ପାରାଦୀପ, କପିଳଯୋରରେ ମାଛ ମଡ଼କ

ପାରାଦୀପ,୧୨।୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାର୍ଶ୍ୱରେ ଥିବା କପିଳଯୋର, କଂସାରିପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନେଳିଆ ରଙ୍ଗ ହୋଇଯାଇଛି। ଫଳରେ ନଦୀ ସଂଲଗ୍ନ ପରିବେଶ ଦୁର୍ଗନ୍ଧମୟ ହୋଇଯାଇଛି। ଏନେଇ ପାରାଦୀପର ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ତୈଳ ବର୍ଜ୍ୟ ଯୋଗୁ ଏପରି ହୋଇଥିବା କୁହାଯାଉଛି। ଏହା ନିକଟରେ ଥିତ୍ବା ତୈଳ ବିଶୋଧନାଗାର ପ୍ରକଳ୍ପରୁ ବାହାରୁଛି ବୋଲି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ସଭାପତି ଶ୍ରୀକାନ୍ତ ପରିଡା ଅଭିଯୋଗ କରିଛନ୍ତି। ଗତ ଜୁଲାଇରୁ ତୈଳ ବିଶୋଧନାଗାର ଇଟିପି (ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ)ରେ କିଛି ବୈଷୟିକ ତ୍ରୁଟିଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେଠାକାର ବର୍ଜ୍ୟପାଣି ସିଧାସଳଖ ସମୁଦ୍ରରେ ଛଡ଼ାଯାଉଛି ବୋଲି ଶ୍ରୀକାନ୍ତ କୁହନ୍ତି। ଗତ ଶନିବାର ବିପୁଳ ପରିମାଣର ବର୍ଜ୍ୟ ନିକଟସ୍ଥ ନଦୀ ଓ ସମୁଦ୍ରରେ ମିଶିଥିଲା। ସେଦିନ ଅଭିଯୋଗ ହେବାପରେ ତୈଳ ବିଶୋଧନାଗାରର ୭ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଯାଞ୍ଚ କରିଥିଲେ। ଶନିବାର ରାତିଠାରୁ ସୋମବାର ପର୍ଯ୍ୟନ୍ତ ସେହି ସମୁଦ୍ର କୂଳରେ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରୁଛନ୍ତି। ସେହି ସମୟ ମଧ୍ୟରେ ପାଖରେ ଥିବା ନଦୀଗୁଡ଼ିିକରେ ମାଛ ମଡକ ହୋଇଛି। ଏନେଇ ପରିବେଶ ସୁରକ୍ଷା ଟ୍ରଷ୍ଟ ସମ୍ପାଦକ ଶିବ ବିଶ୍ୱାଳ କୁହନ୍ତି, ବିଶୋଧନାଗାରରୁ ପାଣି ଛାଡ଼ିବା ଯୋଗୁ ନଦୀ ଓ ସମୁଦ୍ର ପାଣି ଦୂଷିତ ହୋଇ ଅନେକ ମାଛ ଓ ଅନ୍ୟ ଜଳଜୀବ ମରିଯାଇଛନ୍ତି। ଏହାର ତୁରନ୍ତ ନିରାକରଣ ବ୍ୟବସ୍ଥା କରାଯିବା ପାଇଁ ସେ ଲିଖିତ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଜଣାଇଛନ୍ତି। ସେହିପରି ଆହ୍ବାନ କମ୍ବାଇନ୍ସ ନାମକ ସ୍ବେଚ୍ଛାସେବୀ ସଙ୍ଗଠନ ସମ୍ପାଦକ ପ୍ରଭାସ ଚନ୍ଦ୍ର ସ୍ବାଇଁ କୁହନ୍ତି, ଏପରି ପ୍ରଦୂଷଣ ଯୋଗୁ ପାରାଦୀପର ନଦୀ ଓ ସବୁଜିମା ସବୁ ଉପରେ ଗଭୀର ପ୍ରଭାବ ପକାଇଛି। ପାଣିର ନମୁନା ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଆସିଥିବା ପରିବେଶ ଯନ୍ତ୍ରୀ ଦିବ୍ୟଲୋଚନ ମହାପାତ୍ର କୁହନ୍ତି, ଆମେ ପାଣିର ନମୁନା ନେଇଛୁ। ପରୀକ୍ଷା ରିପୋର୍ଟ ଆସିଲା ପରେ କାରଣ ସ୍ପଷ୍ଟ ହେବ। ଏ ସମ୍ପର୍କରେ ତୈଳ ବିଶୋଧନାଗାର ଲୋକସମ୍ପର୍କ ଅଧିକାରୀ ସଂଗ୍ରାମ ମିଶ୍ର କୁହନ୍ତି, ଆମର କୌଣସି ବର୍ଜ୍ୟପାଣି ଛଡାଯାଇନାହିଁ। ସମୁଦ୍ର କୂଳରେ ପାଇପଲାଇନ ମରାମତି କାର୍ଯ୍ୟ ସମ୍ପର୍କରେ ପଚାରିଲେ କୁହନ୍ତି, ତାହା ଖରାପ ଥିଲା। ସେଥିପାଇଁ ମରାମତି ହେଉଛି। ରାତିରେ ମରାମତି ସମ୍ପର୍କରେ କୁହନ୍ତି,ଦିନବେଳେ ଜୁଆର ରହୁଥିବାରୁ ରାତିରେ କାମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?