Posted inଜାତୀୟ

ପାଟନା ବଦଳରେ ରାଜସ୍ଥାନ ପହଞ୍ଚାଇଲା ବିମାନ, ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ,୪।୨: ଇଣ୍ଡିଗୋ ଏୟାରଲାଇନ୍ସ ଜଣେ ଯାତ୍ରୀଙ୍କୁ ବିହାର ବଦଳରେ ରାଜସ୍ଥାନରେ ପହଞ୍ଚାଇଦେଇଛି। ଏହି ପ୍ରସଙ୍ଗରେ ଶୁକ୍ରବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିଛି। ଡିଜିସିଏ କହିଛି ଯେ, ଏହି ଯାତ୍ରୀ ପାଟନାକୁ ଏକ ଇଣ୍ଡିଗୋ ବିମାନରେ ଯିବା କଥା, କିନ୍ତୁ ଏହା ବଦଳରେ ସେ ଉଦୟପୁର ଅଭିମୁଖେ ଆଉ ଏକ ଇଣ୍ଡିଗୋ ବିମାନରେ ଚଢିଥିଲେ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଜାନୁୟାରୀ ୩୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଫସର ହୁସେନ ନାମକ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନ ୬ଇ-୨୧୪ରେ ପାଟନାକୁ ଟିକେଟ୍‌ ବୁକ୍‌ କରିଥିଲେ। ଏଥିସହ ଯାତ୍ରୀ ନିର୍ଦ୍ଧାରିତ ବିମାନରେ ଯିବା ପାଇଁ ଜାନୟାରୀ ୩୦ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ, କିନ୍ତୁ ଭୁଲରେ ଇଣ୍ଡିଗୋ ଉଦୟପୁର ବିମାନ ୬ଇ-୩୧୯ରେ ଚଢିଯାଇଥିଲେ।
ଏହାପରେ ଯାତ୍ରୀଜଣଙ୍କ ଉଦୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ। ଏହାକୁ ନେଇ ସେ ଉଦୟପୁର ବିମାନବନ୍ଦରରେ ଥିବା ଅଧିକାରୀମାନଙ୍କୁ ଜଣାଇଥିଲେ। ପରେ ବିମାନବନ୍ଦର ଅଧିକାରୀ ବିମାନ କମ୍ପାନୀକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଖବର ମୁତାବକ ଇଣ୍ଡିଗୋରେ ଆଉ ଏକ ବିମାନରେ ତାଙ୍କୁ ଦିଲ୍ଲୀ ନିଆଯାଇ ପରଦିନ ତାଙ୍କୁ ପାଟନା ଅଣାଯାଇଥିଲା। ବୋର୍‌ ବେଳେ ତ୍ରୁଟିପୂର୍ଣ୍ଣ ଯୋଗୁ ତାଙ୍କୁ ଭୁଲରେ ଆଉ ଏକ ବିମାନର ଠିକଣା ଦିଆଯାଥିଲା। ବୋର୍ଡିଂ ପାସ ଭଲ ଭାବେ ସ୍କାନ କରାଯାଇନଥିଲା ଏବଂ ବୋର୍ଡିଂ ପୂର୍ବରୁ ନିୟମ ଅନୁଯାୟୀ ଚେକିଂ କରାଯାଇ ନ ଥିଲା। ତେବେ ଏହି ଘଟଣାକୁ ନେଇ ଡିଜିସିଏ ଅଧିକାରୀ କହିଛନ୍ତି, ଏ ବାବଦରେ ଏକ ରିପୋର୍ଟ ମଗାଯାଇଛି ଏବଂ ବିମାନ ସେବା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?