Posted inଫୁରସତ

ଟ୍ୟୁଶନରୁ ହୋଇଥିଲା ମୋର ପ୍ରଥମ ରୋଜଗାର: କୁଳମଣି ମଲ୍ଲିକ

ନୟାଗଡ଼ ଜିଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ଟିକିରିପଡ଼ା ଶାସନରେ ମୋ ଜନ୍ମ। ଗୋପୀନାଥଦେବ ବିଦ୍ୟାପୀଠରୁ ମାଟ୍ରିକ୍‌ ପାସ୍‌ କରି ଆଞ୍ଚଳିକ ବାଲୁଙ୍କେଶ୍ୱର ଦେବ ଡିଗ୍ରୀ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି (ଅର୍ଥନୀତି ସମ୍ମାନ)ପଢ଼ିଥିଲି। ତେବେ ଘରର ଦୁର୍ବଳ ଆର୍ଥିକାବସ୍ଥାକୁ ଦେଖି ମାଟ୍ରିକ୍‌ ପଢ଼ିବାବେଳୁ ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କରି ଦେଇଥିଲି। ସେଥିରୁ ମାସକୁ ଦୁଇଶହ/ ତିନିଶହ ଟଙ୍କା ରୋଜଗାର ହୋଇଯାଉଥିଲା। ସେହି ଟଙ୍କାରେ ନିଜ ପଢ଼ା ଖର୍ଚ୍ଚ ଉଠାଇବା ସହ ଯଦି କିଛି ବଳୁଥିଲା ତା’ହେଲେ ସେଥିରେ ସାନ ଭାଇଭଉଣୀଙ୍କ ପାଇଁ ଖାତା କି ପେନ୍‌ କିଣି ଦେଉଥିଲି। ଆମ ୫ ଭାଇଭଉଣୀ ଭିତରେ ମୁଁ ଥିଲି ସବୁଠୁ ବଡ଼। ବାପା ଚାଷ କରୁଥିଲେ। ତେଣୁ ସକାଳ ସମୟରେ ବିଲକୁ ଯାଇ ବାପାଙ୍କୁ କାମରେ ସାହାଯ୍ୟ ବି କରୁଥିଲି। ଏମିତିରେ ଯୁକ୍ତ ତିନି ପଢ଼ା ସରିବା ପରେ ମୋର ନେହେରୁ ଯୁବକେନ୍ଦ୍ର ସଂଗଠନରେ ଚାକିରି ହୋଇଗଲା। ଏହି ଚାକିରି ପାଇବା ପଛରେ ମୋର ଜଣେ ସମ୍ପର୍କୀୟ ଦାଦା ବ୍ରଜବନ୍ଧୁ ପ୍ରଧାନଙ୍କର ମୁଖ୍ୟ ଭୂମିକା ଥିଲା। କାରଣ ସିଏ ଦିଲ୍ଲୀରେ ଓଡ଼ିଶା ଭବନରେ ଚାକିରି କରୁଥିଲେ। ଆଉ ସେହି ଭବନକୁ ମଝିରେ ମଝିରେ ନେହେରୁ ଯୁବକେନ୍ଦ୍ର ସଂଗଠନର ଜୋନାଲ୍‌ ଡାଇରେକ୍ଟର ବୁଲି ଆସୁଥିଲେ। ଦାଦା ତାଙ୍କୁ ମୋ ଶିକ୍ଷାଗତ ଯୋଗ୍ୟତା ଅନୁସାରେ କିଛି ଗୋଟେ ଚାକିରି ଦେବା ପାଇଁ ସୁପାରିସ କରିଥିଲେ। ଦାଦାଙ୍କ କଥା ରଖି ତାଙ୍କର ଏକ ଭିଜିଟିଂ କାର୍ଡ ଦାଦାଙ୍କ ହାତରେ ଦେଇଥିଲେ ମୋତେ ଦେବାକୁ, ଆଉ କହିଥିଲେ ତାଙ୍କୁ କହିବ ଆସି ମୋତେ ଦେଖାକରିବାକୁ। ଭିଜିଟିଂ କାର୍ଡ ପାଇ ମୁଁ ଯେବେ ଗଲି ଦେଖା କରିବାକୁ ସିଏ କହିଲେ ଏବେ ତ ମାତ୍ର ୧୩ଟି ଜିଲାରେ ଆମର ଶାଖା ଅଛି, ହେଲେ କେଉଁଠି ବି କିଛି ଖାଲି ପଦବୀ ନାହିଁ। ଆସନ୍ତା ବର୍ଷକୁ କଟକରେ ନୂଆ ଏକ ଶାଖା ଖୋଲିବାର ଅଛି, ସେତିକି ବେଳେ ତୁମେ ଆସି ଇଣ୍ଟରଭ୍ୟୁ ଦେବ। ସେୟା ହିଁ ହେଲା। କଟକରେ ଶାଖା ଖୋଲିବା ପରେ ଇଣ୍ଟରଭ୍ୟୁ ଦେଲି ଆଉ ସିଲେକ୍ଟ ହୋଇ ନଭେମ୍ବର ୧୩, ୧୯୯୨ରେ ଏମ୍‌.ଟି.ଏସ୍‌. (ମଲ୍ଟି ଟାସ୍କ ସର୍ଭିସ୍‌) ପୋଷ୍ଟରେ ଯୋଗ ଦେଇଥିଲି। ସେତେବେଳେ ମାତ୍ର ସାତ ଶହ ଟଙ୍କା ଥିଲା ମୋ ଦରମା। ସେଥିରୁ କିଛି ନିଜ ଖର୍ଚ୍ଚ ପାଇଁ ରଖି ବାକି ଟଙ୍କା ଘରକୁ ପଠାଇ ଦେଉଥିଲି। ତେବେ ମାତ୍ର ଦୁଇବର୍ଷ କଟକରେ କାମ କରିବା ପରେ ଖୋର୍ଦ୍ଧା ଶାଖାକୁ ମୋର ବଦଳି ହୋଇଗଲା; ଯେଉଁଠାରେ ଏବେ ବି ସେହି ଏମ୍‌.ଟି.ଏସ୍‌. ପୋଷ୍ଟରେ ମୁଁ କାମ କରୁଅଛି। ଅବଶ୍ୟ ୟା’ଭିତରେ ମୁଁ ସେହି ନେହେରୁ ଯୁବକେନ୍ଦ୍ର ସଂଗଠନର ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ଦୁଇ ଥର ପ୍ରମୋଶନ ପରୀକ୍ଷା ଦେଇସାରିଲିଣି। ଥରେ ୨୦୧୫ରେ ଦେଇଥିଲି; ଯେଉଁଥିରେ ଲିଖିତ ପରୀକ୍ଷାରେ ପାସ୍‌ କରିଥିଲେ ହେଁ ଟାଇପ୍‌ ଟେଷ୍ଟରେ କଟିଯାଇଥିଲି। ପୁନର୍ବାର ଗତ ୨୦୨୦ରେ ପରୀକ୍ଷା ଦେଇଛି; ଯାହାର ରେଜଲ୍ଟ ଏଯାଏ ବାହାରି ନାହିଁ। ତେଣୁ ଫଳାଫଳକୁ ଅପେକ୍ଷା କରି ରହିଛି। ତେବେ ଚାକିରି କ୍ଷେତ୍ର ବ୍ୟତୀତ ମୋ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ସମାଜମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିଛି। ଯେମିତି କି ଗଛ ଲଗାଇବା, ମାଗଣାରେ ରକ୍ତଦାନ କରିବା, ଆବଶ୍ୟକ ପଡ଼ିଲେ ଅସହାୟ ଲୋକଙ୍କୁ ନେଇ ମାଗଣାରେ ଡାକ୍ତରଖାନାରେ ଚିକିତ୍ସା କରାଇବା ଓ ଖାଦ୍ୟ ଯୋଗାଇ ଦେବା, ପରିବେଶକୁ ସଫା ସୁତୁରା ରଖିବା ପାଇଁ ସଫେଇ କାମ କରିବା ଇତ୍ୟାଦି କାର୍ଯ୍ୟ କରି ଖୁବ୍‌ ଆତ୍ମଶାନ୍ତି ଲଭି ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri