Posted inଫୁରସତ

ରୋଜଗାର ଟଙ୍କାରେ କୁଣିଆ ଚର୍ଚ୍ଚା ହୋଇଥିଲା: ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର ଗାଁରେ ମୋ ଜନ୍ମ। ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌. କଲେଜରେ ଯୁକ୍ତ ୨ ଓ ଯୁକ୍ତ ୩ ପଢ଼ିଥିଲି। ତା’ପରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ଏମ୍‌.ଏ. ପାସ୍‌ କରି ବି.ଇଡି କଲି। ବି.ଇଡି ପାସ୍‌ କରିବା ପରେ ମୋତେ ଏକ ବିଦ୍ୟାଳୟରେ ଶିକ୍ଷକ ଚାକିରି ମିଳିଲା। କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ଗଲେ ବାଟରେ ଲିଆଖିଆ ଟୋଲ୍‌ଗେଟ୍‌ ପାଖରେ ପଡେ ପ୍ରସିଦ୍ଧ ବାଲି କପିଳେଶ୍ୱର ପୀଠ। ସେହିଠାରେ ନୂଆକରି ଏକ ବିଦ୍ୟାଳୟ ଖୋଲିଥାଏ, ଯାହାର ନାଁ ଥିଲା ଶ୍ରୀ ବାଲି କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ। ସେଠି ମୋର ଜଣେ ସାଙ୍ଗ ଥିଲେ। ତାଙ୍କରି ସହାୟତାରେ ମୁଁ ସେଠି ଶିକ୍ଷକତା କରିବାକୁ ଲାଗିଲି। ସେତେବେଳେ ବିଦ୍ୟାଳୟଟି ସରକାରୀ ମାନ୍ୟତା ପାଇ ନ ଥିଲା। ତେଣୁ ଦରମା ବି ନ ଥିଲା। ଯୁବ ବୟସ ସାଙ୍ଗକୁ ପିଲାଙ୍କୁ ପଢ଼େଇବାର ଝୁଙ୍କ୍‌ ନେଇ ମୁଁ ସେଠାରେ ସେମିତି କାମ କରି ଚାଲିଥାଏ। ଟଙ୍କା ପଇସାକୁ ଲୋଭ ନ ରଖି ପ୍ରାୟ ୫ ବର୍ଷ ସେଠି କାମ କଲି। କେବଳ ପେଟକୁ ଗଣ୍ଡେ ଖାଇବାକୁ ମିଳୁଥିଲା ବୋଲି ଚଳି ଯାଉଥିଲି। ଏମିତିରେ ଥରେ ଗାଁକୁ ବୁଲିଯିବାକୁ ଇଚ୍ଛା ହେବାରୁ ମ୍ୟାନେଜ୍‌ମେଣ୍ଟକୁ ଜଣାଇଲି। ସ୍କୁଲ୍‌ ସେକ୍ରେଟାରି ମୋ ହାତରେ ଦୁଇଶହ ପଚାଶ ଟଙ୍କା ଧରେଇଦେଲେ; ଯାହାକୁ ନେଇ ବାପାଙ୍କ ହାତରେ ଦେଲି। ସେତେବେଳେ ଘରେ ମୋ ବାହାଘରକୁ ନେଇ ଦେଖାଚାହଁା ଚାଲିଥାଏ। ଆଉ ସେହି କୁଣିଆ ଚର୍ଚ୍ଚାରେ ମୋର ଏହି ଟଙ୍କାଟି ଖର୍ଚ୍ଚ ହୋଇଥିବା କଥା ପରେ ଜାଣିବାକୁ ପାଇଲି। କିଛିଦିନ ପରେ ମୋ ବାହାଘର ହେଲା। ଆଉ ତା’ସହିତ ମୋତେ ସରକାରୀ ଶିକ୍ଷକ ଚାକିରି ବି ମିଳିଲା। ଶହୀଦନଗର ଉଚ୍ଚବିଦ୍ୟାଳୟରେ ହେଲା ମୋର ପୋଷ୍ଟିଂ, ଯେଉଁଠାରେ ଏବେ ବି ମୁଁ କାର୍ଯ୍ୟରତ। ଅବଶ୍ୟ ଏହି ସମୟ ଭିତରେ ମୁଁ ଓଡ଼ିଆରେ ଏମ୍‌.ଏ. କରିବା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଶିଶୁ ସାହିତ୍ୟରେ ପି.ଏଚ୍‌ଡି ବି ସାରିଛି। ତା’ସହିତ ଶିଶୁ ସାହିତ୍ୟ ଉପରେ ଅନେକ ଗପ ଓ କବିତା ଲେଖିବା ସହିତ ବହୁ ପୁସ୍ତକ ବି ରଚନା କରିଛି। ଯେମିତିକି ୩ଟି ଶିଶୁ କବିତା ସଂକଳନ, ୨୭ଟି ଶିଶୁ ଗଳ୍ପ ଓ ଉପନ୍ୟାସ ପୁସ୍ତକ, ୩ଟି ଭ୍ରମଣ କାହାଣୀ ପୁସ୍ତକ, ସାଧାରଣଜ୍ଞାନ ସମ୍ବନ୍ଧୀୟ ୨୯ଟି ପୁସ୍ତକ, ୧୨ଟି ପିଲାଙ୍କ କୁଇଜ୍‌ ପୁସ୍ତକ ଏବଂ ପିଲାଙ୍କ ଭିତରେ ବିଜ୍ଞାନ ସମ୍ପର୍କିତ ଜ୍ଞାନ ବୃଦ୍ଧି ପାଇଁ ୧୯ଟି ଶିଶୁ ବିଜ୍ଞାନ ପୁସ୍ତକ ମୋର ୟା’ ଭିତରେ ପ୍ରକାଶିତ ହୋଇସାରିଛି। ସେହିପରି ବିଭିନ୍ନ ରାଜ୍ୟ ତଥା ଦେଶର କିଛି ଲୁକ୍କାୟିତ ଲୋକକଥାକୁ ନେଇ ୧୧ଟି ଲୋକକଥା ପୁସ୍ତକ ତଥା ବିଭିନ୍ନ କ୍ଷେତ୍ରରେ ନାଁ କମାଇଥିବା ଓଡ଼ିଶାର ଏବଂ ଭାରତର କେତେଜଣ ବରପୁତ୍ରଙ୍କର ଜୀବନୀକୁ ନେଇ ମଧ୍ୟ ଅନେକ ପୁସ୍ତକ ଲେଖି ବହୁ ପାଠକୀୟ ପ୍ରଶଂସା ବି ପାଇସାରିଛି। ଏଥିସହିତ ପ୍ରାୟ ୧୭ଟି ଅନୁବାଦକ ପୁସ୍ତକ ବି ମୋର ପ୍ରକାଶିତ ହୋଇଛି। ଏସବୁବ୍ୟତୀତ ଟୁଉକୁମୂଷି, ଶିଶୁସାହିତ୍ୟ ସମାଚାର, ସୁମନ ଭଳି ଶିଶୁ ପତ୍ରିକାର ସମ୍ପାଦନା କ୍ଷେତ୍ରରେ କାମ କରିବାର ସୌଭାଗ୍ୟ ବି ମୁଁ ଲଭିଛି। ସେହିପରି ପାଠ୍ୟପୁସ୍ତକ ପ୍ରଣୟନରେ ମୋର କିଛିଟା ସହଭାଗିତା ରହିଥିବାରୁ ଖୁବ୍‌ ଆତ୍ମଶାନ୍ତି ବି ପାଇଛି। ପିଲାମାନଙ୍କୁ ମୁଁ ଖୁବ୍‌ ଭଲପାଏ, ତେଣୁ ଶିକ୍ଷା ହେଉ ଅବା ଶିଶୁଲେଖା ମାଧ୍ୟମରେ ସେମାନଙ୍କ ଭବିଷ୍ୟତକୁ ସୁନ୍ଦର କରିବାର ଯେଉଁ ଦାୟିତ୍ୱ ମୋତେ ଭଗବାନ୍‌ ଦେଇଛନ୍ତି, ମୃତ୍ୟୁ ପର୍ଯ୍ୟନ୍ତ ତାହାକୁ ସୁଚାରୁରୂପେ ତୁଲାଇବାକୁ ନିଜର ଚେଷ୍ଟା ସେମିତି ଜାରି ରଖିବି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri