Posted inଖେଳ

ପ୍ରଥମ ଟେଷ୍ଟ: ଇନିଂସ ବିଜୟର ଦ୍ୱାରଦେଶରେ ନ୍ୟୁଜିଲାଣ୍ଡ

ହାମିଲଟନ,୬।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଇନିଂସ ବିଜୟର ଦ୍ୱାରାଦେଶରେ ପହଞ୍ଚିଛି। ତେବେ ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜର ଦୁଇ ବ୍ୟାଟ୍ସମ୍ୟାନ ଜର୍ମେନ ବ୍ଲାକଉଡ୍‌ ଓ ଅଲଜାରି ଜୋଶେଫ୍‌ ଲଢୁଆ ବ୍ୟାଟିଂ କରି ନ୍ୟୁଜିଲାଣ୍ଡର ବିଜୟକୁ ବିଳମ୍ବିତ କରିଛନ୍ତି।
ଟସ୍‌ଜିତି ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୧୪୫ ଓଭର ଖେଳି ୫୧୯/୭ରେ ଇନିଂସ ଘୋଷଣା କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୬୪ ଓଭରରେ ମାତ୍ର ୧୩୮ ରନକରି ଅଲଆଉଟ ହେବା ସହ ୩୮୧ ରନ ପଛରେ ପଡିଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ଫଲୋଅନ ହୋଇଥିଲା ଓ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶନିବାର ତୃତୀୟ ଦିବସ ଖେଳ ଶେଷସୁଦ୍ଧା ୪୨ ଓଭରରେ ୬ ଉଇକେଟ ହରାଇ ୧୯୬ ରନ ସଂଗ୍ରହ କରିଛି। ଏବେ ଓ୍ବେଷ୍ଟଇଣ୍ଡିଜ୍‌ ୪ ଉଇକେଟ ହାତରେ ରଖି ୧୮୫ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ବ୍ଲାକଉଡ୍‌ ୮୦ ଓ ଜୋଶେଫ୍‌ ୫୯ ରନକରି ଅପରାଜିତ ରହିଛନ୍ତି। ସପ୍ତମ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଅପରାଜିତ ୧୦୭ ରନର ପାର୍ଟନରଶିପ୍‌ କରି ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରାଶ କରିଛନ୍ତି। ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଓପନର କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌ ୧୦, ଡାରେନ ବ୍ରାଭୋ ୧୨ ଓ ଅନ୍ୟମନେ ଦୁଇଅଙ୍କ ଛୁଇଁପାରି ନାହାନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡର ନିଲ ଓ୍ବାଗନର ୨, ଟିମ ସୌଦି, ଟ୍ରେଣ୍ଟ ବୋଲ୍ଟ, କାଏଲ ଜେମିସନ ଓ ଡାରିଲ ମିଚେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଶନିବାର ସକାଳୁ ଓ୍ବେଷ୍ଟଇଣ୍ଡିଜ ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୪୯/୦ରୁ ଖେଳ ଆରମ୍ଭ କରି ଅଲଆଉଟ ହୋଇଥିଲା। ଦଳ ତରଫରୁ ଓପନର ଜନ କ୍ୟାମ୍ପବେଲ ୨୬, ଅଧିନାୟକ ଜାସନ ହୋଲ୍ଡର ଅପରାଜିତ ୨୫, ଜର୍ମେନ୍‌ ବ୍ଲାକ୍‌ଉଡ୍‌ ୨୩, ବ୍ରାଥଓ୍ବେଟ୍‌ ୨୧, ରୋଷ୍ଟନ ଚେଜ୍‌ ୧୧ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ନ୍ୟୁଜିଲାଣ୍ଡ ତରଫରୁ ବୋଲିଂରେ ସୌଦି ସର୍ବାଧିକ ୪, ଜେମିସନ ଓ ଓ୍ବାଗନର ୨ଟି ଲେଖାଏ, ବୋଲ୍ଟ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୪୫ ଓଭରରେ ୫୧୯/୭ (ଇନିଂସ ଘୋଷଣା)
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୬୪ ଓଭରରେ ୧୩୮ ଅଲଆଉଟ(କ୍ୟାମ୍ପବେଲ- ୨୬, ହୋଲ୍ଡର- ୨୫*, ବ୍ଲାକଉଡ୍‌- ୨୩, ବ୍ରାଥଓ୍ବେଟ୍‌- ୨୧, ସୌଦି- ୪/ ୩୫, ଜେମିଶନ- ୨/୨୫, ଓ୍ବାଗନର- ୨/୨୫)।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ (ଫଲୋଅନ): ୪୨ ଓଭରରେ ୧୯୬/୬ (ବ୍ଲାକଉଡ- ୮୦*, ଜୋଶେଫ୍‌- ୫୯*, ଓ୍ବାଗନର- ୨/୬୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମୀ ବଢ଼ିବା ସହ ବଡ଼ ଟୁର୍ନାମେଣ୍ଟମାନ ଆୟୋଜନ ହେଉଛି। ଏହାର ପୁରସ୍କାର ମଧ୍ୟ ରାଜ୍ୟକୁ ମିଳିବାରେ ଲାଗିଛି। କ୍ରୀଡ଼ା...

୧୨୭ କିଲୋ ଓଜନର କ୍ରିକେଟ୍‌ର ଏକ କ୍ୟାଚ୍‌ ଧରି ରାତାରାତି ପାଲଟିଥିଲେ ସୁପର୍‌ଷ୍ଟାର୍‌

୨୦୦୭ ଦିନିକିଆ ବିଶ୍ୱକପ ଭାରତୀୟ ଦଳ ପାଇଁ ଏକ ଦୁଃସ୍ବପ୍ନଠାରୁ କମ ନୁହେଁ। ଦଳ ପ୍ରଥମ ରାଉଣ୍ଡରୁ ବାହାରେ ଥିଲା। ତେବେ ଏହି ବିଶ୍ୱକପରେ ବରମୁଣ୍ଡାର...

ଚୌକା-ଛକା ବର୍ଷା କଲେ ଧୋନୀ

ଚେନ୍ନାଇ,୫।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ତମ ସିଜନ ଅର୍ଥାତ୍‌ ଆଇପିଏଲ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ...

ସାଇ ଟ୍ରାଏଲ୍ସରେ ଭାଗନେବାକୁ ମନାକଲେ ଶ୍ରୀନିବାସ

ନୂଆଦିଲ୍ଲୀ, ୧୭।୨ (ପି.ଟି.)- ଚର୍ଚ୍ଚାରେ ରହିଥିବା କର୍ନାଟକର ପାରମ୍ପରିକ କମ୍ବାଲ ରେସ୍‌ର ଶ୍ରୀନିବାସ ଗୌଡ଼ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଟ୍ରାଏଲ୍ସ ଦେବାକୁ ମନା କରିଦେଇଛନ୍ତି। ନିକଟରେ...

ରେକର୍ଡ ଅପେକ୍ଷାରେ

୩ଟି ଫର୍ମାଟରେ ୧୦୦ ଲେଖାଏ ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ଏକ ବିରଳ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଭାରତ ବିପକ୍ଷ...

ନେହେରା ବାଛିଲେ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସକୁ ଡେବ୍ୟୁ ସିଜନରେ ଆଇପିଏଲ୍‌ ଚାମ୍ପିୟନ କରିିଥିବା ମୁଖ୍ୟ କୋଚ୍‌ ତଥା ଭାରତର ପୂର୍ବ ଦ୍ରୁତ ବୋଲର୍‌ ଆଶୀଷ...

ଭାରତ-ଇଂଲଣ୍ଡ ଫାଇନାଲ ଆଜି

ପୋଶ୍ଚେଫଷ୍ଟ୍ରୁମ୍‌, ୨୯ା୧: ଚଳିତ ୧୯ ବର୍ଷରୁ କମ୍‌ ମହିଳା ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ।...

ସେହ୍ବାଗଙ୍କୁ ପଛରେ ଛାଡ଼ିଲେ ପନ୍ତ

ଶାରଜା,୨୮।୯: କେକେଆର୍‌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୩୯ ରନ୍‌ର ଇନିଂସ ଖେଳିବା ଅବସରରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର...

Advertisement
Archives

Model This Week