ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ହାସଲ କରିଥିବା ମେହେର ଏକାଧାରରେ ଜଣେ ସୁପରମଡେଲ, ସାମ୍ୱାଦିକା, ଲେଖିକା ଓ ମେଣ୍ଟର ଥିଲେ। ଭାରତୀୟ ଫ୍ୟାଶନ ଜଗତକୁ ନୂଆ ଦିଗ୍‌ଦର୍ଶନ
ପ୍ରଥମ ମିସ୍‌ ଇଣ୍ଡିଆ …
ଦେଇଥିବା ମେହେରଙ୍କ ଜନ୍ମ ମୁମ୍ୱାଇରେ ହୋଇଥିଲା। ପ୍ରଥମ ଫେମିନା ମିସ୍‌ ଇଣ୍ଡିଆରେ ବିଜୟୀ ହେବା ପରେ ସେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ସେ ବିଦେଶରେ ମଧ୍ୟ ମିସ୍‌ ୟୁନିଭର୍ସ ଓ ମିସ୍‌ ୟୁନାଇଟେଡ୍‌ ନେଶନ୍ସ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଏହା ପରେ ସେ ଫ୍ୟାଶନ ଜର୍ନାଲିଜମ୍‌ରେ ଏକ ଅସାଧାରଣ ଲିଗାସି ପ୍ରତିଷ୍ଠା କରିଥିଲେ, ଯାହାକି ତାଙ୍କୁ ଭିନ୍ନ ପରିଚୟର ଅଧିକାରିଣୀ କରିଥିଲା। ୧୯୭୩ ମସିହାରେ ସାମ୍ୱାଦିକତା କ୍ଷେତ୍ରରେ ମେହେର ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଇଭ୍ସ ଓ୍ୱିକ୍‌ଲିରେ ତାଙ୍କ ପ୍ରଥମ ନିବନ୍ଧ ପ୍ରକାଶିତ ହୋଇଥିଲା। ସମୟକ୍ରମେ ସେ ପୂର୍ଣ୍ଣକାଳୀନ ଫ୍ୟାଶନ ଜର୍ନାଲିଷ୍ଟ ଓ ସ୍ତମ୍ଭକାର ରୂପେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଆଲେଖ୍ୟ ପ୍ରାୟ ୧୩୦ଟି ଜାତୀୟ ଓ ଅନ୍ତର୍ଜାତୀୟ ଖବରକାଗଜ ତଥା ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏଇଠୁ ସେ ଫ୍ୟାଶନ କମେଣ୍ଟ୍ରି ଏବଂ ଲାଇଫ୍‌ଷ୍ଟାଇଲ୍‌ ରିପୋର୍ଟିଂ କ୍ଷେତ୍ରରେ ଏକ ପ୍ରମୁଖ ସ୍ୱର ପାଲଟିଯାଇଥିଲେ। ଏତିକି ନୁହେଁ, ମେହେର ‘ମ୍ୟାନ୍‌ଷ୍ଟାଇଲ’, ‘ଫ୍ୟାଶନ୍‌ କାଲେଇଡୋସ୍କୋପ୍‌’ ଏବଂ ‘ଫ୍ୟାଶନ ମ୍ୟୁଜିଙ୍ଗ୍ସ’ ଭଳି ଅନେକ ଫ୍ୟାଶନ ପୁସ୍ତକର ରଚୟିତା ମଧ୍ୟ ଥିଲେ। ଏହି ଅଧ୍ୟବସାୟ ଓ ଲେଖିନୀ ଶୈଳୀରେ ମେହେରଙ୍କ ଧାରା ଅନ୍ୱେଷଣ, ଶିଳ୍ପର ବିବର୍ତ୍ତନ ତଥା ଅନ୍ତର୍ଦୃଷ୍ଟି ବାରିହୋଇ ପଡ଼ୁଥିଲା। ଲାକ୍‌ମେ ଫ୍ୟାଶନ୍‌ ଓ୍ୱିକ୍‌ ଭଳି ଅନେକ ବୃହତ୍‌ ଭାରତୀୟ ଫ୍ୟାଶନ ଇଭେଣ୍ଟରେ ଫ୍ୟାଶନ୍‌ ରାଇଟର ଭାବେ ସେ କାର୍ଯ୍ୟ କରିଥିଲେ। ଏହି ଅଭିଜ୍ଞତା ତାଙ୍କୁ ପରବର୍ତ୍ତୀ ସମୟରେ ଫ୍ୟାଶନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଇଣ୍ଡଷ୍ଟ୍ରିରେ ଜଜ୍‌ ଭୂମିକା ତୁଲାଇବାରେ ସହାୟକ ହେବା ସହ ବହୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଥିଲା। ରୂଢ଼ିବାଦୀ ଓ ରକ୍ଷଣଶୀଳ ଭାରତୀୟ ସମାଜରେ ମେହେର ମହିଳାଙ୍କ ପାଇଁ ଫ୍ୟାଶନ ତଥା ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କ୍ୟାରିୟର ଗଢ଼ିବାରେ ନୂଆ ମାର୍ଗ ଦେଖାଇଥିଲେ। ମେହେର ଯୁବ ଡିଜାଇନର ଓ ଲେଖକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri