Posted inଫୁରସତ

ଟ୍ୟୁଶନରୁ ହୋଇଥିଲା ମୋର ପ୍ରଥମ ରୋଜଗାର: କୁଳମଣି ମଲ୍ଲିକ

ନୟାଗଡ଼ ଜିଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ଟିକିରିପଡ଼ା ଶାସନରେ ମୋ ଜନ୍ମ। ଗୋପୀନାଥଦେବ ବିଦ୍ୟାପୀଠରୁ ମାଟ୍ରିକ୍‌ ପାସ୍‌ କରି ଆଞ୍ଚଳିକ ବାଲୁଙ୍କେଶ୍ୱର ଦେବ ଡିଗ୍ରୀ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି (ଅର୍ଥନୀତି ସମ୍ମାନ)ପଢ଼ିଥିଲି। ତେବେ ଘରର ଦୁର୍ବଳ ଆର୍ଥିକାବସ୍ଥାକୁ ଦେଖି ମାଟ୍ରିକ୍‌ ପଢ଼ିବାବେଳୁ ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କରି ଦେଇଥିଲି। ସେଥିରୁ ମାସକୁ ଦୁଇଶହ/ ତିନିଶହ ଟଙ୍କା ରୋଜଗାର ହୋଇଯାଉଥିଲା। ସେହି ଟଙ୍କାରେ ନିଜ ପଢ଼ା ଖର୍ଚ୍ଚ ଉଠାଇବା ସହ ଯଦି କିଛି ବଳୁଥିଲା ତା’ହେଲେ ସେଥିରେ ସାନ ଭାଇଭଉଣୀଙ୍କ ପାଇଁ ଖାତା କି ପେନ୍‌ କିଣି ଦେଉଥିଲି। ଆମ ୫ ଭାଇଭଉଣୀ ଭିତରେ ମୁଁ ଥିଲି ସବୁଠୁ ବଡ଼। ବାପା ଚାଷ କରୁଥିଲେ। ତେଣୁ ସକାଳ ସମୟରେ ବିଲକୁ ଯାଇ ବାପାଙ୍କୁ କାମରେ ସାହାଯ୍ୟ ବି କରୁଥିଲି। ଏମିତିରେ ଯୁକ୍ତ ତିନି ପଢ଼ା ସରିବା ପରେ ମୋର ନେହେରୁ ଯୁବକେନ୍ଦ୍ର ସଂଗଠନରେ ଚାକିରି ହୋଇଗଲା। ଏହି ଚାକିରି ପାଇବା ପଛରେ ମୋର ଜଣେ ସମ୍ପର୍କୀୟ ଦାଦା ବ୍ରଜବନ୍ଧୁ ପ୍ରଧାନଙ୍କର ମୁଖ୍ୟ ଭୂମିକା ଥିଲା। କାରଣ ସିଏ ଦିଲ୍ଲୀରେ ଓଡ଼ିଶା ଭବନରେ ଚାକିରି କରୁଥିଲେ। ଆଉ ସେହି ଭବନକୁ ମଝିରେ ମଝିରେ ନେହେରୁ ଯୁବକେନ୍ଦ୍ର ସଂଗଠନର ଜୋନାଲ୍‌ ଡାଇରେକ୍ଟର ବୁଲି ଆସୁଥିଲେ। ଦାଦା ତାଙ୍କୁ ମୋ ଶିକ୍ଷାଗତ ଯୋଗ୍ୟତା ଅନୁସାରେ କିଛି ଗୋଟେ ଚାକିରି ଦେବା ପାଇଁ ସୁପାରିସ କରିଥିଲେ। ଦାଦାଙ୍କ କଥା ରଖି ତାଙ୍କର ଏକ ଭିଜିଟିଂ କାର୍ଡ ଦାଦାଙ୍କ ହାତରେ ଦେଇଥିଲେ ମୋତେ ଦେବାକୁ, ଆଉ କହିଥିଲେ ତାଙ୍କୁ କହିବ ଆସି ମୋତେ ଦେଖାକରିବାକୁ। ଭିଜିଟିଂ କାର୍ଡ ପାଇ ମୁଁ ଯେବେ ଗଲି ଦେଖା କରିବାକୁ ସିଏ କହିଲେ ଏବେ ତ ମାତ୍ର ୧୩ଟି ଜିଲାରେ ଆମର ଶାଖା ଅଛି, ହେଲେ କେଉଁଠି ବି କିଛି ଖାଲି ପଦବୀ ନାହିଁ। ଆସନ୍ତା ବର୍ଷକୁ କଟକରେ ନୂଆ ଏକ ଶାଖା ଖୋଲିବାର ଅଛି, ସେତିକି ବେଳେ ତୁମେ ଆସି ଇଣ୍ଟରଭ୍ୟୁ ଦେବ। ସେୟା ହିଁ ହେଲା। କଟକରେ ଶାଖା ଖୋଲିବା ପରେ ଇଣ୍ଟରଭ୍ୟୁ ଦେଲି ଆଉ ସିଲେକ୍ଟ ହୋଇ ନଭେମ୍ବର ୧୩, ୧୯୯୨ରେ ଏମ୍‌.ଟି.ଏସ୍‌. (ମଲ୍ଟି ଟାସ୍କ ସର୍ଭିସ୍‌) ପୋଷ୍ଟରେ ଯୋଗ ଦେଇଥିଲି। ସେତେବେଳେ ମାତ୍ର ସାତ ଶହ ଟଙ୍କା ଥିଲା ମୋ ଦରମା। ସେଥିରୁ କିଛି ନିଜ ଖର୍ଚ୍ଚ ପାଇଁ ରଖି ବାକି ଟଙ୍କା ଘରକୁ ପଠାଇ ଦେଉଥିଲି। ତେବେ ମାତ୍ର ଦୁଇବର୍ଷ କଟକରେ କାମ କରିବା ପରେ ଖୋର୍ଦ୍ଧା ଶାଖାକୁ ମୋର ବଦଳି ହୋଇଗଲା; ଯେଉଁଠାରେ ଏବେ ବି ସେହି ଏମ୍‌.ଟି.ଏସ୍‌. ପୋଷ୍ଟରେ ମୁଁ କାମ କରୁଅଛି। ଅବଶ୍ୟ ୟା’ଭିତରେ ମୁଁ ସେହି ନେହେରୁ ଯୁବକେନ୍ଦ୍ର ସଂଗଠନର ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ଦୁଇ ଥର ପ୍ରମୋଶନ ପରୀକ୍ଷା ଦେଇସାରିଲିଣି। ଥରେ ୨୦୧୫ରେ ଦେଇଥିଲି; ଯେଉଁଥିରେ ଲିଖିତ ପରୀକ୍ଷାରେ ପାସ୍‌ କରିଥିଲେ ହେଁ ଟାଇପ୍‌ ଟେଷ୍ଟରେ କଟିଯାଇଥିଲି। ପୁନର୍ବାର ଗତ ୨୦୨୦ରେ ପରୀକ୍ଷା ଦେଇଛି; ଯାହାର ରେଜଲ୍ଟ ଏଯାଏ ବାହାରି ନାହିଁ। ତେଣୁ ଫଳାଫଳକୁ ଅପେକ୍ଷା କରି ରହିଛି। ତେବେ ଚାକିରି କ୍ଷେତ୍ର ବ୍ୟତୀତ ମୋ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ସମାଜମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିଛି। ଯେମିତି କି ଗଛ ଲଗାଇବା, ମାଗଣାରେ ରକ୍ତଦାନ କରିବା, ଆବଶ୍ୟକ ପଡ଼ିଲେ ଅସହାୟ ଲୋକଙ୍କୁ ନେଇ ମାଗଣାରେ ଡାକ୍ତରଖାନାରେ ଚିକିତ୍ସା କରାଇବା ଓ ଖାଦ୍ୟ ଯୋଗାଇ ଦେବା, ପରିବେଶକୁ ସଫା ସୁତୁରା ରଖିବା ପାଇଁ ସଫେଇ କାମ କରିବା ଇତ୍ୟାଦି କାର୍ଯ୍ୟ କରି ଖୁବ୍‌ ଆତ୍ମଶାନ୍ତି ଲଭି ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?