ବାତ୍ୟା ‘ରେମାଲ’ ଭୟ, କୂଳରେ ହାଇଆଲର୍ଟ

ଭୋଗରାଇ, ୨୬।୫(ପ୍ରଦୀପ ଦାସ):ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର ପୂର୍ବ ଅଗ୍ରସର ହେଉଥିବା ଓଡିଶା ଏବଂ ପଶ୍ଚିମବଙ୍ଗ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏଭଳି ସ୍ଥିତିରେ ୨ ରାଜ୍ୟ ପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ଜରୁରୀକାଳୀନ ଭିତ୍ତିରେ ବ୍ୟାପକ ପ୍ରସ୍ତୁତି କରିଛି। ଏହି ବାତ୍ୟା ଓଡିଶାକୁ ବିଶେଷ ପ୍ରଭାବିତ କରି ନ ପାରେ ବୋଲି ଜଳବାୟୁ ବୈଜ୍ଞାନିକମାନେ ଆକଳନ କରି କହୁଥିବା ବେଳେ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲାରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ଝଟ୍‌କା ପବନ ବହିବ ବୋଲି ସୂଚନା ମିଳିଛି।

ବୈଜ୍ଞାନିକ ସୂଚନା ଆଧାରରେ ସ୍ବତନ୍ତ୍ର ରିଲିଫ କମିଶନର ଜିଲା ପ୍ରଶାସନକୁ କଡା ସତର୍କତା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ରବିବାର ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ସାଗରଦୀପ ଅତିକ୍ରମ କରି ବାଂଲାଦେଶ ଖେପୁପଡାରେ କଚାଡି ହୋଇପଡିବା ସହିତ ଉତ୍ତର ପଶ୍ଚିମବଙ୍ଗକୁ ମୁହାଁଇବ ବୋଲି ଗଣମାଧ୍ୟମ ସୂଚନା ଦେଉଥିବା ବେଳେ ଓଡିଶା ଓ ପଶ୍ଚିମବଙ୍ଗ ଜିଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ, ବିଚିତ୍ରପୁର, ଚୌମୁଖ, ଡଗରା, ବାହାବଳପୁର, କଷାଫଳ, ଚାନ୍ଦିପୁର ଓ ଗୋପାଳପୁର ସହିତ ପଶ୍ଚିମବଙ୍ଗ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣୀ, ପେଟୁଆ, ସାଗରଦୀପ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଡାକବାଜି ଯନ୍ତ୍ର ଦ୍ୱାରା ମତ୍ସଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଉପକୂଳ ଶନିବାର ମଧ୍ୟାହ୍ନରୁ ଆକାଶ ମେଘାଛନ୍ନ ଓ ବର୍ଷା ଆରମ୍ଭ ହୋଇଛି। ଦୀଘାରେ ଏନ୍‌ଡିଆରଏଫ୍‌ ପକ୍ଷରୁ ସମୁଦ୍ର ତଟରେ ରଶି ବାନ୍ଧି ପର୍ଯ୍ୟଟକଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଉଛି। ଦୀଘା ଉପକୂଳରେ ପ୍ରଶାସନ ହାଇଆଲର୍ଟ ଜାରି କରିଥିବା ବେଳେ ପାରାଦ୍ୱୀପ-ହଳଦିଆ ବନ୍ଦରରୁ ତଟରକ୍ଷୀ ବାହିନୀକୁ ସମୁଦ୍ରରେ ସତର୍କ ରହିବାକୁ କୁହାଯାଇଛି। ସମୁଦ୍ରର ଉତ୍ତାଳ ଢେଉ କୂଳଆଡକୁ ମାଡିଆସି ତଟ ସୁରକ୍ଷା ପଥର ବନ୍ଧରେ ମାଡ କରୁଛି l ଗଭୀର ସମୁଦ୍ରରେ ମାଛମାରିବାକୁ ଯାଇଥିବା ବଡ ଟ୍ରଲର ଓ ଛୋଟ ଡ଼ଙ୍ଗା କୂଳକୁ ଫେରି ସୁରକ୍ଷା ସ୍ଥାନରେ ମତ୍ସଜୀବୀମାନେ ରଖିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି

ବାଲେଶ୍ବର ଅଫିସ, ୧୭।୬- ବାଲେଶ୍ୱର ସହର ସ୍ଥିତ ଭୁଜାଖିଆ ପୀର ନିକଟସ୍ଥ ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ ହୋଇଛି। ସ୍ଥାନୀୟ ଗାଁ ତଥା...

ମିଶନ ଶକ୍ତି ଜାରି ରହିବ ନା ବନ୍ଦ ହୋଇଯିବ? ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୬: ମିଶନ ଶକ୍ତି ବିଭାଗର ଅଧିକାରୀଙ୍କ ସହ ସୋମବାର ଆଲୋଚନା ପରେ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା।...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୧୭।୬: ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବଡ଼ ପଦକ୍ଷେପ ନେଇଛି। ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତି...

ପାଣିପାଗ ବିଭାଗର ସୂଚନା, ଆଗାମୀ ୫ ଦିନ ଯାଏଁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ଼୍ବର, ୧୭।୬: ଓଡ଼ିଶାର ଉପକୂଳ ଅଞ୍ଚଳରେ ଆହୁରି ୩ରୁ ୪ ଦିନ ତାତି ଅନୁଭୂତ ହେବ । ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି...

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ

ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ...

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬: ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଶଙ୍ଖ ଭବନରେ ବସିବ ବୈଠକ, ଚୟନ ହେବେ ବିଧାୟକ ଦଳ ନେତା

ଭୁବନେଶ଼୍ବର, ୧୭।୬: ଆସନ୍ତା ୧୯ ତାରିଖ ଦିନ ବିଜୁ ଜନତା ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଏହି...

ସ୍କୁଲ ଖୋଲିବ ନା ଘୁଞ୍ଚିବ ଛୁଟି: ଜାଣନ୍ତୁ କେବେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର, ୧୭।୬: ରାଜ୍ୟରେ ଏବେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଓଡ଼ିଶାକୁ ଏଥର ଆଗଆ ମୌସୁମୀ ପ୍ରବେଶ କରିଥିଲେ ହେଁ ବର୍ଷା ଟିକେ ହେଉନାହିଁ। ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri