Posted inଜାତୀୟ

ଜୁଲାଇ-ସେପ୍ଟେମ୍ବରରେ ଭାରତରେ ବିକ୍ରି ହୋଇଛି ୫ କୋଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ, ୨୨।୧୦: ଲକ୍‌ ଡାଉନ ଖୋଲିବା ପରେ ଭାରତର ସ୍ମାର୍ଟଫୋନ୍‌ ବଜାରରେ ପୁଣିଥରେ ସୁଧାର ଆସିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷର ୩ୟ ତ୍ରୈ-ମାସିକ କ୍ୱାର୍ଟର (ଜୁଲାଇରୁ ସେପ୍ଟେମ୍ବର)ରେ ସ୍ମାର୍ଟଫୋନ୍‌ ବିକ୍ରି ଭାରତରେ ସର୍ବକାଳୀନ ଉଚ୍ଚସ୍ତର ଅର୍ଥାତ୍‌ ୫ କୋଟି ୟୁନିଟ୍‌ ରହିଥିଲା। ଏହି ଅବଧି ମଧ୍ୟରେ ଚାଇନାର ସମସ୍ତ କମ୍ପାନୀ ସମୁଦାୟ ବଜାର ଅଂଶର ୭୬ ପ୍ରତିଶତ ଅଂଶଗ୍ରହଣ କରିଥିଲେ।
ତଥ୍ୟ ସଂଗ୍ରହକାରୀ କମ୍ପାନୀ କେନାଲିସ ରିପୋର୍ଟ ଅନୁଯାୟୀ, ଶ୍ରେଷ୍ଠ ୫ଟି ମୋବାଇଲ ଫୋନ୍‌ କମ୍ପାନୀ ଜିଓମି, ସାମସଙ୍ଗ୍‌, ଭିଭୋ, ରିଅଲ୍‌ ଏବଂ ଓପୋ ଗତବର୍ଷ ସମାନ ସମୟ ତୁଳନାରେ ବିକ୍ରିରେ ବୃଦ୍ଧି ଘଟିଛି। କେନାଲିସ୍‌ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ୨୦୨୦ର ୩ୟ ତ୍ରୈ-ମାସିକ କ୍ୱାର୍ଟରରେ ଦେଶରେ ସ୍ମାର୍ଟଫୋନ୍‌ ବିକ୍ରି ୮ ପ୍ରତିଶତ ବୃଦ୍ଧି ପାଇ ୫ କୋଟି ୟୁନିଟ୍‌ରେ ପହଞ୍ଚିଛି। ଗତବର୍ଷ ସମାନ ଏହି ସମୟରେ ଏହା ୪.୬୨ କୋଟି ୟୁନିଟ୍‌ ଥିଲା। ଗୋଟିଏ ତ୍ରୈ-ମାସିକ କ୍ୱାର୍ଟରରେ ଦେଶରେ ସ୍ମାର୍ଟଫୋନ୍‌ ବିକ୍ରିର ଏହା ସର୍ବକାଳୀନ ଉଚ୍ଚସ୍ତର ଅଟେ। ବଜାର ଅଂଶର ୨୬.୧ ପ୍ରତିଶତ ସହ ଜିଓମି ଶୀର୍ଷରେ ରହିଛି। ଜିଓମି ଏହି ସମୟ ମଧ୍ୟରେ ୧.୩୧ କୋଟି ଫୋନ ବିକ୍ରି କରିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ସାମସଙ୍ଗ ୧.୦୨ କୋଟି ଫୋନ୍‌ ବିକ୍ରି କରି ବଜାର ଅଂଶର ୨୦.୪ ପ୍ରତିଶତ ଅଂଶଗ୍ରହଣ କରିଛି। ଏହାପରେ ଭିଭୋ, ରିଅଲମି ଓ ଓପୋ ଯଥାକ୍ରମେ ୮୮ ଲକ୍ଷ, ୮୭ ଲକ୍ଷ ଓ ୬୧ ଲକ୍ଷ ସ୍ମାର୍ଟଫୋନ୍‌ ବିକ୍ରି କରିଛନ୍ତି। ତେବେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଚରମ ସୀମାରେ ରହିଥିଲେ ମଧ୍ୟ ଦେଶର ଜନସାଧାରଣ ଚାଇନା ମୋବାଇଲ କ୍ରୟ ନେଇ କୌଣସି ପ୍ରଭାବ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri