Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ୫ଟି ଶାଢି କିଣିଥିଲି: କିଶୋର ମହାନ୍ତି

କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ନରଦା ଗାଁରେ ମୋ ଜନ୍ମ। ଚୌଧୁରୀ ରାଧାନାଥ ବିଦ୍ୟାପୀଠରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ପ୍ରିୟୁନିଭର୍ସିଟି ପଢିଲି। କାରଣ ବାପା ସେଠାରେ ରେଳବାଇ ବିଭାଗରେ ଚାକିରି କରୁଥିଲେ। କିଛିଦିନ ପରେ ତାଙ୍କର ପୁରୀକୁ ବଦଳି ହେବାରୁ ଏସ୍‌.ସି.ଏସ୍‌. କଲେଜରୁ ଅର୍ଥନୀତି ସମ୍ମାନରେ ସ୍ନାତକ ଶିକ୍ଷା ସମାପ୍ତ କରି ରେଭେନ୍ସା କଲେଜରେ ଓଡ଼ିଆରେ ଏମ୍‌.ଏ. କରିବାକୁ ଆଡ୍‌ମିଶନ୍‌ ନେଲି। ଏମ୍‌.ଏ. ସରୁ ସରୁ ରାଧାନାଥ ଟ୍ରେନିଂ କଲେଜରେ ବିଇଡି କଲି। ତେବେ ଏମ୍‌.ଏ. ପଢ଼ିବା ସମୟରୁ ହିଁ ମୁଁ ଆକାଶବାଣୀ ସହ ସଂଶ୍ଲିଷ୍ଟ। ଯେହେତୁ କବିତା ଓ ଗୀତିକବିତା ଲେଖିବା ସହ ଡ୍ରାମାରେ ଅଭିନୟ କରିବାରେ ରୁଚି ଥିଲା, ତେଣୁ ଅଡିସନ୍‌ ଦେଇ ସେତେବେଳେ ଯୁବବାଣୀ ବିଭାଗରେ କବିତା ପାଠ ସହ ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନା କରିବାର ଦାୟିତ୍ୱ ନିଜ ହାତକୁ ନେଇଥିଲି। ଆଉ ସେ ବାବଦରେ ପ୍ରତି ମାସ ମୋତେ ୬୦ଟଙ୍କା ଲେଖାଏ ପାରିଶ୍ରମିକ ମିଳୁଥିଲା। ସେଥିରୁ କିଛି ହାତଖର୍ଚ୍ଚ ପାଇଁ ରଖି ବାକି ଟଙ୍କାରେ ବହି କିଣୁଥିଲି। ଏମିତି ଭାବେ ବେଶ୍‌ କିଛିଦିନ ବିତିବା ପରେ ଉତ୍କଳ ବିଦ୍ୟାପୀଠ, ଖଡଗପୁରରେ ଏକ ପୋଷ୍ଟ ବାହାରିଲା। ସେଠି ଯାଇ ସହକାରୀ ଶିକ୍ଷକ ଭାବେ ଜଏନ୍‌ କଲି। ଏଠାରୁ ମୋର ଚାକିରି ଜୀବନର ଯେଉଁ ପ୍ରଥମ ରୋଜଗାର ହେଲା, ସେଥିରେ ୫ ଖଣ୍ଡ ଶାଢି କିଣିଥିଲି। ଗୋଟେ ମୋ ବୋଉ ପାଇଁ, ଦୁଇଟି ମୋ ଦୁଇ ଭଉଣୀଙ୍କ ପାଇଁ ଏବଂ ଆଉ ଦୁଇଟି ମୋ ଦୁଇ ଖୁଡ଼ୀଙ୍କ ପାଇଁ। ତେବେ ସେଠାରେ ୨ ବର୍ଷ କାମ କରିବା ପରେ ଆକାଶବାଣୀ, ଜୟପୁରରେ ଆସିଷ୍ଟାଣ୍ଟ ପ୍ରଡ୍ୟୁସର୍‌ ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ ବାହାରିଲା। ଇଣ୍ଟରଭ୍ୟୁ ଦେଇ ସିଲେକ୍ଟ ହେବା ପରେ ୪ ବର୍ଷ ସେଠାରେ କାମ କରି କଟକକୁ ବଦଳି ହୋଇ ଆସିଲି। କଟକରେ ବେଶ୍‌ କିଛି ବର୍ଷ କାମ କରିବା ପରେ ୟୁ.ପି.ଏସ୍‌.ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜୋରନ୍ଦା, ଆକାଶବାଣୀର ମୁଖ୍ୟ ଭାବେ ଯୋଗଦେଲି। ୪ ବର୍ଷ ପରେ ପୁଣି କଟକ ବଦଳି ହୋଇ ଆସି ସିନିୟର୍‌ ପ୍ରୋଗ୍ରାମ ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କଲି। ତା’ପରେ ରାଉରକେଲା ଯାଇ ସେଠି କିଛିଦିନ କାମ କରିବା ପରେ ପୁନର୍ବାର କଟକ ଆସି ପ୍ରାୟ ୩/୪ ବର୍ଷ କାର୍ଯ୍ୟ କରି ଶେଷରେ ୨୦୧୪ରେ ଚାକିରିରୁ ଅବସର ନେଇଥିଲି। ଚାକିରି ଜୀବନ ବାଦ୍‌ ଲେଖାଲେଖିରେ ମଧ୍ୟ ମୋର ବିଶେଷ ରୁଚି ରହିଛି। ତା’ଛଡ଼ା ଅନେକ ନାଟକରେ ଅଭିନୟ ସାଙ୍ଗକୁ, ନାଟକ ଲେଖିବା, ନିର୍ଦ୍ଦେଶନା ଦେବା ତଥା ନାଟକ ପ୍ରଯୋଜନା ମଧ୍ୟ କରିଛି। ଏପରି କି ମୋର ୫ଟି ନାଟ୍ୟ ପୁସ୍ତକ ବି ପ୍ରକାଶିତ ହୋଇସାରିଛି, ଯଥା: ହଜିଯାଇଥିବା ଈଶ୍ୱର, ବିଭକ୍ତ ସମୟର ସ୍ବର, ପ୍ରେମ ଉପତ୍ୟକାରେ ଝଡ଼, ଆଜିକାଲିର ନାଟକ, ନିରୁର୍ଦ୍ଦିଷ୍ଟ ଭଗବାନ। ଖାସ୍‌କରି ମୋ ଲିଖିତ ହଜିଯାଇଥିବା ଈଶ୍ୱରର ହୀନ୍ଦି ଭର୍ସନ ‘ଏକ୍‌ ଖୋଜ୍‌’କୁ ବିବିଧ ଭାରତୀ ବମ୍ବେ ବ୍ରଡକାଷ୍ଟ କରିସାରିଛି, ଯାହା ଥିଲା ମୋ ପାଇଁ ଅତ୍ୟନ୍ତ ଖୁସିର ବିଷୟ। ତା’ଛଡା ‘ଜଣେ ଲୋକଥିଲା’ ନାମରେ ଏକ ଅନୁବାଦ ପୁସ୍ତକ, ମାୟାବତୀର ତୃଷ୍ଣା (କବିତା ପୁସ୍ତକ), ଜହ୍ନରାତିର ଗୀତି (ଗୀତି କବିତା ପୁସ୍ତକ) ଏବଂ ପୁରାଣ ସୌରଭ (ଶିଶୁ ପୁସ୍ତକ) ମଧ୍ୟ ମୋର ପ୍ରକାଶିତ ହୋଇସାରିଛି। ଏସବୁ ବ୍ୟତୀତ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖାଲେଖି ବି ମୋର ଜାରି ରହିଛି। ଭଗବାନଙ୍କ କୃପାରୁ ଆଜିଯାଏ ସବୁକିଛି ଠିକ୍‌ଠାକ୍‌ ଚାଲିଛି, ଆଉ ଆଗକୁ ଏମିତି ଚାଲୁ ବୋଲି ମୋର ଆଶା ରହିଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri