Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ କ୍ଷୀରସାଗର ଭୋଗ କରିଥିଲି: ଅମିୟବାଳା ପରିଡ଼ା

ବାପା ଯେହେତୁ ସେକ୍ରେଟାରିଏଟ୍‌ରେ ଚାକିରି କରୁଥିଲେ, ତେଣୁ ମୋ ଜନ୍ମ ଆଉ ପାଠପଢ଼ା ସବୁକିଛି ଭୁବନେଶ୍ୱରରେ ହୋଇଥିଲା। ୟୁନିଟ୍‌-୯ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ବାପାଙ୍କର ନୟାଗଡ଼ ବଦଳି ହେବାରୁ ସେଠାରେ ଯୁକ୍ତ ୨ ପଢ଼ିଥିଲି। ତା’ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରୁ ଏଜୁକେଶନ୍‌ ଅନର୍ସ ରଖି ଯୁକ୍ତ ୩ରେ ଟପ୍ପର ହେବା ପରେ ରେଭେନ୍‌ଶାରେ ପି.ଜି. କଲି। ସ୍ବପ୍ନ ଥିଲା ଅଧ୍ୟାପିକା ହେବାର। ସେଥିପାଇଁ ନିଜସ୍ବ ଚେଷ୍ଟାରେ ବିଭିନ୍ନ ବେସରକାରୀ କଲେଜରେ ଅଧ୍ୟାପନା କଲି, ସେ ପୁଣି ବିନା ପାରିଶ୍ରମିକରେ। ତେବେ ବିଧିବଦ୍ଧ ଭାବେ ୧୯୯୨ରେ ମୋର ପୋଷ୍ଟିଂ କାକଟପୁର ମହିଳା ମହାବିଦ୍ୟାଳୟରେ ହେଲା। ସେତେବେଳେ ଏହି କଲେଜଟି ମ୍ୟାନେଜ୍‌ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ୭୦୦ ଟଙ୍କା ଦରମା ପାଉଛି ବୋଲି କେବଳ ଖାତାରେ ସାଇନ୍‌ କରୁଥିଲି ହେଲେ ମୋ ହାତକୁ କିଛି ଆସୁ ନ ଥିଲା। କାରଣ ମୁଁ କଲେଜ ହଷ୍ଟେଲ୍‌ରେ ରହୁଥିଲି। ମୋର ରହିବା, ଖାଇବା ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦ କଲେଜ ମୋ ଦରମା ଟଙ୍କାକୁ ସିଆଡୁ କାଟି ନେଉଥିଲା। ତା’ଛଡ଼ା ମୋ ହାତଖର୍ଚ୍ଚ ପାଇଁ ବାପା ଟଙ୍କା ପଠାଉଥିବାରୁ ଦରମା ପ୍ରତି ମୋର ସେତେ ଉତ୍କଣ୍ଠା ବି ନ ଥିଲା। ୨୦୦୦ ମସିହାରେ ମୋ ବାହାଘର ହେଲା। ଶାଶୁଘର ଯାଜପୁର ହୋଇଥିବାରୁ ଚାକିରି କରିବି ନା ଛାଡ଼ିବି ଦ୍ୱନ୍ଦ୍ୱରେ ଥାଏ। ହେଲେ ମୋ ସ୍ବାମୀଙ୍କ ପ୍ରେରଣା ଓ ସହଯୋଗ ଯୋଗୁ ପୁଣି ଚାକିରି କଲି। ଏମିତିରେ ୨୦୦୯ରେ ଗୋଟେ ଖୁସି ଖବର ଆସିଲା। ଆମ କଲେଜ ସରକାରୀ ଅନୁଦାନ ପରିସରଭୁକ୍ତ ହେଲା। ମନେମନେ ଅନେକ ସ୍ବପ୍ନ ଦେଖିଥିଲି, ଯେତେବେଳେ ମତେ ମୋର ଦରମା ମିଳିବ ମୁଁ ପ୍ରଥମେ ଆଣି ମୋ ସ୍ବାମୀଙ୍କ ହାତରେ ଦେବି। କାରଣ ମୋର ସଫଳତା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଆଉ ଜିଦ୍‌ ଥିଲା। ହେଲେ ମୋର ସେ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା। କାରଣ ମୋ ହାତରେ ମୋ ପ୍ରଥମ ଦରମାକୁ ଦେଖି ସେ କିଛି ଅନୁଭବ କରିପାରୁ ନ ଥିଲେ କି କିଛି କହିପାରୁ ନ ଥିଲେ। ଦୁର୍ଭାଗ୍ୟବଶତଃ ମସ୍ତିଷ୍କ ଆଘାତଜନିତ ଦୁର୍ଘଟଣା ଯୋଗୁ ସେ ନିଜର ମାନସିକ ଭାରସାମ୍ୟ ହରାଇ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଯାଇଥିଲେ। ତେଣୁ ଖୁସି ହେବି କି ଦୁଃଖ କରିବି ଜାଣିପାରୁ ନ ଥିଲି। କିଛି ଶୂନ୍ୟତା ଆଉ କିଛି ପୂର୍ଣ୍ଣତା ଏଇ ଭିତରେ ସମସ୍ତଙ୍କ ଅଲକ୍ଷରେ ମୋ ଆଖିରୁ ଖାଲି ଲୁହ ବୋହୁଥିଲା। ତଥାପି ମୋ ପରିବାରର ଏପରି ଦୁର୍ଦ୍ଦିନ ସମୟରେ ମୋର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲି। ଉଭୟ ମୋ ପୁଅ ଓ ତା’ ବାବା ଖୁବ୍‌ ଭଲ ପାଉଥିଲେ କ୍ଷୀରସାଗର ଖାଇବାକୁ। ତେଣୁ ପ୍ରଥମ ଦରମାରେ ଘରକୁ କ୍ଷୀରସାଗର କିଣିକି ଆଣିଥିଲି। ଠାକୁରଙ୍କୁ ଭୋଗ ଦେଇ ନିଜ ହାତରେ ତାଙ୍କୁ ଖୁଆଇ ଦେଇଥିଲି। କିଛି କହିପାରୁ ନ ଥିଲେ ବି ସେ ବହୁତ ଖୁସି ଜଣାପଡୁଥିଲେ। ତା’ପରଠୁ ମୋର ପ୍ରତ୍ୟେକ ମାସର ଦରମା ତାଙ୍କର ଚିକିତ୍ସାରେ, ପୁଅର ପାଠପଢ଼ା ତଥା ସମାଜ ସେବାରେ ହିଁ ଖର୍ଚ୍ଚ ହୋଇଯାଉଥିଲା। ଏସବୁ ପରେ ବି ଭଗବାନଙ୍କର ନିର୍ଦ୍ଦେଶ ଥିଲା କିଛି ଅଲଗା। ଗୋଟିଏ ବର୍ଷ ଭିତରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇ ମୋର ଏକମାତ୍ର ପୁଅ ଗିରିଜା ଶଙ୍କର ଓ ତାକୁ ଝୁରି ଝୁରି ଶଯ୍ୟାଶାୟୀ ତା’ ବାବା ଚଣ୍ଡୀପ୍ରସାଦ ଚାଲିଗଲେ ଆରପାରିକୁ। ଆଉ ଛାଡ଼ିଦେଇ ଗଲେ ମୋତେ ସାରା ଦୁନିଆର ଅସହାୟ ସନ୍ତାନମାନଙ୍କର ମାଆ କରି। ସେଥିପାଇଁ ନିଜକୁ ପୁଣି ଦୃଢ଼ କଲି। ଆଉ ସେମାନଙ୍କ ସ୍ବପ୍ନକୁ ପୂରଣ କରିବାକୁ ‘ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ’ ଓ ‘ମାଷ୍ଟର ଗିରିଜା ମେମୋରିଆଲ୍‌ ରୋଡ଼ସେଫ୍ଟି ଫାଉଣ୍ଡେଶନ୍‌ ଟ୍ରଷ୍ଟ’ ଗଢି ଗୋଟିଏ ସନ୍ତାନ ବଦଳରେ ଅନେକ ସନ୍ତାନଙ୍କ ମୁହଁରେ ହସ ଖେଳାଇବା ପାଇଁ ମୋର ଚେଷ୍ଟା ଜାରି ରଖିଛି ଏବଂ ମୋର ସମ୍ପୂର୍ଣ୍ଣ ରୋଜଗାର ସେମାନଙ୍କ ପାଇଁ ହିଁ ସମର୍ପିତ କରିଦେଉଛି। ମୋର ଜନ୍ମ ଆଉ ମୋର କର୍ମ ସବୁକିଛି ସମାଜ ପାଇଁ ଉଦ୍ଦିଷ୍ଟ, ବୋଧହୁଏ ଭଗବାନଙ୍କର ଏହା ହିଁ ନିର୍ଦ୍ଦେଶ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri