Posted inଫୁରସତ

ରୋଜଗାର ଟଙ୍କାରେ ଭଉଣୀକୁ ଶାଢ଼ୀ ଦେଇଥିଲି: ଡ. ତୁଳସୀ ଓଝା

କଟକ ଜିଲା ସିଦ୍ଧେଶ୍ୱରପୁରରେ ମୋ ଜନ୍ମ। ସ୍ଥାନୀୟ ଗୋପାଳ ସ୍ମୃତି ବିଦ୍ୟାପୀଠରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଶୈଳବାଳା କଲେଜରେ ନାଁ ଲେଖାଇଥିଲି। ସେଠାରୁ ଅର୍ଥନୀତି ସମ୍ମାନରେ ବି.ଏ. ପାସ୍‌ କରି ରେଭେନ୍ସା କଲେଜରେ ଓଡ଼ିଆରେ ପି.ଜି. କଲି। ତା’ପରେ ଓଡ଼ିଆ ଅଧ୍ୟାପିକା ଭାବେ ମୋର ଚାକିରି ହୋଇଗଲା। ସମ୍ବଲପୁର ମହିଳା ମହାବିଦ୍ୟାଳୟରେ ହେଲା ପ୍ରଥମ ପୋଷ୍ଟିଂ। ସେଠାରେ ୧୩ ବର୍ଷ ରହିବା ଭିତରେ ମୁଁ ପିଏଚ୍‌.ଡି. ସାରି ଡକ୍ଟରେକ୍ଟ ଡିଗ୍ରୀ ହାସଲ କରି ସାରିଥିଲି। ତା’ପରେ ଜି.ଏମ୍‌. କଲେଜକୁ ବଦଳି ହୋଇଗଲି। ସେଠାରେ ମାତ୍ର ୨ବର୍ଷ ରହି ପୁରୀ ଏସ୍‌.ସି.ଏସ୍‌. କଲେଜକୁ ପ୍ରାଧ୍ୟାପିକା ଭାବେ ପ୍ରମୋଶନ ପାଇ ଗଲି। ୫ ବର୍ଷ ପରେ ପୁଣି ମୋର ବଦଳି ହେଲା ଆଉ ମୁଁ ପୁରୀ ସରକାରୀ ମହିଳା ମହାବିଦ୍ୟାଳୟକୁ ଗଲି। ସେଠାରେ ପ୍ରାଧ୍ୟାପିକା ଭାବେ କିଛିଦିନ କାମ କରିବା ପରେ ପ୍ରିନ୍ସିପାଲ୍‌ର ଦାୟିତ୍ୱ ମିଳିଲା। ଆଉ ଶେଷରେ ସେହି ଦାୟିତ୍ୱରେ ରହି ୨୦୦୮ ଅଗଷ୍ଟ ମାସରେ ଚାକିରିରୁ ଅବସର ନେଲି। ଅବସର ପରେ ବି ୪ ବର୍ଷ ପାଇଁ ମୁଁ ଚାଇଲ୍ଡ ଓ୍ବେଲ୍‌ଫେୟାର୍‌ କମିଟିର ଜଣେ ମେମ୍ବର୍‌ ଭାବେ ଦାୟିତ୍ୱ ନିର୍ବାହ କରିଥିଲି। ତେବେ ଚାକିରି କରି ରୋଜଗାର କରିବାର ବହୁ ପୂର୍ବରୁ ମୁଁ ସ୍ବୀକୃତିପ୍ରାପ୍ତ ନାଟ୍ୟ କଳାକାର ଭାବେ ଆକାଶବାଣୀରୁ ରୋଜଗାର କରି ସାରିଥିଲି। ଏହା ଥିଲା ଯୁକ୍ତ ଦୁଇ ପଢ଼ିବା ସମୟର କଥା। ସ୍କୁଲ୍‌ ନାଟକ, କଲେଜ ନାଟକ ତଥା ମଞ୍ଚ ନାଟକରେ ଅଭିନୟ କରିବାର ନିଶା ସେତେବେଳେ ମୋତେ ବେଶ୍‌ ଘାରିଥିଲା। କେବଳ ଅଭିନୟ କରୁଥିଲି ତାହା ନୁହେଁ, ଧୀରେ ଧୀରେ ନାଟକ ଲେଖିବା ପ୍ରତି ବି ମୋର ମନ ବଳିଲା। ଆକାଶବାଣୀକୁ ମଧ୍ୟ ଲେଖା ପଠାଇଲି। ସେଠାରେ ମୋ ଲେଖା ମନୋନୀତ ହେବା ସହ ସେଥିରେ ଅଭିନୟ କରିବା ପାଇଁ ମୋତେ ପ୍ରସ୍ତାବ ଦିଆଗଲା। ଉକ୍ତ ନାଟକରେ ଅଭିନୟ କରି ସେ ସମୟରେ ଆକାଶବାଣୀରୁ କିଛି ପାରିଶ୍ରମିକ ପାଇଥିଲି। ସେହି ପାରିଶ୍ରମିକରେ ମୁଁ ମୋ ସାନ ଭଉଣୀ ପାଇଁ ଗୋଟିଏ ଶାଢ଼ି କିଣିଥିଲି। କାରଣ ସେ ଥିଲା ଭାରି ଅଭିମାନୀ, ତା’ର ସବୁ ଜିନିଷରେ ଥିଲା ଲୋଭ। ଶାଢ଼ିଟିଏ ପାଇଁ ମୋ ପାଖେ ଜିଦି କରିବାରୁ ମୁଁ ତାକୁ କିଣି ଦେଇଥିଲି। କ୍ରମେ ଆକାଶବାଣୀରେ ଗୋଟିଏ ପରେ ଗୋଟିଏ ନାଟକରେ ଅଭିନୟ କରିବା ସହ ଯୁବବାଣୀ କାର୍ଯ୍ୟକ୍ରମରେ ବି ଭାଗ ନେଲି। ନାଟକ ବ୍ୟତୀତ ମୁଁ ଅନେକ ଗପ, କବିତା, ସମାଲୋଚନା ଭିତ୍ତିକ ଲେଖା, ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ଲେଖା ମଧ୍ୟ ଲେଖିଛି ଆଉ ତାକୁ ନେଇ ବହି ବି ପ୍ରକାଶିତ ହୋଇଛି। ଯେମିତି କି: ସ୍ବପ୍ନ କଢ଼, ଅପ୍‌ସରା, ଅଝଟ ଝଡ଼, ବରଫ ଦୁର୍ଗର ନକ୍‌ସା, ଅସ୍ତୀ ଭାଗୀରଥି ତୀରେ, ଅନ୍ଧକାରେ ଅଦିତୀ ନାମରେ ୬ଟି ଗପ ବହି, କାହା ପରି କେହି ଜଣେ ନାମରେ ଗୋଟିଏ କବିତା ବହି, ନାଟ ମଣ୍ଡପରେ କେହି ନାହାନ୍ତି ନାମରେ ଗୋଟିଏ ନାଟ୍ୟ ପୁସ୍ତକ (ଯେଉଁଥିରେ ରହିଛି ଅପରାହ୍ନ ଖରା, ଆମର ନେତା, ସ୍ବର, ବିନାଶ କାଳେ, ମଧ୍ୟାନ୍ତର ନାହିଁ ନାମରେ ୫ଟି ନାଟକ), ଅନ୍ବେସାର ଅନ୍ୟନାମ, ଓଡ଼ିଆ ଗୀତି କବିତାର ଆଧୁନିକ ପର୍ବ ୧ମ ଭାଗ ଓ ୨ୟ ଭାଗ, ଉତ୍କଳୀୟ ଭାସ୍କର୍ଯ୍ୟ କଳାକୃତି ନାମରେ ୪ଟି ସମାଲୋଚନା ପୁସ୍ତକ ତଥା ଉତ୍କଳୀୟ ଲୋକସଂସ୍କୃତି ଓ ଶ୍ରୀଜଗନ୍ନାଥ, ବ୍ରହ୍ମଦାରୁରୁ ଦୁର୍ବାଦଳ, ଶ୍ରୀଜଗନ୍ନାଥ ଓ ତାଙ୍କ ଅନନ୍ୟ ଭକ୍ତ, ତତ୍ତ୍ୱ ତଥ୍ୟରେ ଶ୍ରୀଜଗନ୍ନାଥ, ରଥ ସଂହିତା, କ୍ଷେତ୍ରାଣାମ୍‌ ମପି କ୍ଷେତ୍ରମ୍‌ ନାମରେ ପ୍ରାୟ ୬ଟି ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ପୁସ୍ତକ ମୋର ୟା’ଭିତରେ ପ୍ରକାଶିତ ହୋଇସାରିଲାଣି। ତା’ଛଡ଼ା ଭକ୍ତ କବି ଶାଲବେଗଙ୍କର ପ୍ରାୟ ୧୨୬ଟି ଭଜନକୁ ନେଇ ଗୋଟିଏ ବହି ବି ମୋର ପ୍ରକାଶିତ ହୋଇଛି, ଯାହାର ନାମ ହେଉଛି ‘ଭକ୍ତ କବି ଶାଲବେଗଙ୍କର ରଚନା ସମ୍ଭାର’। ସେହିପରି ପ୍ରାୟ ୧୬ଟି ନାଟକ ଓ ଗୀତିନାଟ୍ୟରେ ମୁଁ ନିର୍ଦ୍ଦେଶନା ମଧ୍ୟ ଦେଇସାରିଛି। ଏସବୁ ବ୍ୟତୀତ ୧୯୯୨ ମସିହାରୁ ମୁଁ ପ୍ରତିବର୍ଷ ରଥଯାତ୍ରା ଅବସରରେ ବିଭିନ୍ନ ଚ୍ୟାନେଲ୍‌ ପାଇଁ ଧାରାବିବରଣୀ ଦେଇ ଆସୁଛି। ତେବେ ସାହିତ୍ୟ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋତେ ୟା’ ଭିତରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କାର ଓ ସମ୍ମାନ ମିଳିସାରିଲାଣି, ଯାହା ମୋ ପାଇଁ ଏକ ଖୁସିର ବିଷୟ। ଭଗବାନଙ୍କ ଆଶୀର୍ବାଦ ଥିଲେ ଆଗକୁ ମଧ୍ୟ ଲେଖାଲେଖିର ଧାରା ମୋର ଏହିପରି ଜାରି ରହିବ ବୋଲି ଆଶା କରୁଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?