ଲଗାଣ ବର୍ଷାରେ ୫ ମୃତ

ଭୁବନେଶ୍ୱର, ୨୨।୮(ବ୍ୟୁରୋ): ଲଘୁଚାପ ଓ ମୌସୁମୀଜନିତ ବର୍ଷାରେ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଛି। କାନ୍ଥ ପଡ଼ି ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅଧୀନ ଘୁଙ୍ଗୁଟିପାଲ୍ଲୀ ଗ୍ରାମର ଦୀପା ବରାଲେଣ୍ଡିଆ, ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଦେହୁରୀପାଲ୍ଲୀ ଗ୍ରାମର ଗୋପାଳ ଗାରିଆ, ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ କୁଚେଇ ଗ୍ରାମର ବାସନ୍ତୀ ମୁଖୀଙ୍କ ମୃତ୍ୟୁ ଘଟିଛି। ସେହିପରି ମୋରଡ଼ା ବ୍ଲକ ଗଣ୍ଡଗୁହଳାଳି ଗ୍ରାମର ବୁଦ୍ଧେଶ୍ୱର ମାଝି ଏବଂ ମଙ୍ଗଳ ମାରାଣ୍ଡିଙ୍କ ପାଣିରେ ଭାସିଯାଇ ମୃତ୍ୟୁ ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଅଗଷ୍ଟରେ ହୋଇଥିବା ପ୍ରବଳ ବର୍ଷାରେ କେତେଜ ଜିଲାରେ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଚାଷଜମି ଜଳମଗ୍ନ ହେବା ସହ ବାଲି ମାଡ଼ିଯାଇଛି। ୭ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ଏସଆର୍‌ସି କହିଛନ୍ତି। ରାଜ୍ୟରେ ଜୁନ୍‌ରୁ ଅଦ୍ୟାବଧି ୧.୩% ଅଧିକ ବର୍ଷା ହୋଇଛି। ଜୁନ୍‌ରେ ସାଧାରଣ ବୃଷ୍ଟିପାତଠାରୁ ୯.୩% ବେଶି ବର୍ଷା ହୋଇଥିଲା। ଜୁଲାଇରେ ୩୪.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ତେବେ ଅଗଷ୍ଟରେ ୪୫.୨%ରୁ ଅଧିକ ବର୍ଷା ହୋଇଛି। ଯେଉଁ ଜିଲାଗଡ଼ିକରେ ଜୁଲାଇରେ ନିଅଣ୍ଟିଆ ବର୍ଷା ହୋଇଥିଲା, ତାହା ଅଗଷ୍ଟରେ ଭରଣା ହୋଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି।
ଅଗଷ୍ଟରେ ୧୭ ଜିଲାରେ ସାଧାରଣ ବୃଷ୍ଟିପାତଠାରୁ ୧୯% ଅଧିକ ହୋଇଥିବା ବେଳେ ୧୨ ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ୬ ଜିଲାରେ ସାଧାରଣଠାରୁ ୧୦୫ରୁ ୧୭୬ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ବର୍ଷିଛି। କେବଳ ନୂଆପଡ଼ା ଜିଲାରେ ୩୧.୯% କମ୍‌ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟମଧରଣର ବୃଷ୍ଟିପାତ ହୋଇଛି। ଏହି ସମୟରେ ରାଜ୍ୟରେ ହାରାହାରି ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲା ପଡ଼ିଆ ବ୍ଲକରେ ୧୧୨.୩ ମି.ମି., ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ ୧୨୬ ମି.ମି. ବର୍ଷା ହୋଇଛି। ଏହାଛଡ଼ା ୨୨ ବ୍ଲକରେ ୫୦ ମିମି ଏବଂ ୫୯ ବ୍ଲକରେ ୨୦ରୁ ୫୦ ମି.ମି. ବର୍ଷା ରେକର୍ଡ କରାଯାଇଛି।
ବୈତରଣୀ ନଦୀର ଆଖୁଆପଦାଠାରେ ବିନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ଅଧିକ ବର୍ଷା ହୋଇ ନ ଥିବାରୁ ଜଳସ୍ତର ଖୁବ୍‌ଶୀଘ୍ର କମିବ ବୋଲି ଅନୁମାନ କରାଯାଉଛି। ସେହିପରି ବାଲେଶ୍ୱର ଜିଲାର ବସ୍ତା ବ୍ଲକର ମଥାନିଠାରେ ଜଳକା ନଦୀର ଜଳସ୍ତର ବିପଦସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଥିଲେ ମଧ୍ୟ ଏହା ସ୍ଥିର ରହିଛି। କୋରାପୁଟ ଜିଲାର କୋଟପାଡ ବ୍ଲକ ଅନ୍ତର୍ଗତ ସୁରଲିଠାରେ ଜାତୀୟ ରାଜପଥ-୧୨ର ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେବା ଯୋଗୁ ବୋରିଗୁମ୍ମାଠାରୁ ଜଗଦଲପୁର ରାସ୍ତା ବିଚ୍ଛିନ୍ନ ରହିଛି। ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌, ବ୍ଲକ ଓ ତହସିଲ କର୍ମଚାରୀମାନେ ପରିସ୍ଥିତି ପ୍ରତି ସଜାଗ ଅଛନ୍ତି। ବୃଷ୍ଟିପାତ ଯୋଗୁ ଜିଲାର ୧୨୦ଟି ବାସଗୃହ ଓ ଗୋଟିଏ ଗୁହାଳ କ୍ଷତିଗ୍ରସ୍ତ ହୋଇଛି। ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨.୫ ମିଲିମିଟର ବୃଷ୍ଟିପାତ ହୋଇଛି। ଫଳରେ କଙ୍ଗାରୁକୋଣ୍ଡା, କନ୍ୟାଶ୍ରମ, କେରାପୁଣ୍ଡା ପୋଲ ଉପରେ ବର୍ଷା ଜଳ ପ୍ରବାହିିତ ହେଉଛି। ବୁଧବାର ରାତିରେ ମାଥିଲି ବ୍ଲକର ୧୬୯ ଓ କାଲିମେଳା ବ୍ଲକର ୮୧ ଜଣଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ଝାରସୁଗୁଡା ଜିଲାରେ ମଧ୍ୟମ ଧରଣର ବୃଷ୍ଟିପାତ ଯୋଗୁ ଲଖନପୁର ତହସିଲର ୪ ପରିବାରର କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି। ସମ୍ପୃକ୍ତ ପରିବାରକୁ ପଲିଥିନ ଯୋଗାଇ ଦିଆଯାଇଛି। ଖୋର୍ଦ୍ଧା ଜିଲାର ମଲାଗୁଣି ନଦୀରେ ବଢ଼ି ଆସିବାରୁ ଖୋର୍ଦ୍ଧା ବ୍ଲକର ଓବରସିଂ ପଞ୍ଚାୟତର ହରିମଲ ଗ୍ରାମର କେତେକ ଚାଷଜମି ଜଳମଗ୍ନ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?