Posted inଫୁରସତ

ପ୍ରଥମ ପାରିଶ୍ରମିକରେ ଇଷ୍ଟଦେବୀଙ୍କ ପାଖେ ଭୋଗ କରିଥିଲି: ପ୍ରଶାନ୍ତ ପାଢ଼ୀ

ମୋ ଜନ୍ମ ପାରଳାଖେମୁଣ୍ଡିସ୍ଥିତ ଦେବିତୀ ଗ୍ରାମରେ। ବାପାବୋଉଙ୍କର ସଙ୍ଗୀତ ପ୍ରତି ଥିଲା ଅହେତୁକ ଭଲପାଇବା। ଏପରି କି ବାପା ଥିଲେ ଜଣେ ଖ୍ୟାତନାମା କୃଷ୍ଣଲୀଳା, କୀର୍ତ୍ତନ ଗାୟକ। ପିଲାଟିବେଳୁ ସଙ୍ଗୀତ ପରିସରରେ ବଢ଼ିଥିବାରୁ ମୋ ଭିତରେ ବି ସଙ୍ଗୀତ ପ୍ରତି ଦୁର୍ବଳତା ଆସିଯାଇଥିଲା। ପାଠପଢ଼ା ସାଙ୍ଗକୁ ସଙ୍ଗୀତ ଶିକ୍ଷା ଚାଲିଲା। ବହୁ ଗୁଣୀ ଗୁରୁ ଯଥା ମଞ୍ଚଶ୍ରୀ ସତ୍ୟ ନାରାୟଣ ପଣ୍ଡା, କିଶୋର ପଟ୍ଟନାୟକ, ଉମାମଣି ପଟ୍ଟନାୟକ, ଭକ୍ତବତ୍ସଳ ପାତ୍ର ତଥା ପୁଷ୍ପାବେଣୀ ପଟ୍ଟନାୟକଙ୍କଠାରୁ ଗାୟନଶୈଳୀ ଶିକ୍ଷାଲାଭ କରିବା ପରେ ଗୁରୁ ଗୋଷ୍ଠଚନ୍ଦ୍ର ପାତ୍ରଙ୍କଠାରୁ ମୁଁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲି। କିନ୍ତୁ ସଙ୍ଗୀତକୁ ନେଇ କ୍ୟାରିୟର କରିବାକୁ କିଛି ଖାସ୍‌ ସୁଯୋଗ ସେତେବେଳେ ପାରଳାଖେମୁଣ୍ଡିରେ ପାଇ ନ ଥିଲି। ଏହି ସୁବିଧା କଟକ ଆସିବା ପରେ ହିଁ ମିଳିଲା। କାରଣ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ପି.ଜି ସାରିବା ପରେ ଶିଳ୍ପ ବିଭାଗରେ ଚାକିରି ପାଇଁ ମୁଁ ଏକ ଇଣ୍ଟରଭ୍ୟୁ ଦେଇଥିଲି। ସେଥିରେ କୃତକାର୍ଯ୍ୟ ହୋଇ ଇଣ୍ଡଷ୍ଟ୍ରି ପ୍ରମୋଶନ ଅଫିସର୍‌ ଭାବେ କଟକରେ ପୋଷ୍ଟିଂ ପାଇଲି। ତେଣୁ ମୋତେ କଟକ ଆସିବାକୁ ପଡ଼ିଲା। କଟକ ଆସିବା ହିଁ ମୋ ପାଇଁ ଲାଭଦାୟକ ହେଲା। ଏଠାରେ ଚାକିରି କଲି; ତା’ସହିତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ପାଖରୁ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା ଲାଭ କରି ସଙ୍ଗୀତ କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଉପଯୁକ୍ତ ମାହୋଲ ବି ପାଇଲି। ଅବଶ୍ୟ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ତେବେ ସେ ଯାହା ହେଉ, ଚାକିରିର ପ୍ରଥମ ଦରମା ୬୦୦ ଟଙ୍କା ଯେବେ ପାଇଲି, ସେଦିନ ବହୁତ ଖୁସି ଥିଲି। କାରଣ ଅଭାବୀ ସଂସାର ଭିତରେ ଆମେ ବଢ଼ିଥିଲୁ। ବେଳେବେଳେ କିଛି ଜିନିଷ ପାଇଁ ନିଜ ଇଚ୍ଛାକୁ ବି ମାରୁଥିଲୁ। ତେଣୁ ଯେବେ ଦରମା ପାଇଲି ସେଦିନ ବଜାରକୁ ଯାଇ ଘରର ସମସ୍ତଙ୍କ ପାଇଁ ନୂଆ ପୋଷାକ କିଣିଆଣିଲି। ତା’ପରେ ପୁରୀ ଯାଇ ଜଗନ୍ନାଥ ମନ୍ଦିରରେ ଭୋଗ କଲି; କାରଣ ତାଙ୍କରି କରୁଣାରୁ ହିଁ ଏସବୁ ସମ୍ଭବ ହୋଇଥିଲା। ଆଉ ଯେବେ ଗାଁକୁ ଗଲି ସାଙ୍ଗରେ କିଛି ମିଠା କିଣି ନେଇଯାଇଥିଲି। ସେଠି ଇଷ୍ଟଦେବୀଙ୍କ ପାଖେ ଭୋଗ କରି ସମସ୍ତଙ୍କୁ ମିଠା ଓ ନୂଆ ଲୁଗା ଦେଇଥିଲି। ସେଦିନର ଅନୁଭୂତି ଆଜିବି ମୋ ମନରେ ସେମିତି ସତେଜ ହୋଇ ରହିଛି। ସେହିପରି ସଙ୍ଗୀତ କ୍ଷେତ୍ରରୁ ବି ଯେବେ ୨୦୦ ଟଙ୍କା ପ୍ରଥମ ପାରିଶ୍ରମିକ ପାଇଲି ତାକୁ ମଧ୍ୟ ନେଇ ଜଗନ୍ନାଥଙ୍କ ପାଖେ ଭୋଗ କରିଥିଲି। କାରଣ ତାଙ୍କରି ଭଜନ ଗାଇକି ହିଁ ମୁଁ ଏହି ଟଙ୍କା ପାଇଥିଲି। ସେଦିନଠୁ ମୁଁ ଆଉ ପଛକୁ ଫେରି ଚାହିଁନି। କ୍ରମେ ସଙ୍ଗୀତ କ୍ଷେତ୍ରରେ ଏତେ ବ୍ୟସ୍ତ ହୋଇଗଲି ଯେ ଶେଷରେ ବାଧ୍ୟ ହେଲି ଚାକିରି ଛାଡ଼ିବାକୁ। ଚାକିରି ଛାଡ଼ି ସଙ୍ଗୀତକୁ ଉଭୟ ନିଶା ଓ ପେସା କରିନେଲି। ଯେଉଁଥିପାଇଁ ପ୍ରାୟ ସତୁରିରୁ ଅଧିକ ଭଜନ ଓ ଆଧୁନିକ କ୍ୟାସେଟ୍‌ ଏବଂ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିବା ସହ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ର ତଥା ଅନେକ ବଙ୍ଗଳା ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ବହୁ ପ୍ରଶଂସିତ ହୋଇସାରିଛି। ଏଥିସହିତ ୧୯୯୦ ମସିହାରୁ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଭାବେ ଅନେକ ଭଜନ, ଜଣାଣ, ଓଡ଼ିଶୀ ଓ ସୁଗମ ସଙ୍ଗୀତ ଗାଇ ଶ୍ରୋତାଙ୍କ ମନ ଜିଣିବାରେ ମଧ୍ୟ ସକ୍ଷମ ହୋଇପାରିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?