ନିର୍ମାଣ ହେବ ଭାସମାନ ସହର, ଜାତିସଂଘ ଯୋଗାଇବ ସହାୟତା…

ସିଓଲ,୨୦।୧୧: ପ୍ରାୟ ଦୁଇ ବର୍ଷ ପୂର୍ବେ ବିଲଡର୍ସ, ଇଞ୍ଜିନିୟର୍‌ ଏବଂ ସ୍ଥପତିମାନଙ୍କର ଏକ ଗୋଷ୍ଠୀ ମିଳିତ ଜାତିସଂଘରେ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଏକ ଭାସମାନ ସହର ନିର୍ମାଣ ବିଷୟରେ ଥିଲା। ଯାହା ଜଳ ଉପରେ ନିର୍ମିତ ହେବ। ବନ୍ୟା, ସୁନାମି ଏବଂ ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ସମ୍ପୂର୍ଣ୍ଣ ସୁରକ୍ଷିତ ହେବ। ଯଦିଓ ଏକ ’ଭାସମାନ ସହର’ର ପରିଯୋଜନା ନୂଆ ନୁହେଁ। ଲୋକମାନେ କୃତ୍ରିମ ଦ୍ୱୀପପୁଞ୍ଜ କିମ୍ବା ଜଳ ଉପରେ ଭାସୁଥିବା ସହର ନିର୍ମାଣ କରିବାର ସ୍ବପ୍ନ ଦେଖୁଛନ୍ତି।

ଏପରିକି ହୋମରଙ୍କ ଭଳି ଶତାବ୍ଦୀର ପ୍ରାଚୀନ ଲେଖକ ଏକ ପୌରାଣିକ ଭାସମାନ ସହରକୁ କଳ୍ପନା କରିଥିଲେ। ତଥାପି, ସେହି କଳ୍ପନାକୁ ବାସ୍ତବରେ ପରିଣତ କରିବା ସହଜ ନ ଥିଲା କାରଣ ସ୍ଥାନୀୟ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରି ନ ଥିଲେ। ଜମିର ଉତ୍ତମ ବ୍ୟବହାର ବିଷୟରେ ତାଙ୍କର ଚିନ୍ତା ଥିଲା କିନ୍ତୁ ବର୍ତ୍ତମାନ ସେହି କଳ୍ପନାଗୁଡ଼ିକ ବାସ୍ତବତାର ରୂପ ନେବାକୁ ଯାଉଛି।

ଜାତିସଂଘ ସହାୟତାରେ ଦକ୍ଷିଣ କୋରିଆରେ ଏଭଳି ଭାସମାନ ନିର୍ମାଣ ପରିଯୋଜନାକୁ ଅନୁମୋଦନ ମିଳିଛି। ଦକ୍ଷିଣ କୋରିଆର ବୁସନ ସହର ଏହି ପରିଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଛି। ପ୍ରୋଜେକ୍ଟ ଡିଜାଇନର୍‌ ଓସିନିକ୍ସ୍‌ ଏବଂ ମିଳିତ ଜାତିସଂଘର ମାନବ ବସତି କାର୍ଯ୍ୟକ୍ରମ (ୟୁଏନ-ହାବିଟାଟ) ର ସହଯୋଗରେ ଭାସମାନ ସହର ନିର୍ମାଣ କରାଯିବ।

ଏହି ସହରରେ ସମୁଦ୍ର ପତ୍ତନ ବୃଦ୍ଧିର ବିପଦ ଆଉ ରହିବ ନାହିଁ। ଅନ୍ୟାନ୍ୟ ଉପକୂଳବର୍ତ୍ତୀ ସହର ପରି ସମୁଦ୍ର ପତ୍ତନ ବୃଦ୍ଧି ହେତୁ ବୁସାନ ସହର ଉପରେ ବିପଦରେ ଘନେଇବାରେ ଲାଗିଛି। ଇନସାଇଡର୍‌ ସହିତ କଥାବାର୍ତ୍ତା କରି ଓସିନିକ୍ସ୍‌ ର ସହ-ପ୍ରତିଷ୍ଠାତା ଇଟାଇ ମ୍ୟାଡାମୋମ୍ବେ କହିଛନ୍ତି ଯେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ବୁସାନ ହେଉଛି ସର୍ବୋତ୍ତମ ସ୍ଥାନ। ସମୁଦ୍ର ପତ୍ତନ ବୃଦ୍ଧି ହେବାର ଆହ୍ବନର ସମ୍ମୁଖୀନ ହେଉଥିବା ବିଶ୍ୱର ସମସ୍ତ ଉପକୂଳବର୍ତ୍ତୀ ସହର ଏହା ପ୍ରୟୋଗ କରିବେ ବୋଲି ଆମର ଆଶା ରହିଛି ବୋଲି ସେ କହିଛନ୍ତି।

ଏହି ସହର ନିଜର ଖାଦ୍ୟ, ଜଳ ଆବଶ୍ୟକତା ନିଜେ ପୂରଣ କରିବ। ବୁସାନରେ ନିର୍ମାଣ ହେବାକୁ ଥିବା ଭାସମାନ ସହର ପ୍ରକୃତରେ ଜଳ ଉପରେ ଭାସୁଥିବା େହେକ୍ସାଗୋନାଲ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମଗୁଡିକ ଏକ ଚୂନ ପଥରର ଆବରଣ ସହିତ ନିର୍ମିତ ହେବ। ଯାହା କଂକ୍ରିଟ ଠାରୁ ଦୁଇରୁ ତିନି ଗୁଣ କଠିନ। ଏହି ପ୍ରକଳ୍ପଟି ଏକ ସହର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଯାହା ସମ୍ପୂର୍ଣ୍ଣ ବନ୍ୟାରୁ ସୁରକ୍ଷିତ ହେବ। ସେହିପରି ସମୁଦ୍ର ପତ୍ତନ ବୃଦ୍ଧି ପାଇବାର ପ୍ରଭାବ ଏହା ଉପରେ ପଡ଼ିବ ନାହିଁ। ସହର ଦିଜସ୍ବ ଖାଦ୍ୟ, ଶକ୍ତି ଏବଂ ମଧୁର ଜଳ ଉତ୍ପାଦନ କରିପାରିବ। କମ୍ପାନୀ ଏପର୍ଯ୍ୟନ୍ତ ସହରର ଆକାର ସ୍ଥିର କରି ନାହିଁ। ସହରର ନିର୍ମାଣର ବ୍ୟୟ ଅଟକଳ ୨୦୦ ନିୟୁତ ପର୍ଯ୍ୟନ୍ତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?