Posted inଜାତୀୟ

ଜୁଲାଇ-ସେପ୍ଟେମ୍ବରରେ ଭାରତରେ ବିକ୍ରି ହୋଇଛି ୫ କୋଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ, ୨୨।୧୦: ଲକ୍‌ ଡାଉନ ଖୋଲିବା ପରେ ଭାରତର ସ୍ମାର୍ଟଫୋନ୍‌ ବଜାରରେ ପୁଣିଥରେ ସୁଧାର ଆସିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷର ୩ୟ ତ୍ରୈ-ମାସିକ କ୍ୱାର୍ଟର (ଜୁଲାଇରୁ ସେପ୍ଟେମ୍ବର)ରେ ସ୍ମାର୍ଟଫୋନ୍‌ ବିକ୍ରି ଭାରତରେ ସର୍ବକାଳୀନ ଉଚ୍ଚସ୍ତର ଅର୍ଥାତ୍‌ ୫ କୋଟି ୟୁନିଟ୍‌ ରହିଥିଲା। ଏହି ଅବଧି ମଧ୍ୟରେ ଚାଇନାର ସମସ୍ତ କମ୍ପାନୀ ସମୁଦାୟ ବଜାର ଅଂଶର ୭୬ ପ୍ରତିଶତ ଅଂଶଗ୍ରହଣ କରିଥିଲେ।
ତଥ୍ୟ ସଂଗ୍ରହକାରୀ କମ୍ପାନୀ କେନାଲିସ ରିପୋର୍ଟ ଅନୁଯାୟୀ, ଶ୍ରେଷ୍ଠ ୫ଟି ମୋବାଇଲ ଫୋନ୍‌ କମ୍ପାନୀ ଜିଓମି, ସାମସଙ୍ଗ୍‌, ଭିଭୋ, ରିଅଲ୍‌ ଏବଂ ଓପୋ ଗତବର୍ଷ ସମାନ ସମୟ ତୁଳନାରେ ବିକ୍ରିରେ ବୃଦ୍ଧି ଘଟିଛି। କେନାଲିସ୍‌ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ୨୦୨୦ର ୩ୟ ତ୍ରୈ-ମାସିକ କ୍ୱାର୍ଟରରେ ଦେଶରେ ସ୍ମାର୍ଟଫୋନ୍‌ ବିକ୍ରି ୮ ପ୍ରତିଶତ ବୃଦ୍ଧି ପାଇ ୫ କୋଟି ୟୁନିଟ୍‌ରେ ପହଞ୍ଚିଛି। ଗତବର୍ଷ ସମାନ ଏହି ସମୟରେ ଏହା ୪.୬୨ କୋଟି ୟୁନିଟ୍‌ ଥିଲା। ଗୋଟିଏ ତ୍ରୈ-ମାସିକ କ୍ୱାର୍ଟରରେ ଦେଶରେ ସ୍ମାର୍ଟଫୋନ୍‌ ବିକ୍ରିର ଏହା ସର୍ବକାଳୀନ ଉଚ୍ଚସ୍ତର ଅଟେ। ବଜାର ଅଂଶର ୨୬.୧ ପ୍ରତିଶତ ସହ ଜିଓମି ଶୀର୍ଷରେ ରହିଛି। ଜିଓମି ଏହି ସମୟ ମଧ୍ୟରେ ୧.୩୧ କୋଟି ଫୋନ ବିକ୍ରି କରିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ସାମସଙ୍ଗ ୧.୦୨ କୋଟି ଫୋନ୍‌ ବିକ୍ରି କରି ବଜାର ଅଂଶର ୨୦.୪ ପ୍ରତିଶତ ଅଂଶଗ୍ରହଣ କରିଛି। ଏହାପରେ ଭିଭୋ, ରିଅଲମି ଓ ଓପୋ ଯଥାକ୍ରମେ ୮୮ ଲକ୍ଷ, ୮୭ ଲକ୍ଷ ଓ ୬୧ ଲକ୍ଷ ସ୍ମାର୍ଟଫୋନ୍‌ ବିକ୍ରି କରିଛନ୍ତି। ତେବେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଚରମ ସୀମାରେ ରହିଥିଲେ ମଧ୍ୟ ଦେଶର ଜନସାଧାରଣ ଚାଇନା ମୋବାଇଲ କ୍ରୟ ନେଇ କୌଣସି ପ୍ରଭାବ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri