Posted inଫୁରସତ

ପ୍ରଥମ ରୋଜଗାର: ପ୍ରଥମ ଦରମାକୁ ତିନିମାସ ଖର୍ଚ୍ଚ କରିଥିଲି

ଗଞ୍ଜାମ ଜିଲା ଧରାକୋଟରେ ମୋ ଜନ୍ମ। ସାତ ଭାଇଭଉଣୀ (୫ ଭାଇ ଓ ୨ ଭଉଣୀ) ମଧ୍ୟରେ ମୁଁ ସବା ସାନ। ତେଣୁ ବ୍ରହ୍ମପୁରରୁ ସ୍କୁଲ୍‌ ଶିକ୍ଷା ସାରି ରାଉରକେଲାରେ ଥିବା ବଡ଼ ଭାଇଙ୍କ ପାଖକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲି। ସେଠାରେ ଇଭିନିଂ କଲେଜରେ ପାଠପଢ଼ିବା ସହ ଅଟୋ ଇଣ୍ଡିଆ ନାମକ ଏକ କମ୍ପାନୀରେ ଅଫିସିଆଲ୍‌ ଷ୍ଟାଫ୍‌ ଭାବେ କାମ କରିବା ଆରମ୍ଭ କଲି। ସେତେବେଳେ ଏହି କମ୍ପାନୀ ତରଫରୁ ତିନିମାସକୁ ଥରେ ଦରମା ମିଳୁଥିଲା। କାମ କରିବାର ତିନିମାସ ପରେ ମୋତେ ଯେବେ ୪୫୦ ଟଙ୍କା ଦରମା ମିଳିଲା, ସେଦିନ ମୋ ଖୁସି କହିଲେ ନସରେ। ପାଖାପାଖି ୭/୮ ଦିନ ପର୍ଯ୍ୟନ୍ତ ଟଙ୍କାକୁ ମୁଁ ଖାଲି ଦେଖିକି ପୁଣି ପକେଟ୍‌ ଭିତରେ ରଖି ଦେଉଥିଲି। ଆଦୌ ଖର୍ଚ୍ଚ କରୁ ନ ଥିଲି। ୮ ଦିନ ପରେ ଫିଲ୍ମ ଦେଖିବାକୁ ଇଚ୍ଛା ହେବାରୁ ଏଥିରୁ କିଛି ଟଙ୍କା ନେଇ ଫିଲ୍ମ ଦେଖିବାକୁ ଯାଇଥିଲି। ଆଉ ଯାହା ଟଙ୍କା ବଳିଥିଲା ତାକୁ ଅଳ୍ପ ଅଳ୍ପ କରି ତିନି ମାସ ପର୍ଯ୍ୟନ୍ତ ଖର୍ଚ୍ଚ କରିଥିଲି। ପ୍ରାୟ ବର୍ଷେ ଏଠି କାମ କରିବା ପରେ ସେ ଚାକିରି ଛାଡିଦେଲି। କାରଣ ଥିଲା ନାଟକ ପ୍ରତି ମୋର ଦୁର୍ବଳତା। ପିଲାଟି ଦିନରୁ ନାଟକ ସହ ମୁଁ ଓତଃପ୍ରୋତ ଭାବରେ ଜଡ଼ିତ। କହିବାକୁ ଗଲେ ମୋ ଘର ହିଁ ଥିଲା ନାଟକର ଏକ ଦୁନିଆ। ମୋ ବାପା ଜଣେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ଏବଂ ମୋ ବଡ଼ଭାଇ ଡ. ରମେଶ ପ୍ରସାଦ ପାଣିଗ୍ରାହୀ ଓଡ଼ିଶାର ଜଣେ ଲୋକପ୍ରିୟ ନାଟ୍ୟକାର। ତା’ଛଡା ମୋର ସବୁ ଭାଇମାନେ ମଧ୍ୟ ଥିଏଟର୍‌ ସହ ଜଡିତ ଥିଲେ। ତେଣୁ ମୁଁ ବି ପିଲାଦିନରୁ ଏହି ନାଟକର ମାୟାରେ ପଡ଼ିଯାଇଥିଲି। କେବଳ ଏହି ଗୋଟିଏ ଚାକିରି ନୁହେଁ ପ୍ରାୟ ୭/୮ଟି ଚାକିରି ନାଟକ ପାଇଁ ଛାଡିଛି। ଏହା ପଛରେ ମୁଖ୍ୟ କାରଣ ହେଉଛି ସମୟ ଅଭାବରୁ ଚାକିରି ଓ ନାଟକ ମଧ୍ୟରେ ସାମଞ୍ଜସ୍ୟ ରଖି ନ ପାରିବା। ତେବେ ସେ ଯାହା ହେଉ ଇଭିନିଂ କଲେଜରେ ପଢ଼ି ମୁଁ ଓଡ଼ିଆ ସମ୍ମାନରେ ସ୍ନାତକ ପାସ୍‌ କରିବା ସହ ଦିଲ୍ଲୀରେ ତିନି ମାସ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ବିଧିବଦ୍ଧ ତାଲିମ୍‌ ବି ନେଇଥିଲି। ଏଥିସହିତ ରାଉରକେଲାରେ ‘ରଙ୍ଗମଞ୍ଚ’ ନାମରେ ନିଜର ଏକ ନାଟ୍ୟସଂସ୍ଥା ମଧ୍ୟ କଲି। ବାସ୍‌ ସେବେଠାରୁ ମୁଁ ଆଉ ପଛକୁ ଫେରି ଚାହିଁନି। ନିଜ ନାଟ୍ୟସଂସ୍ଥା ସହ ଓଡ଼ିଶାର ଅନେକ ନାମୀଦାମୀ ନାଟ୍ୟସଂସ୍ଥାରେ ବି କାମ କରିଛି। ୟା’ ଭିତରେ ମୁଁ ପ୍ରାୟ ୨୭୦ରୁ ଉର୍ଦ୍ଧ୍ୱ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦେଇଛି। ସେହିପରି ମୋ ଲିଖିତ ୧୧ଟି ନାଟକ ମଞ୍ଚରେ ପରିବେଷଣ ହୋଇ ଦର୍ଶକଙ୍କର ଅନେକ ପ୍ରଶଂସା ବି ସାଉଁଟିଛି। ତେବେ ମୋ ଅଭିନୀତ କେତୋଟି ପ୍ରମୁଖ ନାଟକ ମଧ୍ୟରେ ରହିଛି : ଶେଷ ପାହାଚ, ଏ ଜୀବ ଭ୍ରମେ ଅକାରଣେ, ମନ ତୋହର ନିଜ ଗୁରୁ, କିମ୍ବଦନ୍ତୀ, ଗୋଟିଏ ବୃତ୍ତ ଆଙ୍କିବାର ସହଜ ପ୍ରଣାଳୀ, ହାତୀକୁ ହୋମିଓପାଥି, ପାର୍ଥ, ଅଙ୍କୁରୋଦ୍ଗମ୍‌, ଶୁଣ ପରୀକ୍ଷ ଦଣ୍ଡଧାରୀ ଇତ୍ୟାଦି। ସେହିପରି ମୋ ଲିଖିତ ନାଟକ ମଧ୍ୟ ରହିଛି: ସୁପ୍ତ ଆକାଶର ଜହ୍ନ, ପୃଥିବୀ, ଅନ୍ଧାର ବନ୍ୟାରେ ସନ୍ତରଣ, ଅଥଚ ଆମେ କ୍ରିତଦାସ ଏବଂ ଆସନ୍ନ, ମାଇଲ୍‌ଖୁଣ୍ଟ, ନର ବାନର, ସତ୍ୟମେବ ଜୟତେ, କାନ୍ଥ ସେପଟେ ଇତ୍ୟାଦି। କେବଳ ସେତିକି ନୁହେଁ, ମୋ ନିର୍ଦ୍ଦେଶିତ ଅନେକ ନାଟକ ନ୍ୟାଶନାଲ୍‌ ଥିଏଟର୍‌ ଫେଷ୍ଟିଭାଲ୍‌ରେ ପରିବେଷଣ ହୋଇ ବହୁଥର ପ୍ରଥମ ପୁରସ୍କାର ମଧ୍ୟ ପାଇଛି। ଆଉ ମୋତେ ବି ବିଭିନ୍ନ ସଂସ୍ଥା ତରଫରୁ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଭାବେ ବହୁ ପୁରସ୍କାର ଓ ସମ୍ମାନ ମିଳିଛି। ତେବେ ନାଟକ ଦୁନିଆ ଛଡ଼ା ମୁଁ ଦୂରଦର୍ଶନ ତଥା କେତେକ ଘରୋଇ ଚ୍ୟାନେଲ୍‌ ତରଫରୁ ପ୍ରସାରିତ ମେଗା ଧାରାବାହିକରେ ମଧ୍ୟ ଅଭିନୟ କରିଛି। ଯେମିତିକି: ଭାବଗ୍ରାହୀ, ଗାଁ, ବାପା, ପରିଚୟ, କିଏ ସାତ କିଏ ସତର, ଇନ୍ଦ୍ରଜାଲ, ଅଖ ବୁଲୁଥିଲେ ଚକ ବୁଲୁଥାଇ, ଗାୟତ୍ରୀ, କେମିତି ଏ ବନ୍ଧନ, ରାଜକନ୍ୟା, କାହାଣୀ ଆମ ଘରର, ପୁଣ୍ୟର ନଦୀ ତୀରେ ଇତ୍ୟାଦି। ଅନ୍ୟପକ୍ଷେ ୫ଟି ଓଡ଼ିଆ ଚଳଚ୍ଚିତ୍ର ଓ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରରେ ବି ଅଭିନୟ କରିବାର ସୁଯୋଗ ପାଇଛି। ଏହାଛଡ଼ା ସମ୍ବଲପୁର ଅଲ୍‌ ଇଣ୍ଡିଆ ରେଡିଓ ତରଫରୁ ଅଭିନେତା ଓ କଣ୍ଠଶିଳ୍ପୀ ଭାବେ ମୋତେ ସ୍ବୀକୃତି ମଧ୍ୟ ମିଳିଛି। ତେଣୁ ଜୀବନରେ ଯାହା ବି ସଫଳତା ପାଇଛି ସେଥିପାଇଁ ମୋର ଉଦ୍ୟମ, ପରିବା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?