Posted inଖେଳ

ଦେବାଶିଷ, ଦିବ୍ୟଦର୍ଶିନୀ କ୍ରିକେଟର ଅଫ୍‌ ଦି ଇୟର

ଭୁବନେଶ୍ୱର,୨୨ା୧୧(ସ୍ପୋଟର୍‌ସ ବ୍ୟୁରୋ)-ସିଜନ ୨୦୧୯-୨୦ ପାଇଁ ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସିଲେକ୍ସନ କମିଟି ଗତ ସିଜନରେ ସଫଳତା ହାସଲ କରିଥିବା ଦେବାଶିଷ ସାମନ୍ତରାୟ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗରେ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ କରିଛି। ବ୍ୟାଟ୍ସମ୍ୟାନ ଦେବାଶିଷ ୨୦୧୯-୨୦ ସିଜନରେ ବେଶ୍‌ ସଫଳ ରହିଥିଲେ। ରଣଜୀ ଟ୍ରଫିରେ ରାଜ୍ୟ ଦଳ ପାଇଁ ତାଙ୍କର ବିଶେଷ ଯୋଗଦାନ ରହିଥିଲା। ସେ ୮ଟି ମ୍ୟାଚରେ ୧୨ଟି ଇନିଂସ ଖେଳି ୫୩.୫୦ ହାରରେ ୫୩୫ ରନ ସ୍କୋର କରିଥିଲେ। ସେଥିରେ ୨ଶତକ ଓ ୨ ଅର୍ଦ୍ଧଶତକ ସାମିଲ। ଗତ ରଣଜୀ ସିଜନରେ ସେ ୨ ଛକା ଓ ୭୭ ଚୌକା ମାରିଥିଲେ। ସେହିପରି ଅଲରାଉଣ୍ଡର ଦିବ୍ୟଦର୍ଶିନୀ ଗତ ସିଜନରେ ୫୦ ଓଭର ବିଶିଷ୍ଟ ଜାତୀୟ ଏକଦିବସୀୟ ପ୍ରତିଯୋଗିତାରେ ୨୦୪ ରନ ସ୍କୋର କରିବା ସହ ୮ଟି ମ୍ୟାଚରେ ୧୬ ଉଇକେଟ ଅକ୍ତିଆର କରିଥିଲେ। ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜ ଟ୍ରଫିରେ ଇଣ୍ଡିଆ ବି’ ତରଫରୁ ଖେଳି ସେ ୪ଟି ମ୍ୟାଚରୁ ୭ ଉଇକେଟ ପାଇଥିଲେ। କେବଳ ସେତିକି ନୁହେଁ ଇମର୍ଜିଂ ଏସିଆ କପ୍‌, ଇମର୍ଜିଂ ଇଣ୍ଡିଆ ଦଳ ସହ ବାଂଲାଦେଶ ଗସ୍ତ ଏବଂ ଟି୨୦ ଇମର୍ଜିଂ ଚତୁଃକୋଣୀୟ ମୁକାବିଲାରେ ମଧ୍ୟ ସେ ବେଶ୍‌ ସଫଳ ରହିଥିଲେ। ପୁରସ୍କାର ପାଇଁ ମନୋନୀତ ଏହି ଦୁଇ ପ୍ରତିଭାସମ୍ପନ୍ନ କ୍ରିକେଟରଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ୩୧ ହଜାର ଟଙ୍କାର ଏକ ଚେକ୍‌, ପ୍ରଶସ୍ତୀପତ୍ର ଏବଂ ଟ୍ରଫି ପ୍ରଦାନ କରାଯିବ ବୋଲି ସହିଦ ସ୍ପୋର୍ଟିଂ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସ୍ପୋଟର୍‌ସ ଜର୍ନାଲିଷ୍ଟ ସନାତନ ପାଣି, ସୁଶାନ୍ତ ମହାନ୍ତି, ସୁରେଶ ସ୍ବାଇଁ, ସମୀକ୍ଷା ପଟ୍ଟନାୟକ, ସଞ୍ଜୀବ ବିଶ୍ୱାଳ, ତପନ ସ୍ବାଇଁ, ହିମାଂଶୁ ପତି ମିଶ୍ର, ସମୀର ରାଉତ୍‌, ନିରଞ୍ଜନ ରେଡ୍ଡୀ, ଉମାକାନ୍ତ ମିଶ୍ର, ଶକ୍ତି ପ୍ରସାଦ ନନ୍ଦ ଓ ସମ୍ବିତ ମହାପାତ୍ର, ଏହି ପୁରସ୍କାରର ପ୍ରାୟୋଜକ ତଥା ମାରୁତି ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂ ଏବଂ ସହିତ ସ୍ପୋର୍ଟିଂ କ୍ଲବ ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ସିଲେକ୍ସନ କମିଟି ଏକ ଭର୍ଚୁଆଲ ବୈଠକରେ ପୁରସ୍କାର ବିଜେତା ଦ୍ୱୟଙ୍କୁ ମନୋନୀତ କରିଥିଲେ। ଦେବାଶିଷଙ୍କର ଏହା ପ୍ରଥମ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହୋଇଥିବାବେଳେ ଦିବ୍ୟଦର୍ଶିନୀଙ୍କର ଏହା ଦ୍ୱିତୀୟ ପୁରସ୍କାର। ପୂର୍ବରୁ ସେ ୨୦୧୭-୧୮ ସିଜନ ପାଇଁ ପୁରସ୍କୃତ ହୋଇ ସାରିଛନ୍ତି। ଓଡ଼ିଶା କ୍ରୀଡ଼ାଜଗତର ସର୍ବପୁରାତନ ଏବଂ ନିୟମିତ ପ୍ରଦାନ କରାଯାଇ ଆସୁଥିବା ଏହି ବାର୍ଷିକ ପୁରସ୍କାର ୧୯୯୨-୯୩ ସିଜନରୁ ଆରମ୍ଭ ହୋଇଥିଲା। ରାଜ୍ୟର କ୍ରିକେଟ ଖେଳାଳିଙ୍କୁ ପ୍ରୋତ୍ସାହନ କରିବା ଏହାର ମୂଳ ଲକ୍ଷ୍ୟ। ପ୍ରଥମେ କେବଳ ପୁରୁଷ ଖେଳାଳିଙ୍କୁ ପୁରସ୍କୃତ କରାଯାଉଥିଲେ। ପରେ ୨୦୧୩-୧୪ ସିଜନରୁ ପ୍ରଥମ କରି ମହିଳା କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯିବା ଧାରା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖାଲି ହାତରେ ଫେରିଲେ କ୍ରିଷ୍ଣନ

ନୂଆଦିଲ୍ଲୀ,୨୪।୭:ଟୋକିଓ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଛନ୍ତି ମୀରାବାଇ ଚାନ୍ନୁ। କିନ୍ତୁ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ବିକାଶ କ୍ରିଷ୍ଣନ ପ୍ରଥମ ରାଉଣ୍ଡ ମଧ୍ୟ...

ମିସ୍‌ବା ପାକିସ୍ତାନ ଦଳର ମୁଖ୍ୟ କୋଚ୍‌

ଲାହୋର,୪।୯(ଏଏଫ୍‌ପି): ପାକିସ୍ତାନ ବୁଧବାର ପୂର୍ବତନ ଅଧିନାୟକ ମିସ୍‌ବା ଉଲ ହକ୍‌ଙ୍କୁ ମୁଖ୍ୟ କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ପଦରେ ନିଯୁକ୍ତ କରିଛି। କ୍ରିକେଟ ପାଗଳ ଦେଶ...

ଏହି କ୍ରିକେଟର୍‌ଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

କେପ୍‌ଟାଉନ, ୮।୧୦: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡରଙ୍କ ଭାଇ ଟାଇରୋନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର କେପ୍‌ଟାଉନରେ ଟାଇରୋନଙ୍କୁ ଗୁଳି...

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ...

ଆଇପିଏଲ୍‌ରେ ପ୍ରଥମ କ୍ରିକେଟର୍‌ ଭାବେ ଏମିତି କାରନାମା କଲେ ଧୋନୀ

ଶାରଜା,୧।୧୦:ଆଇପିଏଲ ୨୦୨୧ରେ ଆଉ ଏକ ରେକର୍ଡ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ସିଜିନର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନୀ ଗୁରୁବାର ଶାରଜାଠାରେ...

ପ୍ରଥମେ ପରସ୍ପରକୁ ଅହଂକାରୀ ଭାବି କଥା ହେଉ ନ ଥିଲେ, ପରେ ଚଢିଗଲା ପ୍ରେମ ନିଶା

ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଚଳିତ ବର୍ଷ ମାର୍ଚ୍ଚରେ ଗୋଆରେ କ୍ରୀଡା ଆଙ୍କର୍‌ ସଞ୍ଜନା ଗଣେସନଙ୍କୁ ବିବାହ କରିଥିଲେ। ଏହି ଦୁଇଜଣଙ୍କ ସମ୍ପର୍କ...

ଦ୍ୱିତୀୟ ଟେଷ୍ଟ: ଇନିଂସ ପରାଜୟ ଏଡ଼ାଇଲା ଜିମ୍ବାଓ୍ବେ

ଆବୁଧାବି,୧୪।୩: ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସରେ ଲଢୁଆ ବ୍ୟାଟିଂ...

ମୋଦି ସରକାର ଥିବା ପର୍ଯ୍ୟନ୍ତ ହୋଇପାରିବ ନାହିଁ ଭାରତ-ପାକିସ୍ତାନ ସିରିଜ୍‌: କାହିଁକି ଏମିତି କହିଲେ ପାକିସ୍ତାନୀ କ୍ରିକେଟର୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭାରତୀୟ କ୍ରିକେଟର୍‌ଙ୍କୁ ଖେଳିବାକୁ ସୁଯୋଗ ମିଳୁନାହିଁ। ଏହାକୁ ନେଇ ପାକିସ୍ତାନ କ୍ରିକେଟର୍‌ଙ୍କ ରାଗ ଦେଖିବାକୁ ମିଳୁଛି। ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ୍‌...

Advertisement
Archives

Model This Week