Posted inଖେଳ

ଦେବାଶିଷ, ଦିବ୍ୟଦର୍ଶିନୀ କ୍ରିକେଟର ଅଫ୍‌ ଦି ଇୟର

ଭୁବନେଶ୍ୱର,୨୨ା୧୧(ସ୍ପୋଟର୍‌ସ ବ୍ୟୁରୋ)-ସିଜନ ୨୦୧୯-୨୦ ପାଇଁ ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସିଲେକ୍ସନ କମିଟି ଗତ ସିଜନରେ ସଫଳତା ହାସଲ କରିଥିବା ଦେବାଶିଷ ସାମନ୍ତରାୟ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗରେ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ କରିଛି। ବ୍ୟାଟ୍ସମ୍ୟାନ ଦେବାଶିଷ ୨୦୧୯-୨୦ ସିଜନରେ ବେଶ୍‌ ସଫଳ ରହିଥିଲେ। ରଣଜୀ ଟ୍ରଫିରେ ରାଜ୍ୟ ଦଳ ପାଇଁ ତାଙ୍କର ବିଶେଷ ଯୋଗଦାନ ରହିଥିଲା। ସେ ୮ଟି ମ୍ୟାଚରେ ୧୨ଟି ଇନିଂସ ଖେଳି ୫୩.୫୦ ହାରରେ ୫୩୫ ରନ ସ୍କୋର କରିଥିଲେ। ସେଥିରେ ୨ଶତକ ଓ ୨ ଅର୍ଦ୍ଧଶତକ ସାମିଲ। ଗତ ରଣଜୀ ସିଜନରେ ସେ ୨ ଛକା ଓ ୭୭ ଚୌକା ମାରିଥିଲେ। ସେହିପରି ଅଲରାଉଣ୍ଡର ଦିବ୍ୟଦର୍ଶିନୀ ଗତ ସିଜନରେ ୫୦ ଓଭର ବିଶିଷ୍ଟ ଜାତୀୟ ଏକଦିବସୀୟ ପ୍ରତିଯୋଗିତାରେ ୨୦୪ ରନ ସ୍କୋର କରିବା ସହ ୮ଟି ମ୍ୟାଚରେ ୧୬ ଉଇକେଟ ଅକ୍ତିଆର କରିଥିଲେ। ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜ ଟ୍ରଫିରେ ଇଣ୍ଡିଆ ବି’ ତରଫରୁ ଖେଳି ସେ ୪ଟି ମ୍ୟାଚରୁ ୭ ଉଇକେଟ ପାଇଥିଲେ। କେବଳ ସେତିକି ନୁହେଁ ଇମର୍ଜିଂ ଏସିଆ କପ୍‌, ଇମର୍ଜିଂ ଇଣ୍ଡିଆ ଦଳ ସହ ବାଂଲାଦେଶ ଗସ୍ତ ଏବଂ ଟି୨୦ ଇମର୍ଜିଂ ଚତୁଃକୋଣୀୟ ମୁକାବିଲାରେ ମଧ୍ୟ ସେ ବେଶ୍‌ ସଫଳ ରହିଥିଲେ। ପୁରସ୍କାର ପାଇଁ ମନୋନୀତ ଏହି ଦୁଇ ପ୍ରତିଭାସମ୍ପନ୍ନ କ୍ରିକେଟରଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ୩୧ ହଜାର ଟଙ୍କାର ଏକ ଚେକ୍‌, ପ୍ରଶସ୍ତୀପତ୍ର ଏବଂ ଟ୍ରଫି ପ୍ରଦାନ କରାଯିବ ବୋଲି ସହିଦ ସ୍ପୋର୍ଟିଂ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସ୍ପୋଟର୍‌ସ ଜର୍ନାଲିଷ୍ଟ ସନାତନ ପାଣି, ସୁଶାନ୍ତ ମହାନ୍ତି, ସୁରେଶ ସ୍ବାଇଁ, ସମୀକ୍ଷା ପଟ୍ଟନାୟକ, ସଞ୍ଜୀବ ବିଶ୍ୱାଳ, ତପନ ସ୍ବାଇଁ, ହିମାଂଶୁ ପତି ମିଶ୍ର, ସମୀର ରାଉତ୍‌, ନିରଞ୍ଜନ ରେଡ୍ଡୀ, ଉମାକାନ୍ତ ମିଶ୍ର, ଶକ୍ତି ପ୍ରସାଦ ନନ୍ଦ ଓ ସମ୍ବିତ ମହାପାତ୍ର, ଏହି ପୁରସ୍କାରର ପ୍ରାୟୋଜକ ତଥା ମାରୁତି ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂ ଏବଂ ସହିତ ସ୍ପୋର୍ଟିଂ କ୍ଲବ ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ସିଲେକ୍ସନ କମିଟି ଏକ ଭର୍ଚୁଆଲ ବୈଠକରେ ପୁରସ୍କାର ବିଜେତା ଦ୍ୱୟଙ୍କୁ ମନୋନୀତ କରିଥିଲେ। ଦେବାଶିଷଙ୍କର ଏହା ପ୍ରଥମ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହୋଇଥିବାବେଳେ ଦିବ୍ୟଦର୍ଶିନୀଙ୍କର ଏହା ଦ୍ୱିତୀୟ ପୁରସ୍କାର। ପୂର୍ବରୁ ସେ ୨୦୧୭-୧୮ ସିଜନ ପାଇଁ ପୁରସ୍କୃତ ହୋଇ ସାରିଛନ୍ତି। ଓଡ଼ିଶା କ୍ରୀଡ଼ାଜଗତର ସର୍ବପୁରାତନ ଏବଂ ନିୟମିତ ପ୍ରଦାନ କରାଯାଇ ଆସୁଥିବା ଏହି ବାର୍ଷିକ ପୁରସ୍କାର ୧୯୯୨-୯୩ ସିଜନରୁ ଆରମ୍ଭ ହୋଇଥିଲା। ରାଜ୍ୟର କ୍ରିକେଟ ଖେଳାଳିଙ୍କୁ ପ୍ରୋତ୍ସାହନ କରିବା ଏହାର ମୂଳ ଲକ୍ଷ୍ୟ। ପ୍ରଥମେ କେବଳ ପୁରୁଷ ଖେଳାଳିଙ୍କୁ ପୁରସ୍କୃତ କରାଯାଉଥିଲେ। ପରେ ୨୦୧୩-୧୪ ସିଜନରୁ ପ୍ରଥମ କରି ମହିଳା କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯିବା ଧାରା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?