Posted inଫୁରସତ

ଦରମା ଟଙ୍କା ବାପା, ମା’ଙ୍କ ହାତରେ ଦେଇଥିଲି: ଧନେଶ୍ୱର ପୃଷ୍ଟି

ସେଦିନ ଥିଲା ୧୯୬୭ ମସିହା ଜୁଲାଇ ୨୫ ତାରିଖ। ପୂର୍ବରୁ ବି.ଏ. ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। କିନ୍ତୁ କୌଣସି କାରଣରୁ ଇତିହାସ ଅନର୍ସ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିଲା। ସେଦିନ ଖବରକାଗଜରୁ ମୋର କ୍ରମିକ ନମ୍ବରଟି ଦ୍ୱିତୀୟ ଶ୍ରେଣୀ ଅନର୍ସରେ ସ୍ଥାନିତ ହୋଇଥିବାର ଦେଖି ମୋର ଆନନ୍ଦର ସୀମା ରହିଲା ନାହିଁ। କାରଣ ସେ ସମୟରେ ଅନର୍ସ ସ୍ନାତକମାନଙ୍କ ସଂଖ୍ୟା ଖୁବ୍‌ କମ୍‌ ଥିଲା। ପରବର୍ତ୍ତୀ କାଳରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ମୋର ବି.ଏ. ସାର୍ଟିଫିକେଟ୍‌ ଓ ସି.ଏଲ୍‌.ସି. ନେଇ ମୋ ଗାଁ ରାଜସୁନାଖେଳାକୁ ଫେରିଲି ଏବଂ ୧ା୮ା୧୯୬୭ରୁ ନୟାଗଡ଼ ଜିଲା ରଣପୁର ଅନ୍ତର୍ଗତ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଜୀବନ ଆରମ୍ଭକଲି। ସେ ସମୟରେ ବି.ଏ. ପାସ୍‌ କରିଥିବା ଶିକ୍ଷକମାନଙ୍କର ଦରମା ଥିଲା ୧୭୧ଟଙ୍କା (ବେତନ ୧୧୦ଟଙ୍କା ଓ ମହଙ୍ଗାଭତ୍ତା ୬୧ଟଙ୍କା)। ହେଲେ ବିଦ୍ୟାଳୟର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ୧୫୧ଟଙ୍କାରେ ପରିଚାଳନା କମିଟି ମୋ ସହିତ ଚୁକ୍ତିବଦ୍ଧ ହୋଇଥିଲେ। ସେତେବେଳେ ଗ୍ରାଣ୍ଟ-ଇନ୍‌-ଏଡ୍‌ ପାଉଥିବା ବିଦ୍ୟାଳୟଗୁଡ଼ିକୁ ବର୍ଷରେ ଦୁଇଥର ଦରମା ପ୍ରଦାନର ବ୍ୟବସ୍ଥା ଥିଲା। ପୁରୀ ସି.ଆଇ. କାର୍ଯ୍ୟାଳୟରୁ ଦଶହରା ପୂର୍ବରୁ ଆଡ୍‌ଭାନ୍‌ସଡ ପେମେଣ୍ଟ ଓ ମାର୍ଚ୍ଚ ମାସ ପରେ ଫାଇନାଲ୍‌ ପେମେଣ୍ଟ ଦେବାର ବ୍ୟବସ୍ଥା ଥିଲା। ସେହିପରି ଛାତ୍ରୀଛାତ୍ରମାନେ ସେମାନଙ୍କ ସ୍କୁଲ୍‌ ଦେୟ ପ୍ରତ୍ୟେକ ମାସ ୧୫ ତାରିଖରେ କିମ୍ବା ଶେଷ କାର୍ଯ୍ୟଦିବସରେ ପୈଠ କରିବାର ବି ବ୍ୟବସ୍ଥା ଥିଲା। ବିଦ୍ୟାଳୟର ସମ୍ପାଦକ ତଥା ପ୍ରତିଷ୍ଠାତା ମୌଲବୀ ଇବ୍ରାହିମ୍‌ ଖାଁ ମାସର ଶେଷ କାର୍ଯ୍ୟ ଦିବସରେ ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ହୋଇଥିବା ଅର୍ଥରୁ ମୋତେ ୧୦୦ ଟଙ୍କା ପ୍ରଦାନ କରି କହିଲେ, ‘ପୃଷ୍ଟି ବାବୁ, ମୁଁ ତଥା ଆମ ଅଞ୍ଚଳବାସୀ ଆପଣଙ୍କ ପଢ଼ାରେ ବିଶେଷ ଖୁସି। ଆପଣଙ୍କ ପଠନଶୈଳୀ ପିଲାମାନଙ୍କୁ ଖୁବ୍‌ ଭଲ ଲାଗିଛି। ସେମାନେ ଆପଣଙ୍କର ଖୁବ୍‌ ପ୍ରଶଂସା ବି କରୁଛନ୍ତି, ତେଣୁ ଆପଣ ଏହି ଟଙ୍କା ରଖନ୍ତୁ।’ ଉକ୍ତ ଟଙ୍କା ପାଇବା ପରେ ମୋର ଆନନ୍ଦର ସୀମା ରହିଲା ନାହିଁ। ବିଦ୍ୟାଳୟରୁ ଆମ ଗ୍ରାମର ଦୂରତା ଥିଲା ପ୍ରାୟ ୧୬ କି.ମି.। ସେବେ ରାସ୍ତାଘାଟ ଅତି ନିମ୍ନମାନର ବି ଥିଲା। ସେଦିନ ସାଇକେଲ୍‌ ଯୋଗେ ଘରକୁ ଫେରିବା ପରେ ମୋର ବାପା ଉଚ୍ଛବ ପୃଷ୍ଟି ଓ ମା’ ଲଳିତା ଦେଈଙ୍କୁ ଉକ୍ତ ଅର୍ଥ ପ୍ରଦାନ କରିଥିଲି। ସେମାନେ ଉକ୍ତ ଅର୍ଥରେ ପୂର୍ବରୁ ଖରିଦ ହୋଇଥିବା ସାଇକେଲର୍‌ ଦେୟ ପରିଶୋଧ କରିଥିଲେ। ତେବେ ଉକ୍ତ ବିଦ୍ୟାଳୟରେ ମୁଁ ପ୍ରାୟ ୩୦ ବର୍ଷ ୪ ମାସ ୧୬ ଦିନ ଶିକ୍ଷକତା କରିଥିଲି। ଆଉ ତା’ରି ଭିତରେ ମୁଁ ରାଧାନାଥ ଟ୍ରେନିଂ କଲେଜ, କଟକରୁ ବି.ଇଡି. ତାଲିମ୍‌ ମଧ୍ୟ ନେଇସାରିଥିଲି; ଯେଉଁଥିପାଇଁ ପରେ ମୋର ବେତନ ବୃଦ୍ଧି ହୋଇ ୩୦୭ ଟଙ୍କା ହୋଇଥିଲା। ଶିକ୍ଷକତା କରିବା ସହ ଉକ୍ତ ବିଦ୍ୟାଳୟର କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରିବା, ପରିଭ୍ରମଣରେ ନେତୃତ୍ୱ ନେବା, ବାର୍ଷିକ ଉତ୍ସବ, ଗଣେଶ ପୂଜା ଓ ସରସ୍ବତୀ ପୂଜା ଆଦିରେ ସକ୍ରିୟ ଭୂମିକା ନେବା ସହ ମୋ ନିର୍ଦ୍ଦେଶନାରେ ଏକାଧିକ ନାଟକ ଓ ଏକାଙ୍କିକା ବି ବିଦ୍ୟାଳୟରେ ମଞ୍ଚସ୍ଥ ହୋଇଥିଲା; ତନ୍ମଧ୍ୟରୁ କେତେକ ନାଟକରେ ଛାତ୍ରମାନଙ୍କ ସହ ମୁଁ ମଧ୍ୟ ଅଭିନୟ କରିଥିଲି। ତେବେ ୧୯୯୭ ମସିହା ଡିସେମ୍ବର ୧୬ ତାରିଖରେ ମୋର ସୁର୍କାବାଡି ଉଚ୍ଚବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ରୂପେ ଯୋଗଦାନ କରିବା ପାଇଁ ଡିପିଆଇ କାର୍ଯ୍ୟାଳୟରୁ ପଦୋନ୍ନତି ଆଦେଶନାମା ଆସିଥିଲା। କିନ୍ତୁ ସେ ସମୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ପ୍ରଧାନ ଶିକ୍ଷକମାନେ ଓଡ଼ିଶା ଉଚ୍ଚନ୍ୟାୟାଳୟରୁ ଷ୍ଟେ ଅର୍ଡର ଆଣିଥିବାରୁ ମୁଁ ଉକ୍ତ ଉଚ୍ଚବିଦ୍ୟାଳୟରେ ଯୋଗଦାନ କରି ନ ପାରି ସିଆଇ କାର୍ଯ୍ୟାଳୟରେ ଯୋଗ ଦେଇଥିଲି। କିଛିଦିନ ପରେ ଡିପିଆଇ କାର୍ଯ୍ୟାଳୟରୁ ଅନ୍ୟ ଏକ ଆଦେଶନାମା ଆସିବାରୁ ମୁଁ ଖୋର୍ଦ୍ଧା ସର୍କଲ ଅନ୍ତର୍ଗତ ବାଙ୍କୋଇ ଉଚ୍ଚ ବିଦ୍ୟାଳୟରେ ୨୩ା୧ା୧୯୯୯ରେ ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲି। ସେଠାରେ ମଧ୍ୟ ଶିକ୍ଷକତା କରିବା ସହ ପ୍ରାଚୀର ନିର୍ମାଣ କରି ଛାତ୍ରୀଛାତ୍ରଙ୍କ ଦ୍ୱାରା ଚାରାଗଛ ଲଗାଇ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କରିବା ସଙ୍ଗେସଙ୍ଗେ ନିୟମିତ ତର୍କସଭା, ପରିଭ୍ରମଣ, ନାଟକ ମଞ୍ଚସ୍ଥ କରିବା, ବାର୍ଷିକୋତ୍ସବ ଓ ବିଜ୍ଞାନମେଳା ଇତ୍ୟାଦି କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ମଧ୍ୟ କରୁଥିଲି। ଶେଷରେ ୨୦୦୩ ଜୁନ୍‌ ୩୦ରେ ଉକ୍ତ ବିଦ୍ୟାଳୟରୁ ଅବସର ନେଲି। ଜୀବନରେ ଦୁଇଟି ଦିଗ ପ୍ରତି ମୁଁ ବିଶେଷ ଆଗ୍ରହୀ ଥିଲି। ଗୋଟିଏ ‘ଶିକ୍ଷାଦାନ’ ଓ ଅନ୍ୟଟି ‘ମଞ୍ଚ ନାଟକରେ ଅଭିନୟ’। ରାଜସୁନାଖଳାସ୍ଥିତ ଭାରତୀ ପାଠାଗାର ଓ ଭକ୍ତ ଚରଣ କ୍ଲବ ତରଫରୁ ମଞ୍ଚସ୍ଥ ନାଟକରେ ଅଧିକାଂଶ ସମୟ ନାୟକ ଭୂମିକାରେ ଅଭିନୟ କରି ଦର୍ଶକମଣ୍ଡଳୀ ଦ୍ୱାରା ବିଶେଷ ଆଦୃତ ଓ ପ୍ରଶଂସିତ ହେଉଥିଲି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri