Posted inଖେଳ

ପ୍ରଥମ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ ଅଗ୍ରଣୀ

ସାଉଥାମ୍ପଟନ, ୧୦।୭-ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। କ୍ରେଗ୍‌ ବ୍ରାଥ୍‌ଓ୍ବେଟ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶାମରା ବ୍ରୁକ୍ସ, ରଷ୍ଟନ ଚେଜ୍‌ ଏବଂ ଶେନ ଡୋରିଚ୍‌ ଉପଯୋଗୀ ବ୍ୟାଟିଂ କରି ଭ୍ରମଣକାରୀ ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି। ଶୁକ୍ରବାର ତୃତୀୟ ଦିବସରେ ଖବର ମିଳିବା ବେଳକୁ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ୨୬୯ ରନ ସଂଗ୍ରହ କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୪ ରନ କରି ଅଲଆଉଟ ହୋଇ ଯାଇଥିଲା।
ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୫୭/୧ରୁ ଖେଳ ଆରମ୍ଭ କରିଥିବା ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିବସ ପ୍ରଥମ ସେସନରେ ଆଉ ୨ ଉଇକେଟ ହରାଇଥିଲା। ଶାଇ ହୋପ୍‌ ୧୬ ଏବଂ ବ୍ରାଥଓ୍ବେଟ୍‌ ୬୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ୧୨୫ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବ୍ରାଥଓ୍ବେଟ ନିଜ ଇନିଂସ ମଧ୍ୟରେ ୬ ଚୌକା ମାରିଥିଲେ। ଏହା ଥିଲା ତାଙ୍କ ଟେଷ୍ଟ କ୍ୟାରିୟରର ୧୮ତମ ଅର୍ଦ୍ଧଶତକ। ହୋପ୍‌ ସ୍ପିନର ଡମ୍‌ ବେସ୍‌ଙ୍କ ଶିକାର ହୋଇଥିବାବେଳେ ବ୍ରାଥଓ୍ବେଟ୍‌ଙ୍କ ଇନିଂସର ପରିସମାପ୍ତି ଘଟାଇଥିଲେ ଅଧିନାୟକ ବେନ୍‌ ଷ୍ଟୋକ୍ସ। ଦ୍ୱିତୀୟ ସେସନରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନେ ଭଲ ବ୍ୟାଟିଂ କରିଥିଲେ। ଏକାଗ୍ରତାର ସହିତ ଖେଳି ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବ୍ରୁକ୍ସ ୩୯ ରନ କରିଥିବାବେଳେ ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ଉଇକେଟ କିପର ଜୋସ ବଟଲରଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ବ୍ରୁକ୍ସ ରିଭ୍ୟୁ ମାଗିଥିଲେ ହେଁ ନିଷ୍ପତ୍ତି ତାଙ୍କ ବିପକ୍ଷରେ ଯାଇଥିଲା। ଜେର୍ମିନ ବ୍ଲାକ୍‌ଉଡ୍‌ ମାତ୍ର ୧୨ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ରଷ୍ଟନ ଚେଜ୍‌ ଏବଂ ଉଇକେଟ କିପର ଶେନ ଡୋରିଚ୍‌ ଲଢ଼ୁଆ ପ୍ରଦର୍ଶନ କରି ଦଳକୁ ବଡ଼ ଅଗ୍ରଣୀ ଆଡ଼କୁ ନେଇ ଯାଇଥିଲେ। ଦୁହେଁ ୬ଷ୍ଠ ଉଇକେଟରେ ମୂଲ୍ୟବାନ ୮୧ ରନର ଭାଗୀଦାରି ଗଢ଼ିଥିଲେ। ଚେଜ୍‌ ୧୪୨ ବଲ୍‌ରୁ ୬ ଚୌକା ସହାୟତାରେ ୪୭ ରନ କରିଥିବାବେଳେ ଅଣ୍ଡରସନଙ୍କ ଏକ ବଲ୍‌କୁ ଖେଳିବାରେ ବିଫଳ ହୋଇଥିଲେ। ବଲ୍‌ ତାଙ୍କ ଉଭୟ ପ୍ୟାଡ୍‌କୁ ହିଟ୍‌ କରିଥିଲା। ଅମ୍ପାୟର ବ୍ୟାଟ୍‌ରେ ବଲ୍‌ ବାଜିଥିବା ସନ୍ଦେହ କରି ଆଉଟ ଦେଇ ନ ଥିଲେ। ମାତ୍ର ଇଂଲଣ୍ଡ ରିଭ୍ୟୁ ନେବାପରେ ବଲ୍‌ ଟ୍ରାକିଂରେ ସେ ଏଲବିଡବ୍ଲ୍ୟୁ ଆଉଟ ହୋଇଥିବା ସ୍ପଷ୍ଟ ହୋଇଥିଲା। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ ୩ଟି, ଡମ୍‌ ବେସ୍‌ ୨ଟି ଏବଂ ବେନ୍‌ ଷ୍ଟୋକ୍ସ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଆଗରେ ମୁକ ହୋଇଯାଉଛନ୍ତି ଖେଳାଳି? ଆର୍‌ସିବି ପରାଜୟକୁ ନେଇ ଚମକାଇବା ଭଳି ବୟାନ ଦେଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସୋମବାର ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ପରାଜିତ ହୋଇଛି(ଲିଡ୍‌ ରାଉଣ୍ଡରେ ୬ଷ୍ଠ)। ଏଯାବତ...

ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଖୋଲିଲା ପୋଲ୍‌

ଇସଲାମାବାଦ୍‌,୧୬।୪: ପାକିସ୍ତାନ କ୍ରିକେଟ୍‌ ବୋର୍ଡର ପୋଲ୍‌ ଖୋଲିଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ହାଫିଜଙ୍କୁ ଟଙ୍କା ଦେଇନାହାଁନ୍ତି।...

ଆଇପିଏଲ ୨୦୨୪ରେ ସବୁଠାରୁ ଲମ୍ବା ଛକା ମାରିଲେ ଦୀନେଶ କାର୍ତ୍ତିକ, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୬।୪: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ର ଦୀର୍ଘତମ ଛକା ମାରିଛନ୍ତି। କାର୍ତ୍ତିକ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟି ନଟରାଜନଙ୍କ ବଲରେ...

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି

ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩...

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri