Posted inଖେଳ

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡର ଇନିଂସ ବିଜୟ

ହାମିଲଟନ, ୭।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ରବିବାର ଚତୁର୍ଥ ଦିନ ସକାଳେ ଏକ ଇନିଂସ ଓ ୧୩୪ ରନରେ ବିଜୟ ହାସଲ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୧୪୫ ଓଭରରେ ୭ ଉଇକେଟ ହରାଇ ୫୧୯ ରନକରି ଇନିଂସ ଘୋଷଣା କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୬୪ ଓଭରରେ ୧୩୮ ରନକରି ଅଲଆଉଟ ହେବା ସହ ୩୮୧ ରନ ପଛରେ ପଡି ଫଲୋଅନ ହୋଇଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ୍‌ ୫୮.୫ ଓଭରରେ ୨୪୭ ରନକରି ଅଲଆଉଟ ହେବା ସହ ଇନିଂସ ପରାଜୟ ବରଣ କରିଛି।
ତୃତୀୟ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୯୬/୬ରୁ ଖେଳ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ରବିବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଜର୍ମେନ ବ୍ଲାକ୍‌ଉଡ୍‌ ୮୦ରୁ ଖେଳ ଆରମ୍ଭ କରି ୧୦୪ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ୫୯ରୁ ଖେଳ ଆରମ୍ଭ କରି ଅଲଜାରି ଜୋଶେଫ୍‌ ୮୬ ରନକରି ଆଉଟ ହୋଇଥିଲେ। ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ନିଲ୍‌ ଓ୍ବାଗନର ସର୍ବାଧିକ ୪, କାଏଲ ଜେମିଶନ ୨, ଟିମ୍‌ ସୌଦି, ଟ୍ରେଣ୍ଟ ବୋଲ୍ଟ ଓ ଡାରିଲ ମିଚେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲା। ପ୍ରଥମ ଇନିଂସରେ ୨୫୧ ରନର ଦ୍ୱିଶତକୀୟ ପାଳି ଖେଳିଥିବା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ କେନ୍‌ ଓ୍ବିଲିୟମସନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ଥିବା ଏହି ଟେଷ୍ଟ ଜିତି ନ୍ୟୁଜିଲାଣ୍ଡ ୬୦ ପଏଣ୍ଟ ହାସଲ କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ କୌଣସି ପଏଣ୍ଟ ପାଇନାହିଁ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୪୫ ଓଭରରେ ୫୧୯/୭ (ଇନିଂସ ଘୋଷଣା)
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୬୪ ଓଭରରେ ୧୩୮ ଅଲଆଉଟ।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ (ଫଲୋଅନ): ୫୮.୫ ଓଭରରେ ୨୪୭ ଅଲଆଉଟ(ବ୍ଲାକଉଡ୍‌-୧୦୪, ଜୋଶେଫ୍‌- ୮୬, ଓ୍ବାଗନର- ୪/୬୬, ଜେମିସନ- ୨/୪୨, ସୌଦି- ୧/୬୨, ବୋଲ୍ଟ- ୧/୬୩, ମିଚେଲ- ୧/୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌: ସଫଳ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ

ଦୁବାଇ,: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆନୁକୂଲ୍ୟରେ ୨୦୨୧ ପୁରୁଷ ଟି୨୦ ବିଶ୍ୱକପ୍‌ ଭାରତରେ ଆୟୋଜନ ହେବାକୁ ଯାଉଛି। ୧୬ଟି ଦଳକୁ ନେଇ ହେବାକୁ ଥିବା...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଲୋଗୋ ଉନ୍ମୋଚିତ

ଲକ୍ଷ୍ନୌ, ୬ା୫: ଉତ୍ତର ପ୍ରଦେଶ ଲକ୍ଷ୍ନୌଠାରେ ଶୁକ୍ରବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା...

ଷ୍ଟେଇନଙ୍କ ସହ ଯୋଗାଯୋଗରେ ସନରାଇଜର୍ସ

ମୁମ୍ବାଇ,୧୬।୧୨: ଚଳିତ ବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ ଓ ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ନେଇସାରିଥିବା ଡେଲ ଷ୍ଟେଇନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ନୂଆ ଦାୟିତ୍ୱ ମିଳିବାକୁ...

ଗୋଆ ପାଇଁ ଖେଳିବେ ଅର୍ଜୁନ

ନୂଆଦିଲ୍ଲୀ,୧୧ା୮: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏଣିକି ଗୋଆ ପାଇଁ ଖେଳିବେ। ଏନେଇ ୨୨ ବର୍ଷୀୟ ଅର୍ଜୁନ୍‌ ମୁମ୍ବାଇ କ୍ରିକେଟ ଆସୋସିଏନ...

କୋହଲି- ନୀରଜଙ୍କ ମଧ୍ୟରେ ମୁକାବିଲା!

ନୂଆଦିଲ୍ଲୀ,୮।୯:ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରା ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଚାଲିଛି...

ଓ୍ବେଷ୍ଟଇଣ୍ଡିଜକୁ ୮୮ ରନ୍‌ରେ ହରାଇଲା ଭାରତ

ଲଡରହିଲ୍‌, ୮ା୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୮୮ ରନ୍‌ରେ ବିଜୟୀ ହୋଇଛି। ଏଥିସହିତ ଦଳ ୫...

ଦଳକୁ ଚାମ୍ପିୟନ କରାଇଥିଲେ ମଧ୍ୟ ରୋହିତ ଶର୍ମାଙ୍କ ରହିଗଲା ଗୋଟିଏ ଦୁଃଖ

ଆଇପିଏଲ୍‌ ୨୦୨୦ ଜିତି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଦଳଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହାକୁ ମିଶାଇ ମୋଟ ୫ ଥର ଚାମ୍ପିୟନ ହୋଇଛି। ପ୍ରଥମେ ବ୍ୟାଟିଂ...

‘ଆମକୁ ବାଟ ଖୋଜିବାକୁ ପଡ଼ିବ’

ମୁମ୍ବାଇ,୪।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସିଜନ ଆରମ୍ଭରୁ ଲଗାତାର ୩ ପରାଜୟ ବରଣ କରିଛି। ତୃତୀୟ ମ୍ୟାଚ୍‌ରେ...

Advertisement
Archives

Model This Week