Posted inଫୁରସତ

ପ୍ରଥମ ଟଙ୍କାରେ ହନୁମାନଙ୍କ ପାଖେ ଭୋଗ କରିଥିଲି: ଡା. ଶିବପ୍ରସାଦ

ଖୋର୍ଦ୍ଧା ଜିଲା କୁହୁଡ଼ି ନିକଟସ୍ଥ ଗଈନଡ଼ା ଗାଁରେ ମୋ ଜନ୍ମ। ଚିଲିକା ଉଚ୍ଚ ବିଦ୍ୟାପୀଠରୁ ୨୦୦୪ରେ ମାଟ୍ରିକ୍‌ ପାସ୍‌ କରିବା ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲି। ତା’ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ବ୍ୟାଚଲର୍‌ ଅଫ୍‌ ଆୟୁର୍ବେଦ୍‌, ମେଡିସିନ ଆଣ୍ଡ ସର୍ଜରି (ବିଏଏମ୍‌ଏସ୍‌)କୋର୍ସ କଲି। ଏହା ଥିଲା ସାଢ଼େ ପାଞ୍ଚ ବର୍ଷିୟା ପାଠ୍ୟକ୍ରମ, ଯେଉଁଥିରେ ସାଢେ ଚାରି ବର୍ଷ ଆମକୁ ବିଭିନ୍ନ ବିଷୟ ଉପରେ ପଢ଼ିବାକୁ ପଡୁଥିଲା ଏବଂ ଶେଷ ବର୍ଷରେ ଆମର ଇଣ୍ଟର୍ନଶିପ୍‌ ହେଉଥିଲା। ପିଲାବେଳୁ ଯେହେତୁ ପାଠରେ ଭଲ ଥିଲି, ତେଣୁ ବିଏଏମ୍‌ଏସ୍‌ କୋର୍ସର ସବୁ ବିଷୟରେ ମୁଁ ଭଲ ମାର୍କ ରଖିଲି। ଏପରି କି ଗୋଟେ ବର୍ଷ ମୁଁ ୟୁନିଭର୍ସିଟି ଟପ୍ପର ବି ହୋଇଥିଲି। ଆଉ ସେହି ସମୟରେ ମୋତେ କନିକା ଆୟୁର୍ବେଦ ଫାଉଣ୍ଡେସନ୍‌ ତରଫରୁ ବେଷ୍ଟ ଷ୍ଟୁଡେଣ୍ଟ ଇନ୍‌ ଦ୍ରବ୍ୟଗୁଣ ସ୍କଲାର୍‌ ଆଓ୍ବାର୍ଡ ମିଳିଥିଲା। ବିଏଏମ୍‌ଏସ୍‌ କୋର୍ସ ସରିବା ପରେ ମୁଁ ଅଲ୍‌ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଶନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ଦେଇ ସର୍ବଭାରତୀୟ ସ୍ତରରେ ୨୭ତମ ସ୍ଥାନ ରଖିଲି ଏବଂ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟିଚିଂ ଆଣ୍ଡ ରିସର୍ଚ୍ଚ ଇନ୍‌ ଆୟୁର୍ବେଦ(ଯାହା ଏବେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟାଶନାଲ୍‌ ଇମ୍ପୋଟାନ୍ସ ଇନ୍‌ ଆୟୁର୍ବେଦ ଭାବେ ପରିଚିତ), ଜାମନଗରରେ ପିଜି ପାଇଁ ଆଡ୍‌ମିଶନ୍‌ ନେଲି। ଏହା ଥିଲା ୩ ବର୍ଷର କୋର୍ସ ଆଉ ପ୍ରଥମରୁ ହିଁ ମୋତେ ପ୍ରତିମାସ ପାଖାପାଖି ୪୨ ହଜାର ଟଙ୍କା ଲେଖାଏ ଷ୍ଟାଇପେଣ୍ଡ ମିଳିଚାଲିଲା। ତେବେ ପ୍ରଥମ ମାସର ଷ୍ଟାଇପେଣ୍ଡ ପାଇଲା ପରେ ଜାମନଗରସ୍ଥିତ ଏକ ହନୁମାନ ମନ୍ଦିରରେ ମୁଁ ହଜାର ଟଙ୍କାର ଭୋଗ କରିଥିଲି। ତା’ପରେ ପ୍ରାୟ ୭୦% ଟଙ୍କା ଘରକୁ ବାପାଙ୍କ ପାଠକୁ ପଠାଇଥିଲି। କାରଣ ଆମେ ଥିଲୁ ୮ ଭାଇଭଉଣୀ (୬ଭଉଣୀ ଓ ୨ ଭାଇ)। ଭାଇମାନଙ୍କ ଭିତରେ ମୁଁ ଥିଲି ସବୁଠୁ ବଡ଼। ତେଣୁ ବାପାଙ୍କୁ ପରିବାର ଚଳାଇବାରେ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ ଥିଲା। ସେଥିପାଇଁ କେବଳ ଗୋଟିଏ ମାସ ନୁହେଁ ପ୍ରତିମାସ ଷ୍ଟାଇପେଣ୍ଡ ପାଇଲା ପରେ ମୁଁ ଘରକୁ ଟଙ୍କା ପଠାଉଥିଲି। ପିଜି ପରେ ମୁଁ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ରେ ଆପ୍ଲାଏ କରି ମେଡିକାଲ୍‌ ଅଫିସର୍‌ ଭାବେ ୨୦୧୭ରେ ଗଭର୍ନମେଣ୍ଟ ଆୟୁର୍ବେଦିକ ଡିସ୍‌ପେନ୍‌ସାରୀ, ଗୋଳାବନ୍ଧ, କେନ୍ଦୁଝରରେ ନିଯୁକ୍ତି ପାଇଲି। ୨୦୧୮ରେ ଲେକ୍‌ଚରର୍‌ ଇନ୍‌ ଦ୍ରବ୍ୟଗୁଣ ପୋଷ୍ଟ ପାଇଁ ଏଣ୍ଟ୍ରାନ୍ସ ବାହାରିବାରୁ ସେଥିରେ ଆପ୍ଲାଏ କରି ଓଡ଼ିଶାରେ ଟପ୍ପର ହେଲି। ଆଉ ସେବେଠାରୁ ମୁଁ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଆଙ୍କୁଶପୁର, ବ୍ରହ୍ମପୁରର ଦ୍ରବ୍ୟଗୁଣ ବିଭାଗରେ ଅଧ୍ୟାପକ ସହିତ ଭାରପ୍ରାପ୍ତ ଅଧିକାରୀ ଦାୟିତ୍ୱରେ କାର୍ଯ୍ୟ କରିଆସୁଛି। ଏ ତ ଥିଲା ମୋର ପାଠପଢା ଓ ଚାକିରି ଜୀବନ କଥା। ଏହାବାଦ୍‌ ଆୟୁର୍ବେଦ ଚିକିତ୍ସା ସମ୍ପର୍କିତ ପ୍ରାୟ ୧୦/୧୨ଟି ରିସର୍ଚ୍ଚ ଆର୍ଟିକିଲ୍‌ ମୋର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସାଇଣ୍ଟିଫିକ୍‌ ଜର୍ନାଲ୍‌ରେ ପ୍ରକାଶିତ ହୋଇସାରିଛି। ତା’ଛଡ଼ା କରୋନା କାଳରେ ସରକାରଙ୍କ ତରଫରୁ ମୋତେ ରୋଗୀମାନଙ୍କର ସେବା କରିବାର ସୁଯୋଗ ଦିଆଯାଇଥିବାରୁ ବି ମୁଁ ଖୁବ୍‌ ଖୁସି ଅଛି। କାରଣ ରୋଗୀ ସେବା ହିଁ ମୋର ଧର୍ମ ଆଉ କର୍ମ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri