Posted inଫୁରସତ

ପ୍ରଥମ ପାରିଶ୍ରମିକରେ ଇଷ୍ଟଦେବୀଙ୍କ ପାଖେ ଭୋଗ କରିଥିଲି: ପ୍ରଶାନ୍ତ ପାଢ଼ୀ

ମୋ ଜନ୍ମ ପାରଳାଖେମୁଣ୍ଡିସ୍ଥିତ ଦେବିତୀ ଗ୍ରାମରେ। ବାପାବୋଉଙ୍କର ସଙ୍ଗୀତ ପ୍ରତି ଥିଲା ଅହେତୁକ ଭଲପାଇବା। ଏପରି କି ବାପା ଥିଲେ ଜଣେ ଖ୍ୟାତନାମା କୃଷ୍ଣଲୀଳା, କୀର୍ତ୍ତନ ଗାୟକ। ପିଲାଟିବେଳୁ ସଙ୍ଗୀତ ପରିସରରେ ବଢ଼ିଥିବାରୁ ମୋ ଭିତରେ ବି ସଙ୍ଗୀତ ପ୍ରତି ଦୁର୍ବଳତା ଆସିଯାଇଥିଲା। ପାଠପଢ଼ା ସାଙ୍ଗକୁ ସଙ୍ଗୀତ ଶିକ୍ଷା ଚାଲିଲା। ବହୁ ଗୁଣୀ ଗୁରୁ ଯଥା ମଞ୍ଚଶ୍ରୀ ସତ୍ୟ ନାରାୟଣ ପଣ୍ଡା, କିଶୋର ପଟ୍ଟନାୟକ, ଉମାମଣି ପଟ୍ଟନାୟକ, ଭକ୍ତବତ୍ସଳ ପାତ୍ର ତଥା ପୁଷ୍ପାବେଣୀ ପଟ୍ଟନାୟକଙ୍କଠାରୁ ଗାୟନଶୈଳୀ ଶିକ୍ଷାଲାଭ କରିବା ପରେ ଗୁରୁ ଗୋଷ୍ଠଚନ୍ଦ୍ର ପାତ୍ରଙ୍କଠାରୁ ମୁଁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲି। କିନ୍ତୁ ସଙ୍ଗୀତକୁ ନେଇ କ୍ୟାରିୟର କରିବାକୁ କିଛି ଖାସ୍‌ ସୁଯୋଗ ସେତେବେଳେ ପାରଳାଖେମୁଣ୍ଡିରେ ପାଇ ନ ଥିଲି। ଏହି ସୁବିଧା କଟକ ଆସିବା ପରେ ହିଁ ମିଳିଲା। କାରଣ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ପି.ଜି ସାରିବା ପରେ ଶିଳ୍ପ ବିଭାଗରେ ଚାକିରି ପାଇଁ ମୁଁ ଏକ ଇଣ୍ଟରଭ୍ୟୁ ଦେଇଥିଲି। ସେଥିରେ କୃତକାର୍ଯ୍ୟ ହୋଇ ଇଣ୍ଡଷ୍ଟ୍ରି ପ୍ରମୋଶନ ଅଫିସର୍‌ ଭାବେ କଟକରେ ପୋଷ୍ଟିଂ ପାଇଲି। ତେଣୁ ମୋତେ କଟକ ଆସିବାକୁ ପଡ଼ିଲା। କଟକ ଆସିବା ହିଁ ମୋ ପାଇଁ ଲାଭଦାୟକ ହେଲା। ଏଠାରେ ଚାକିରି କଲି; ତା’ସହିତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ପାଖରୁ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା ଲାଭ କରି ସଙ୍ଗୀତ କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଉପଯୁକ୍ତ ମାହୋଲ ବି ପାଇଲି। ଅବଶ୍ୟ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ତେବେ ସେ ଯାହା ହେଉ, ଚାକିରିର ପ୍ରଥମ ଦରମା ୬୦୦ ଟଙ୍କା ଯେବେ ପାଇଲି, ସେଦିନ ବହୁତ ଖୁସି ଥିଲି। କାରଣ ଅଭାବୀ ସଂସାର ଭିତରେ ଆମେ ବଢ଼ିଥିଲୁ। ବେଳେବେଳେ କିଛି ଜିନିଷ ପାଇଁ ନିଜ ଇଚ୍ଛାକୁ ବି ମାରୁଥିଲୁ। ତେଣୁ ଯେବେ ଦରମା ପାଇଲି ସେଦିନ ବଜାରକୁ ଯାଇ ଘରର ସମସ୍ତଙ୍କ ପାଇଁ ନୂଆ ପୋଷାକ କିଣିଆଣିଲି। ତା’ପରେ ପୁରୀ ଯାଇ ଜଗନ୍ନାଥ ମନ୍ଦିରରେ ଭୋଗ କଲି; କାରଣ ତାଙ୍କରି କରୁଣାରୁ ହିଁ ଏସବୁ ସମ୍ଭବ ହୋଇଥିଲା। ଆଉ ଯେବେ ଗାଁକୁ ଗଲି ସାଙ୍ଗରେ କିଛି ମିଠା କିଣି ନେଇଯାଇଥିଲି। ସେଠି ଇଷ୍ଟଦେବୀଙ୍କ ପାଖେ ଭୋଗ କରି ସମସ୍ତଙ୍କୁ ମିଠା ଓ ନୂଆ ଲୁଗା ଦେଇଥିଲି। ସେଦିନର ଅନୁଭୂତି ଆଜିବି ମୋ ମନରେ ସେମିତି ସତେଜ ହୋଇ ରହିଛି। ସେହିପରି ସଙ୍ଗୀତ କ୍ଷେତ୍ରରୁ ବି ଯେବେ ୨୦୦ ଟଙ୍କା ପ୍ରଥମ ପାରିଶ୍ରମିକ ପାଇଲି ତାକୁ ମଧ୍ୟ ନେଇ ଜଗନ୍ନାଥଙ୍କ ପାଖେ ଭୋଗ କରିଥିଲି। କାରଣ ତାଙ୍କରି ଭଜନ ଗାଇକି ହିଁ ମୁଁ ଏହି ଟଙ୍କା ପାଇଥିଲି। ସେଦିନଠୁ ମୁଁ ଆଉ ପଛକୁ ଫେରି ଚାହିଁନି। କ୍ରମେ ସଙ୍ଗୀତ କ୍ଷେତ୍ରରେ ଏତେ ବ୍ୟସ୍ତ ହୋଇଗଲି ଯେ ଶେଷରେ ବାଧ୍ୟ ହେଲି ଚାକିରି ଛାଡ଼ିବାକୁ। ଚାକିରି ଛାଡ଼ି ସଙ୍ଗୀତକୁ ଉଭୟ ନିଶା ଓ ପେସା କରିନେଲି। ଯେଉଁଥିପାଇଁ ପ୍ରାୟ ସତୁରିରୁ ଅଧିକ ଭଜନ ଓ ଆଧୁନିକ କ୍ୟାସେଟ୍‌ ଏବଂ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିବା ସହ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ର ତଥା ଅନେକ ବଙ୍ଗଳା ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ବହୁ ପ୍ରଶଂସିତ ହୋଇସାରିଛି। ଏଥିସହିତ ୧୯୯୦ ମସିହାରୁ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଭାବେ ଅନେକ ଭଜନ, ଜଣାଣ, ଓଡ଼ିଶୀ ଓ ସୁଗମ ସଙ୍ଗୀତ ଗାଇ ଶ୍ରୋତାଙ୍କ ମନ ଜିଣିବାରେ ମଧ୍ୟ ସକ୍ଷମ ହୋଇପାରିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ମୁଣ୍ଡ ଭିତରେ ପକ୍ଷୀବସା, କାରଣ ଜାଣିଲେ…

ଜଣେ ମହିଳା ତାଙ୍କ କେଶ ଭିତରେ ପକ୍ଷୀର ବସା ତିଆରି କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବନ୍ଧୁତା ଏମିତି ଏକ ଶବ୍ଦ, ଯାହାର କଳନା...

ଆକର୍ଷଣୀୟ ହୋଲି ଲୁକ୍‌

ରଙ୍ଗର ପର୍ବ ହୋଲିରେ କିପରି ସଜେଇ ହେଲେ ପରଫେକ୍ଟ ହୋଲି ଲୁକ୍‌ ପାଇହେବ, ସେ ନେଇ ଅନେକଙ୍କର ଚିନ୍ତା ଥାଏ। କାରଣ ଏବେ ଟ୍ରେଣ୍ଡ ବଦଳିଲାଣି।...

ଅଧରାତିରେ ସୂର୍ଯ୍ୟ ଉଦୟ ଦେଖି ହତବାକ୍‌ ହୋଇଯାଇଥିଲେ ଏହି ପରିବାର

ଲଣ୍ଡନ ଲଡସ୍‌ରେ ଜୁଲାଇ ୧୪ରେ ହେବାକୁ ଥିବା ଓ୍ବାଲର୍‌ଡ କପ୍‌ର ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ଗୋଟିଏ ପରିବାରର ୬ଜଣ ସଦସ୍ୟ ସଡ଼କ ପଥ ଦେଇ...

ଶିବରାତ୍ରୀରେ ମହାଦେବଙ୍କୁ ଜଳ ଲାଗି କରନ୍ତି ମୁସଲମାନ୍‌ ମହିଳା…

ଭାରତରେ ଭିନ୍ନତା ମଧ୍ୟରେ ସବୁବେଳେ ଏକତା ଦୃଷ୍ଟିଗୋଚର ହୋଇଥାଏ। ଭାଇଚାରା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବ ହିଁ ଭାରତୀୟଙ୍କୁ ଏକାଠି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।...

ମୃତ୍ତିକା ଉପରେ ପରିବର୍ତ୍ତିତ ଜଳବାୟୁର ପ୍ରଭାବ

ମୃତ୍ତିକା ପୃଥିବୀ ପୃଷ୍ଠର ଏକ ବୃହତ ଅଂଶ, ଯାହା ଉଭୟ ପ୍ରାଣୀ ଏବଂ ଉଦ୍ଭିଦଙ୍କର ବାସସ୍ଥଳୀ। ମୃତ୍ତିକାରେ ଉଦ୍ଭିଦ ବଢ଼ି ଆମକୁ ଖାଦ୍ୟ, ବସ୍ତ୍ର, ଔଷଧ,...

କାର୍‌ ଉପରେ ଦୋକାନ, କୌଶଳ ଦେଖିଲେ କହିବେ…

ଆଜିକାଲି ଦେଶୀ ଜ୍ଞାନ କୌଶଳର ଅଭାବ ନାହିଁ। ଦେଶୀ କୌଶଳ ଆଗରେ ବଡ଼ ବଡ଼ ଇଞ୍ଜିନିୟର ମଧ୍ୟ ଫେଲ୍‌ ମାରିବେ। ଜଣେ ବ୍ୟକ୍ତିଙ୍କ ଚିନ୍ତାଧାରା ଏବଂ...

ଜଙ୍ଗଲ-ଜୀବିକାକୁ ବିସ୍ଥାପନ ଅଡୁଆ

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ବନ୍ୟଜନ୍ତୁ ଓ ଉଦ୍ଭିଦଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଦିନଟିଏ। ଜାତିସଂଘ କ୍ୟାଲେଣ୍ଡରରେ ମଧ୍ୟ ବନ୍ୟଜନ୍ତୁଙ୍କ ପାଇଁ ଏହି...

କରୋନା ବଦଳାଇଦେଲା ଏହି ଯୁବକଙ୍କ ଜୀବନ, ଥିଲେ ପାଇଲଟ୍‌ ଏବେ କରୁଛନ୍ତି…

କରୋନା ମହାମାରୀ କିଛି ଲୋକଙ୍କ ଜୀବନ ଜୀବିକାକୁ ଖୁବ୍‌ ପ୍ରଭାବିତ କରିଛି। କିଛି ମାସ ଧରି ଲକ୍‌ଡାଉନ୍‌ ଜାରି ରହିଥିବାରୁ ଏୟାର ଇଣ୍ଡିଆର ବହୁ କ୍ଷତି...

Advertisement
Archives

Model This Week