ଓଡ଼ିଶା ଇତିହାସରେ ପ୍ରଥମ, ନବୀନ ଗଢିଲେ ଛାୟା କ୍ୟାବିନେଟ

ଭୁବନେଶ୍ୱର,୧୮।୭: ବୁଧବାର ଓଡ଼ିଶାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। କ୍ଷମତାସୀନ ମନ୍ତ୍ରୀମଣ୍ଡଳ ପରି ବିରୋଧୀଙ୍କ ମଧ୍ୟ ଏକ ମନ୍ତ୍ରୀ ମଣ୍ଡଳ ରହିଛି ଯାହାକୁ ‘ଛାୟା କ୍ୟାବିନେଟ’ ବୋଲି କୁହାଯାଏ। ଭାରତରେ ଯେଉଁ ସଂସଦୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ସରକାର ଚଳାଇଥା’ନ୍ତି ଏହି ଶାସନ ପଦ୍ଧତି ବ୍ରିଟେନରୁ ଆସିଛି। ବ୍ରିଟେନ ସଂସଦୀୟ ପ୍ରଥାରେ ଏମିତି ଏକ ବ୍ୟବସ୍ଥା ରହିଛି ଯାହା ଆମ ଦେଶରେ ଦେଖିବାକୁ ମିଳିଥାଏ। ତାହା ହେଉଛି ‘Shadow Cabinet’ ବା ଛାୟା କ୍ୟାବିନେଟ। ଏହି କ୍ୟାବିନେଟରେ ସାମିଲ ବିରୋଧୀ ନେତା, ସରକାରଙ୍କ ନୀତି ଓ ବିଭାଗ ଉପରେ ନଜର ରଖିବା ପାଇଁ ଏହି ଛାୟା କ୍ୟାବିନେଟ ଗଠନ କରିଥା’ନ୍ତି। ବ୍ରିଟେନ ସମେତ ଅନେକ ପଶ୍ଚିମ ଦେଶମାନଙ୍କରେ ଏହି ଛାୟା କ୍ୟାବିନେଟ ବହୁଳ ପ୍ରଚଳିତ ଅଟେ। କିନ୍ତୁ ଭାରତ ପାଇଁ ଏହା ନୁହେଁ। ଦେଶର ଅନେକ ରାଜ୍ୟରେ ଏପରି କ୍ୟାବିନେଟ ଗଠନ ହୋଇ ସାରିଛି। ଜାଣନ୍ତୁ ଏହି କ୍ୟାବିନେଟ ସମ୍ପର୍କରେ…

ବ୍ରିଟିଶ ମଡେଲର ଏହି ସଂସଦୀୟ ପଦ୍ଧତିରେ ବିରୋଧୀ ଦଳର ନେତାଙ୍କୁ ଛାୟା ପ୍ରଧାନମନ୍ତ୍ରୀ ବା ରାଜ୍ୟର ବିଧାନସଭାରେ ଛାୟା ମୁଖ୍ୟମନ୍ତ୍ରୀ କୁହାଯାଏ। ଅର୍ଥାତ ସେ ପ୍ରଧାନମନ୍ତ୍ରୀଙ୍କ ଛାୟା ପରି। ଏହି ନିୟମ ଅନୁଯାୟୀ, ଯଦି ଶାସକ ସରକାର ଇସ୍ତଫା ଦିଅନ୍ତି କିମ୍ବା ଗୃହରେ ଅବିଶ୍ୱାସ ପ୍ରସ୍ତାବରେ ବହୁମତ ହରାନ୍ତି ତେବେ ବିରୋଧୀ ଦଳର ନେତା ଶାସନ କମାଣର ଦାୟିତ୍ୱ ନିଅନ୍ତି। ନୂଆ ସରକାର ଗଠନ ହେବା ପରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ଆନୁଷ୍ଠାନିକ ଭାବେ ଶପଥ ନେବା ସହ ବିରୋଧୀ ଦଳର ନେତା ମଧ୍ୟ ନିଯୁକ୍ତ ହୋଇଥା’ନ୍ତି। ଶାସନକ୍ଷମତାରେ ଥିବା ସରକାର ନିଜର କ୍ୟାବିନେଟ ଗଠନ କରୁଥିବାବେଳେ ଏହି କ୍ୟାବିନେଟର କାର୍ଯ୍ୟକାରିତା ଉପରେ ନଜର ରଖିବା ଏବଂ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବିରୋଧୀଙ୍କ ନେତୃତ୍ୱରେ ଏକ ଛାୟା କ୍ୟାବିନେଟ ଗଠନ ହୋଇଥାଏ।

ବ୍ରିଟେନରେ କ୍ଷମତାସୀନ ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବିରୋଧୀ ଦଳ ନେତା ଏପରି ରଣନୀତି ପ୍ରସ୍ତୁତ କରିଥା’ନ୍ତି। ବ୍ରିଟେନର ସଂସଦୀୟ ବ୍ୟବସ୍ଥା ଅନୁସାରେ ଭାରତରେ ବିରୋଧୀ ଦଳର ନେତା ପଦ ଆରମ୍ଭ ହୋଇଛି। କହିରଖୁଛୁ କି, ଛାୟା କ୍ୟାବିନେଟ ଏକ ସାମ୍ବିଧାନିକ ବ୍ୟବସ୍ଥା ନୁହେଁ, କିନ୍ତୁ ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବିରୋଧୀଦଳର ନେତାମାନେ ଏକ ଦଳ ଗଠନ କରନ୍ତି। ଏବଂ ସେହି ଦଳକୁ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ପ୍ରଶ୍ନ ପଚାରିବାର କ୍ଷମତା ଦେଇଥା’ନ୍ତି। ସଂସଦରେ ଅଧିବେଶନ ସମୟରେ ସମ୍ପୃକ୍ତ ମନ୍ତ୍ରୀମାନେ ଏ ସମୟରେ ଅତି ପ୍ରଭାବଶାଳୀ ଏବଂ ଶାଣିତ ଢଙ୍ଗରେ ସରକାରଙ୍କୁ ଘେରିଥା’ନ୍ତି।

ସରଳ ଶବ୍ଦରେ କହିବାକୁ ଗଲେ ଛାୟା କ୍ୟାବିନେଟର ଅର୍ଥ ହେଉଛି ବିରୋଧୀଙ୍କ ସଂଗଠିତ ରୂପ। ଅର୍ଥାତ ବିରୋଧୀ ଦଳର ଯିଏ ଏହି ଦାୟିତ୍ୱ ପାଇବ ସେ ସେହି ବିଭାଗ ସହ ଜଡିତ କାର୍ଯ୍ୟ ଉପରେ ନଜର ରଖିବ ଏବଂ ସଂସଦରେ ସରକାରଙ୍କ ତ୍ରୁଟି ଉପରେ ପ୍ରଶ୍ନ ଉଠାଇବ। ଏହି ଛାୟା କ୍ୟାବିନେଟରେ କାହାକୁ ପ୍ରତିରକ୍ଷା ବିଭାଗ ତ କାହାକୁ ଅର୍ଥ, ବାଣିଜ୍ୟ, ରେଳ ଏବଂ ସ୍ବାସ୍ଥ୍ୟ ବିଭାଗର ଛାୟା ମନ୍ତ୍ରୀ କରାଯାଇଥାଏ। ୧୯୯୯ରେ, ଯେତେବେଳେ ସୋନିଆ ଗାନ୍ଧୀ ବିରୋଧୀ ଦଳର ନେତା ହୋଇଥିଲେ, ସେତେବେଳେ ସେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଅନେକ କମିଟି ଗଠନ କରିଥିଲେ। ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ସଂସଦର ବିଭିନ୍ନ ମନ୍ତ୍ରଣାଳୟ ସହ ଜଡିତ ପ୍ରସଙ୍ଗ ଉଠାଇବା ପାଇଁ ସୋନିଆ ଗାନ୍ଧୀ ପ୍ରଣବ ମୁଖାର୍ଜୀ, ଅର୍ଜୁନ ସିଂ ଠାରୁ ଆନନ୍ଦ ଶର୍ମା ପର୍ଯ୍ୟନ୍ତ ବଡ ନେତାମାନଙ୍କୁ ଦାୟିତ୍ୱ ଦେଇଥିଲେ।

ତେବେ ଏହି ବ୍ରିଟିଶ ମଡେଲର ଛାୟା କ୍ୟାବିନେଟ ବ୍ୟବସ୍ଥା ବ୍ରିଟେନ ସମେତ ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ନ୍ୟୁଜିଲ୍ୟାଣ୍ଡ, ଭାରତ ଓ ଦକ୍ଷିଣ ଆଫ୍ରିକାରେ ଅଲଗା ଅଲଗା ନିୟମରେ ଲାଗୁ ହୋଇଛି। ଆମ ଦେଶରେ ବିଭିନ୍ନ ରାଜ୍ୟରେ ଏହି ଛାୟା କ୍ୟାବିନେଟ ବ୍ୟବସ୍ଥା ବହୁ ସମୟରୁ ପ୍ରଚଳିତ ରହିଛି। ୨୦୦୫ରେ ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ଛାୟା କ୍ୟାବିନେଟ ଗଠନ କରିଥିଲେ। ସେତେବେଳେ ରାଜ୍ୟରେ କଂଗ୍ରେସ ସରକାର ଥିଲା। କଂଗ୍ରେସ ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଭାଜପା ଓ ଶିବସେନା ମେଣ୍ଟ କରି ଛାୟା କ୍ୟାବିନେଟ କଠନ କରିଥିଲେ। ସେହିପରି ଭାଜପା ଗୋଆ, ପଞ୍ଜାବ ଓ ଦିଲ୍ଲୀରେ ଛାୟା କ୍ୟାବିନେଟ ଗଠନ କରି ସାରିଛି। କଂଗ୍ରେସ ମଧ୍ୟ ପ୍ରଦେଶରେ ମଧ୍ୟ ଛାୟା କ୍ୟାବିନେଟ ଗଠନ କରି ସାରିଛି।

ସେହିପରି ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଛାୟା କ୍ୟାବିନେଟ ଗଠନ ହୋଇଛି। ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ବିରୋଧୀ ଦଳ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଏଥିଲାଗି ସରକାରଙ୍କ ପ୍ରତ୍ୟେକ ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବାକୁ ଜଣେ ଲେଖାଏ ଏପରି କି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ୨/୩ ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ଦଳୀୟ ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି ।
ନବୀନଙ୍କ ବ୍ୟତୀତ ଦଳର ଅନ୍ୟ ସମସ୍ତ ୫୦ ବିଧାୟକଙ୍କୁ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି। ନବୀନଙ୍କ ଏହି କ୍ୟାବିନେଟକୁ ଛାୟା କ୍ୟାବିନେଟ କୁହାଯାଏ।

ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରତିଟି କାର୍ଯ୍ୟ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର, ବଦ୍ରି ନାରାୟଣ ପାତ୍ରଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଅଶ୍ୱିନୀ ପାତ୍ରଙ୍କୁ ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ, ପ୍ରତାପ କେଶରୀ ଦେବଙ୍କୁ ସାଧାରଣ ପ୍ରଶାସନ(ଜିଏ) ଓ ସାଧାରଣ ଅଭିଯୋଗ, ଅରୁଣ କୁମାର ସାହୁଙ୍କୁ ଜଳସମ୍ପଦ, ସାରଦା ପ୍ରସାଦ ନାୟକଙ୍କୁ ଶିଳ୍ପ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ଓ ସାଧାରଣ ଉଦ୍ୟୋଗ ବିଭାଗ ଦାୟିତ୍ୱ ଦିଆଯାଇଛି। ସେହିପରି ଅନ୍ୟ ମନ୍ତ୍ରୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?