଳ ୨୨ ମିଟର ନିକଟରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲାର ଜଳକା ନଦୀର ମଥାନୀ ନିକଟରେ ବନ୍ୟାଜଳ ବିପଦ ସଙ୍କେତ ଟପିଛି। ତେବେ ଧୀରେ ଧୀରେ ବିଭିନ୍ନ ନଦୀର ଜଳସ୍ତର କମୁଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ମହାନଦୀ ମୁଣ୍ଡଳୀଠାରେ ବନ୍ୟା ଜଳ ଅତିକ୍ରମ କରିବାର ୧୨ ଘଣ୍ଟା ପରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲା ଦେଇ ପ୍ରବାହିତ ହେବ। ଏସବୁ ଜିଲାର ଜିଲାପାଳମାନେ ସଜାଗ ଅଛନ୍ତି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ।
ମହାନଦୀ ବନ୍ୟାଜଳ ମୁଖ୍ୟତଃ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲାରେ ପ୍ରବେଶ କରିବା ଆଶଙ୍କା ବେଶି। ଉକ୍ତ ୩ ଜିଲାର ତଳିଆ ଅଞ୍ଚଳରେ ବିଶେଷ ଧ୍ୟାନ ରଖାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ରାଜ୍ୟର ୧୫ ଜିଲା ଅନ୍ତର୍ଗତ ୯୦ ବ୍ଲକର ୭୬୨ ଗ୍ରାମ ଓ ୧୭ ପୌରାଞ୍ଚଳର ୬୬ ଓ୍ବାର୍ଡ ଲଗାଣବର୍ଷା ଓ ବନ୍ୟାଦ୍ୱାରା ପ୍ରଭାବିତ ହୋଇଛି। ୧ ଲକ୍ଷ ୨୦ ହଜାର ଲୋକ ପାଣି ଘେରରେ ରହିଛନ୍ତି। ୬,୮୩୪ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଅନ୍ୟ ୧୩୬ଟି ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଉଛି। ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ମହାନଦୀ ଅବବାହିକାର ୭ ଜିଲାରେ ୨୩ ଓଡ୍ରାଫ୍‌, ୮ ଏନ୍‌ଡିଆର୍‌ଏଫ୍‌ ଓ ୬୨ଟି ଅଗ୍ନିଶମ ଟିମ୍‌ ମୁତୟନ କରାଯାଇଥିବା ଏସ୍‌ଆର୍‌ସି କହିଛନ୍ତି।
ଅନ୍ୟପଟେ ପୁରୀର କଣାସ, ଅସ୍ତରଙ୍ଗ, ଜଗତ୍‌ସିଂହପୁରର ଏରସମା ଓ ଭଦ୍ରକର ଆଖୁଆପଦାର କେତେକ ତଳି ଅଞ୍ଚଳରେ ପାଣି ପଶିଛି। ନୟାଗଡ଼ ଓ କଟକ ଜିଲାର କେତେକ ତଳି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। ଯୋବ୍ରା ରେଳଧାରଣା ତଳ ରାସ୍ତାରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଗୁରୁବାର ସକାଳେ ଏକ ଏସ୍‌ୟୁଭି ଥର୍‌ ଗାଡ଼ି ପାଣି ଭିତରେ ଫସିଯାଇଥିଲା। ଗାଡିରେ ଦୁଇ ଜଣ ବ୍ୟକ୍ତି ଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମହାନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ମଙ୍ଗଳବାର ରାତିରୁ ଏହି ରାସ୍ତାରେ ୫ ଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଛି। ତେଣୁ ଏହି ରାସ୍ତାରେ ଯାତାୟାତ ବନ୍ଦ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବନ୍ୟା ଜଳକୁ ନେଇ କହ୍ନେଇପୁର, ନେହୁରୁ ପଲି, ଗାନ୍ଧୀପଲ୍ଲୀ ଆଦି ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି। ତଳ ମୁଣ୍ଡରେ ପାଣି ନିଷ୍କାସନ ନ ହେବା ଯାଏ ହୀରାକୁଦର ଆଉ କୌଣସି ଗେଟ୍‌ ଖୋଲାଯିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତଚରଣ ମହାନ୍ତି ସୂଚନା ଦେଇଛନ୍ତି। ଖରସ୍ରୋତା ନଦୀବନ୍ଧରେ ପଡ଼ିଥିବା ଘଳିଆ ମରାମତି କରାଯାଇଛି। କେଉଁଠି କିଛି ଘଟିଲେ ଯୁଦ୍ଧକାଳୀନଭିତ୍ତିରେ ପଦକ୍ଷେପ ନିଆଯାଉଛି ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri