Posted inଜାତୀୟ

ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ପରେ ଭାଗ୍ୟ ବଦଳାଇଲା ଲଟେରି

ଥିରୁଭାନନ୍ତପୁରମ, ୧୫।୧୦: ଭାଗ୍ୟ ବଦଳିବା ପାଇଁ ବେଶି ସମୟ ଲାଗେ ନାହିଁ। କିନ୍ତୁ ଏଥିଲାଗି ଧୈର୍ଯ୍ୟର ଆବଶ୍ୟକତା ରହିଥାଏ। ଭାଗ୍ୟର ବିପର୍ଯ୍ୟୟ ବେଳେ ଲୋକଙ୍କୁ ଦୁଃଖର ସାମ୍ନା କରିବାକୁ ପଡ଼ିଥିବାବେଳେ ଭାଗ୍ୟ ଉଦୟ ହେଲେ ମିଳେ ଖୁସି। ଗୋଟିଏ ଦିନରେ ବଦଳିଯାଇଛି କେରଳର ୪୦ ବର୍ଷୀୟ ପୁକୁଞ୍ଜୁଙ୍କ ଭାଗ୍ୟ, ଯାହା ତାଙ୍କ ଜୀବନ ପାଇଁ ଚିର ସ୍ମରଣୀୟ ହୋଇ ରହିବ। ଯେଉଁଦିନ ବ୍ୟାଙ୍କରୁ ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ଆସିଛି ସେହିଦିନ ଲଟେରି ତାଙ୍କ ଜୀବନରେ ଖୁସି ଆଣିଦେଇଛି। ମାଛ ବେପାରୀ ପୁକୁଞ୍ଜୁ ଘର ତିଆରି ପାଇଁ ବ୍ୟାଙ୍କରୁ ଲୋନ୍‌ ଆଣିଥିଲେ। କିନ୍ତୁ ଠିକ୍‌ ସମୟରେ ଋଣ ବାବଦକୁ ୧୨ ଲକ୍ଷ ଟଙ୍କା ପରିଶୋଧ ନ କରିବାରୁ ଗତ ୧୨ ତାରିଖ ବୁଧବାର ମଧ୍ୟାହ୍ନରେ ବ୍ୟାଙ୍କରୁ ତାଙ୍କ ପାଖକୁ ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ଆସିଥିଲା। ବ୍ୟାଙ୍କ ନୋଟିସକୁ ନେଇ ପୁକୁଞ୍ଜୁ ଚିନ୍ତାଗ୍ରସ୍ତ ହୋଇପଡ଼ିଥିବାବେଳେ କିଛି ଘଣ୍ଟା ମଧ୍ୟରେ ତାଙ୍କ ପାଖରେ ଏମିତି ଖବର ପହଞ୍ଚିଥିଲା ଯାହା ତାଙ୍କ ଆଖିରୁ ଆନନ୍ଦର ଲୋତକ ଝରାଇ ଦେଇଥିଲା। ଅକ୍ଷୟ ଲଟେରିରୁ ପ୍ରଥମ ପ୍ରାଇଜ୍‌ ମନି ୭୦ ଲକ୍ଷ ଟଙ୍କା ପୁକୁଞ୍ଜୁ ଜିତିଯାଇଥିବା ଜାଣିବାକୁ ପାଇଥିଲେ।
ପୁକୁଞ୍ଜୁ କେରଳର ମାଇନାଜପ୍ପାଲ୍ଲିରେ ସ୍କୁଟରରେ ଗାଁ ଗାଁ ବୁଲି ମାଛ ବେପାର କରନ୍ତି। ବ୍ୟବସାୟ ଟଙ୍କାରେ ଘର ତୋଳିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିବା କାରଣରୁ ସ୍ଥାନୀୟ କର୍ପୋରେଶନ୍‌ ବ୍ୟାଙ୍କରୁ ସେ ୯ ଲକ୍ଷ ଟଙ୍କାର ଋଣ ଆଣିବାକୁ ମନସ୍ଥ କଲେ ଓ ପରବର୍ତ୍ତୀ ସମୟରେ ବ୍ୟାଙ୍କ ତାଙ୍କୁ ଋଣ ମଧ୍ୟ ଦେଲା। ବ୍ୟବସାୟରୁ ଭଲ ଲାଭ ନ ମିଳିବାରୁ ଲୋନ୍‌ ଟଙ୍କା ପରିଶୋଧ କରିବାରେ ବିଳମ୍ବ ହେଉଥିବାବେଳେ ସୁଧ ଜମାରେ ଅନିୟମିତତା ଦେଖାଯାଇଥିଲା। ବ୍ୟାଙ୍କ ଋଣ ବାବଦକୁ ୧୨ ଲକ୍ଷ ଟଙ୍କା ଶୁଝିବାକୁ ଅଛି। ଅନ୍ୟପକ୍ଷେ ଲଟେରି ଟିକେଟ କିଣିବା ପାଇଁ ପୁକୁଞ୍ଜୁଙ୍କ ବାପା ଲୋକଙ୍କଠାରୁ ୫ ଲକ୍ଷ ଟଙ୍କାର ଧାର ଉଧାରି କରିଥିଲେ।
ସବୁ କରଜ ଶୁଝିବାର ବୋଝ ପୁକୁଞ୍ଜୁଙ୍କ ଉପରେ ରହିଛି। ଜଣଙ୍କ ରୋଜଗାରରେ ପରିବାର ଚଳାଇବା, ପିଲାଙ୍କ ପାଠପଢ଼ା ସାଙ୍ଗକୁ ଋଣ ଭାର, ଯେମିତି ବୋଝ ଉପରେ ନଳିତା ବିଡ଼ା ସଦୃଶ। ଜିତିଥିବା ଲଟେରି ଟଙ୍କା ପୁକୁଞ୍ଜୁଙ୍କୁ ଅନେକ ମାତ୍ରାରେ ଆଶ୍ୱସ୍ତି ଦେଇଛି। ପ୍ରାଇଜ ମନିରେ ପ୍ରଥମେ ସବୁ କରଜ ଓ ବ୍ୟାଙ୍କ ଋଣ ପରିଶୋଧ କରାଯିବ। ଏହାପରେ ଝିଅ,ପୁଅଙ୍କ ପଢ଼ାପଢ଼ି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଉ କିଛି ଟଙ୍କା ରଖାଯିବା ପରେ ଅନ୍ୟ ବାବଦକୁ ଟଙ୍କା ଖର୍ଚ୍ଚ କରିବେ ବୋଲି ପୁକୁଞ୍ଜୁଙ୍କ ସ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri