ଉଡ଼ାଣ ପୁଣି ବନ୍ଦ

ଆକାର ପଟେଲ

ଚଳିତ ସପ୍ତାହରେ ହଂକଂ ଏୟାର ଇଣ୍ଡିଆ ଉଡାଣକୁ ପୁଣି ବନ୍ଦ କରିଛି। ସେଠାରେ ଓହ୍ଲାଇଥିବା ଭାରତୀୟମାନଙ୍କଠାରେ କୋଭିଡ୍‌ ପଜିଟିଭ୍‌ ମିଳିବା ପରେ ହଂକଂ ଏହି ନିଷ୍ପତ୍ତି ନେଇଛି। ଅଗଷ୍ଟରୁ ଏଯାବତ ୫ମ ଥର ଲାଗି ଏଭଳି ଘଟଣା ଦେଖିବାକୁ ମିଳିଛି। ଯାତ୍ରୀମାନେ କୋଭିଡ୍‌ ଟେଷ୍ଟ୍‌ କରି ନେଗେଟିଭ ସୁନିଶ୍ଚିତ ହେବା ପରେ ବିମାନରେ ବସିବା କଥା, କିନ୍ତୁ ଆମ ପକ୍ଷରୁ ଏଭଳି ଟେଷ୍ଟ୍‌ କରାଯିବାରେ କୌଣସି ପ୍ରକାର କଠୋରତା ପ୍ରକାଶ ପାଉ ନ ଥିବା ଜଣାପଡୁଛି। ଯେଉଁ ଯାତ୍ରୀମାନେ ବିମାନରେ ବସିଲେ ଓ ହଂକଂରେ ପହଞ୍ଚିିଲେ ସେମାନଙ୍କ ସାର୍ଟିଫିକେଟରେ କୋଭିଡ୍‌ ନେଗେଟିଭ ଉଲ୍ଲେଖ ରହିଥିଲା ଏବଂ ଏହା ମିଥ୍ୟା ବୋଲି ଜଣାପଡିଲା। ମୁଁ ଜାଣିବା ପରେ ଏଥିରେ ଆଶ୍ଚର୍ଯ୍ୟ ହୋଇ ନ ଥିଲି, କାରଣ ପରୀକ୍ଷା ପାଇଁ ଭରତରେ କୌଣସି ଷ୍ଟାଣ୍ଡାର୍ଡ ପ୍ରୋସେସ୍‌ ବା ମାନକ ପଦ୍ଧତି ଅବଲମ୍ବନ କରାଯାଉନାହିଁ। ଏମିତି କି ବିମାନଯାତ୍ରା ଲାଗି ଏହା ହେଉନାହିଁ ଓ ମୋ ନିଜ ଅନୁଭୂତିରୁ ମୁଁ ଏହାର ପ୍ରମାଣ ଦେବି। ସୁରଟ୍‌ରେ ମୋ ବିରୋଧରେ ଏକ କେସ୍‌ ଚାଲିଛି ଓ ଏଥିତ୍ପାଇଁ କଛି ମାସ ହେବ ମୁଁ ନିୟମିତ ସୁରଟ୍‌ ଯିବା ଆସିବା କରୁଛି। କୋଭିଡ୍‌ କଟକଣା ଉଠିବା ପରେ ପ୍ରଥମେ ବିମାନରେ ମୁଁ ସେଠାରେ ପ୍ରଥମ ଥର ପହଞ୍ଚିଲି ଓ ବାସ୍ତବରେ ବିମାନ ଯାତ୍ରା କେମିତି ରହିଥିଲା ତାହା ଦେଖିବାକୁ ପାଇଲି । ସେଠାରେ ପହଞ୍ଚିବା ପରେ ସୁରଟ୍‌ ମ୍ୟୁନିସିପାଲିଟିରୁ ଏକ ଆପ୍‌କୁ ଡାଉନ୍‌ଲୋଡ କରିବାକୁ ପଡିବ ବୋଲି ମୋତେ ଏୟାରଲାଇନ ପକ୍ଷରୁ କୁହାଯାଇଥିଲା। ସେଲ୍ଫ ଆଟେଷ୍ଟେଡର ଏକ ଫର୍ମରେ ମୋଠାରେ କୋଭିଡ୍‌ର କୌଣସି ଲକ୍ଷଣ ନାହିଁ ବୋଲି ଦର୍ଶାଇ ସେଥିରେ ଦସ୍ତଖତ କରି ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା। ମୁଁ ସେହି ଆପ୍‌କୁ ଡାଉନ୍‌ଲୋଡ କରିବାକୁ ଚେଷ୍ଟା କଲି। ଏହା ଏତେ ସହଜ ନ ଥିଲା ଏବଂ ମୋ ଫୋନ୍‌ରେ ତାହା ହୋଇପାରିଲା ନାହିଁ। ସୁରଟ୍‌ରେ ଓହ୍ଲାଇବା ପରେ ମୋତେ ଆପ୍‌ କିମ୍ବା ଫର୍ମ ଦେଖାଇବା ପାଇଁ କୁହାଗଲା ନାହିଁ। କିନ୍ତୁ ଏହା ପରିବର୍ତ୍ତେ ବିମାନରେ ଯାଇଥିତ୍ବା ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ର଼୍ୟାପିଡ ଟେଷ୍ଟ କରିବା ଲାଗି କୁହାଗଲା। ସେମାନଙ୍କ ଫୋନ ନମ୍ବର ଓ ଠିକଣା ମଧ୍ୟ ରଖାଗଲା। କିନ୍ତୁ ମୁଁ ସୁରଟ୍‌ ଛାଡିବାବେଳେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ କରିଛି କି ନାହଁି ତାହା ଦେଖାଇବାକୁ ମୋତେ କୁହାଗଲା। କିନ୍ତୁ ମୋ ପାଖରେ ଏହା ନ ଥିଲା। ଏହା ଦରକାର ବୋଲି ମୋତେ ବି ଜଣା ନ ଥିଲା। ସୁରଟ୍‌ରୁ ବେଙ୍ଗାଲୁରୁରେ ପହଞ୍ଚିବା ପରେ ସେଠାରେ ମଧ୍ୟ ମୋତେ ଏବିଷୟରେ କିଛି କୁହାଯାଇ ନ ଥିଲା। କୋଭିଡ୍‌ ପରେ ଏହା ଥିଲା ମୋର ପ୍ରଥମଯାତ୍ରା। ତା’ପର ମାସରେ ଦ୍ୱିତୀୟ ଥର ସୁରଟ୍‌ ଗଲି। ସେଠାରେ ବିମାନରୁ ଓହ୍ଲାଇବା ପରେ କେହି କିଛି ମଧ୍ୟ ଯାଞ୍ଚ କରି ନ ଥିଲେ। ବିନା ଟେଷ୍ଟ କି ଫର୍ମରେ ମୁଁ ଚାଲିଲି। ଅକ୍ଟୋବରରେ ମୁଁ ତୃତୀୟ ଥର ସୁରଟ୍‌ ଗଲି। ବିମାନବନ୍ଦରରେ ଥିବା ଲୋକମାନେ ବିମାନରୁ ଓହ୍ଲାଉଥିବା ଯାତ୍ରୀମାନଙ୍କର ତାପମାତ୍ରା ନେଉଥିତ୍ଲେ, କିନ୍ତୁ କୋଭିଡ୍‌ ପରୀକ୍ଷା କରୁ ନ ଥିଲେ। ଯାତ୍ରୀମାନଙ୍କର ଠିକଣା ଓ ଫୋନ ନମ୍ବର ମଧ୍ୟ ରଖୁ ନ ଥିଲେ। ଏଥର ସୁରଟ୍‌ ଛାଡିବାବେଳେ କେହି ଆରୋଗ୍ୟ ସେତୁ ସମ୍ପର୍କରେ ଯାଞ୍ଚ କରି ନ ଥିଲେ। ଗୋଟିଏ ଏୟାରଲାଇନରେ ଫେସ୍‌ ସିଲ୍ଡ ବଣ୍ଟାଗଲା କିନ୍ତୁ ତାହାକୁ ବ୍ୟବହାର କରିବା ପାଇଁ ଜୋର୍‌ ଦିଆଗଲା ନାହିଁ। କିନ୍ତୁ ଆଉ ଏକ ଏୟାରଲାଇନରେ ମାସ୍କ ଉପରେ ଏହି ସିଲ୍ଡକୁ ପିନ୍ଧିବା ପାଇଁ ବାଧ୍ୟ କରାଗଲା।
ମୁଁ ଯିବା ଆସିବା କରିବା ମଧ୍ୟରେ ପ୍ରତ୍ୟେକ ଥର ଏକ ଭିନ୍ନ ପଦ୍ଧତି ଦେଖିବାକୁ ପାଇଥିଲି। ଏପରି କି ଏହାକୁ ଦଢ଼ତାର ସହ ପାଳନ କରାଯାଉ ନ ଥିବା ଲକ୍ଷ୍ୟ କରିଥିଲି। ଏହା ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ଅଟେ ଏବଂ କୋଭିିଡ୍‌ ଭୂତାଣୁକୁ ନେଇ ଆମେ ସେଭଳି ଗମ୍ଭୀରତା ପ୍ରକାଶ କରି ନାହଁୁ ଯାହା ବିଶ୍ୱର ଅନ୍ୟଦେଶଗୁଡ଼ିକ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ଚାଇନାରେ ଭାରତଠାରୁ ୧୦୦ଗୁଣ କମ୍‌ ସଂକ୍ରମିତ ହୋଇଛନ୍ତି ଓ ହଂକଂ ବାରମ୍ବାର ଏୟାର ଇଣ୍ଡିଆ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଚାଲିଛି। କୋଭିଡ୍‌ ଟେଷ୍ଟ୍‌ର ସମସ୍ୟା କେବଳ ଏୟାର ଲାଇନରେ ସୀମିତ ନାହିଁ। ଭାରତରେ ସନ୍ଦିଗ୍ଧଙ୍କୁ ପରୀକ୍ଷା କରାଯିବା ହିଁ କୋଭିଡ୍‌ ସଂକ୍ରମଣ ସଂଖ୍ୟା କମିବାର ଏକ କାରଣ ହୋଇପାରେ ବୋଲି ଚଳିତ ସପ୍ତାହରେ ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି । ଭାରତରେ କରାଯାଇଥିତ୍ବା ମୋଟ ଟେଷ୍ଟ୍‌ ମଧ୍ୟରୁ ଅଧା ର଼୍ୟାପିଡ୍‌ ଆଣ୍ଟିଜେନ ଟେଷ୍ଟ୍‌ ମାଧ୍ୟମରେ କରାଯାଇଥିଲା। ଏହି ପଦ୍ଧତି ଶୀଘ୍ର ହେଉଥିଲା ଓ ଏଥିରେ ମିଳୁଥିବା ନେଗେଟିଭ ଅଧା ସମୟରେ ଭୁଲ ହେବାର ସମ୍ଭାବନା ଥିଲା। ଏଥିତ୍ରୁ ଜଣାପଡେ ଯେ,ଟେଷ୍ଟ୍‌ରୁ ଜଣାପଡୁଥିବା ପ୍ରତି ୪ ଜଣ ନେଗେଟିଭଙ୍କ ମଧ୍ୟରେ ଜଣେ ବାସ୍ତବରେ କୋଭିଡ ସଂକ୍ରମିତ ରହୁଥିଲେ। ଏହି ପଦ୍ଧତିରେ ମୋଟ ଟେଷ୍ଟ୍‌ର ୨୫% କେବଳ ମଧ୍ୟ ଅଗଷ୍ଟ ସୁଦ୍ଧା କରାଯାଇଥିଲା, କିନ୍ତୁ ଏବେ ଏହା ୫୦ ପ୍ରତିଶତରେ ପହଞ୍ଚିଛି। ବିହାରରେ ମୋଟ ଟେଷ୍ଟ୍‌ ମଧ୍ୟରୁ ପ୍ରାୟ ୯୦% ର଼୍ୟାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଶୀଘ୍ର କମିବାର କାରଣ କ’ଣ ହୋଇପାରେ, ତାହା ଏଥିରୁ ବୁଝାପଡେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକା ଏବଂ ଇଂଲଣ୍ଡ ଭଳି ଅନ୍ୟ ଦେଶଗୁଡ଼ିକରେ ଯେଉଁଠି ପଜିଟିଭ୍‌ କେସ୍‌ ଅଧିକ ସେଠାରେ ସେମାନେ ଆରଟି-ପିସିଆର୍‌ ଟେଷ୍ଟ୍‌ କରିଥିଲେ। ଏହା ବିଳମ୍ବ ହେଲେ ମଧ୍ୟ ଭରସାଯୋଗ୍ୟ।
ଦେଶସାରା କୋଭିଡ୍‌ ଟେଷ୍ଟ୍‌ ଅନିୟମିତ ରହିଛି ଏବଂ ଏହାର ନିର୍ଦ୍ଦିଷ୍ଟ ମାନକ ନାହିଁ। ଯେଉଁଦିନ ବ୍ଲୁମବର୍ଗ ରିପୋର୍ଟ ପ୍ରକାଶ ପାଇଲା, ବିହାର ବିଧାନସଭା ପାଇଁ ବଡ ବଡ ର଼୍ୟାଲି କରାଯାଇ ଭୋଟଗ୍ରହଣ ସରିଥିତ୍ଲେ ମଧ୍ୟ ସେହିଦିନ ସେଠାରେ ମାତ୍ର ୬୦୦ ପଜିଟିଭ୍‌ କେସ୍‌ ସାମ୍‌ନାକୁ ଆସିଥିଲା। ଅନ୍ୟପକ୍ଷରେ ଦିଲ୍ଲୀରେ ସେହିଦିନ ଅଧିକ ୭,୦୦୦ ପଜିଟିଭ କେସ୍‌ ମିଳିଥିଲା। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ସମ୍ପର୍କରେ ସଂଶୟରେ ଥିବା ଅନେକ ବିଶେଷଜ୍ଞଙ୍କ ମତକୁ ଆଧାର କରି ଏହି ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ହେଲେ ଏହା ଜାଣିବା ପରେ ବି ମୁଁ ବିସ୍ମିତ ନୁହେଁ। ଅଧିକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଚିହ୍ନଟ କରି ତାହାର ମୁକାବିଲା ଲାଗି ଏବେ ଆମ ପାଖରେ କୌଣସି ଷ୍ଟାଣ୍ଡାର୍ଡ ପ୍ରୋସେସ ନାହିଁ। ଆମମାନଙ୍କ ମଧ୍ୟରୁ ଯେଉଁମାନେ ବିମାନ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ନ ଥିବା ସ୍ବାଭାବିକ। ହଂକଂ ଏୟାର ଇଣ୍ଡିଆ ଉଡ଼ାଣକୁ ବାରମ୍ବାର ବନ୍ଦ କରିବା ଯୋଗୁ ଏବେ ଅବଶିଷ୍ଟ ବିଶ୍ୱ ଆମ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଜାଣିପାରିଛି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?