ନିଆଁ ଲଗାଇବା ପଡ଼ିଲା ମହଙ୍ଗା

ଭଞ୍ଜନଗର,୨୮।୪(ଡି.ଏନ.ଏ.): ଘୁମୁସର ଉତ୍ତର ବନଖଣ୍ଡର ମୁଜାଗଡ଼, ଗାଲେରି ଏବଂ ତାରସିଂ ରେଞ୍ଜରେ ଜଙ୍ଗଲ ପୋଡ଼ି ବଢ଼ିବାରେ ଲାଗିଛି। ଏଥିଲାଗି ବନ୍ୟପ୍ରାଣୀ ବିପଦରେ ପଡ଼ୁଥିବା ବେଳେ ମୂଲ୍ୟବାନ ଗଛ ମଧ୍ୟ ଧ୍ୱଂସ ପାଉଛି । ଏହାକୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ଭଞ୍ଜନଗର ଅଞ୍ଚଳରେ ଗତ କିଛିଦିନ ହେବ ତାପମାତ୍ରା ବୃଦ୍ଧି ଯୋଗୁ ଅଧିକାଂଶ ସ୍ଥାନରେ ବନ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରୁନାହାନ୍ତି । ଫଳରେ ନିଆଁ ଅଧିକ ଅଞ୍ଚଳକୁ ବ୍ୟାପି ଯାଉଛି। ଏଭଳି ସ୍ଥିତିରେ ଜଗନ୍ନାଥପ୍ରସାଦ ରେଞ୍ଜ ତିରିକୁମ୍ପା ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ବୁଧବାର ରାତିରେ ଜଙ୍ଗଲରେ ନିଆଁ ଲଗାଉଥିଲେ। ରେଞ୍ଜର ଉମାକାନ୍ତ ଦାସ ଏହି ସୂଚନା ପାଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବନପାଳ କଳାବଦନ ଦାସ, ପ୍ରଦ୍ୟୁମ୍ନ ବିଷୋୟୀ, ଇଶୁଆ ଗଣେଶ, ଲମ୍ବୋଦର ଗୌଡ଼ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅମର ବେହେରାଙ୍କୁ କାବୁ କରିଥିଲେ। ଗୁରୁବାର ତାଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି । ଏହାପୂର୍ବରୁ ଗତ ୨୪ ତାରିଖରେ କୁରୁତାଇ ଜଙ୍ଗଲ ନିକଟରେ ୩ ଯୁବକ କୁଟୁରା ମାଂସ ଧରି ଆସୁଥିବା ବେଳେ ହରିଡ଼ାପଦର ଗ୍ରାମର ୨ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଅଭିଯୁକ୍ତ ଜଣକ ଫାଙ୍କା ଗୁଳିଚାଳନା କରି ଚମ୍ପଟ ମାରିଥିଲେ । ଏନେଇ ବନ ବିଭାଗ ପକ୍ଷରୁ ତାରସିଂ ଥାନାରେ ଅଭିଯୋଗ କରାଯାଇଥିବାି ରେଞ୍ଜର ଉମାକାନ୍ତ ଦାସ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଟି ନନାଙ୍କ ଭୋଜନାଳୟ

ଭୋଗରାଇ,୧୯।୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ରହିଛି ଭୋଜନାଳୟ। ଅନ୍ୟ ହୋଟେଲ ଭଳି ଏହି ଭୋଜନାଳୟରେ ନାହିଁ ଚାକଚକ୍ୟ। ରହିଛି କେବଳ ଆଜବେଷ୍ଟସ...

ରାସ୍ତାରେ ଜମୁଛି ପାଣି

କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ଓ୍ବାର୍ଡର ବଡ଼ହଳ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଡିଡି କଲେଜ ରୋଡ୍‌...

ପୋତିଦେଲେ ନାଳ, ସମସ୍ୟା ଭୋଗିବେ ଚାଷୀ

ବନ୍ତ,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତ କୁଆଁର୍ଦ୍ଦା ଗ୍ରାମରେ ପାଣି ନାଳକୁ ପୋତି ଦିଆଯାଇଥିବାରୁ ଚାଷୀମାନେ ସମସ୍ୟା ଭୋଗିବେ ବୋଲି ଅଭିଯୋଗ...

ଶ୍ମଶାନ ପାଖରୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ

ଜଟଣୀ,୩୦।୩(ଡି.ଏନ.ଏ): ମାସକ ତଳେ ନିଖୋଜ ଥିବା ଯୁବକଙ୍କ କଙ୍କାଳ ରବିବାର ନିଜ ଗ୍ରାମ ଶ୍ମଶାନ ନିକଟ ଏକ ନିକାଞ୍ଚନ ସ୍ଥାନରୁ ମିଳିଛି। ମୃତକ ହେଲେ ଜଟଣୀ...

ପରଲୋକରେ ବିଜେଡି ବ୍ଲକ ସଭାପତି

ସମ୍ବଲପୁର,୨୨ା୯(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବ୍ଲକ ବିଜେଡି ସଭାପତି ରାଜ କୁମାର ଶୁକ୍ଲା (୬୫)ଙ୍କ ଗୁରୁବାର ପରଲୋକ ଘଟିଛି। ପକ୍ଷାଘାତରେ ପୀଡିତ ହୋଇ ପ୍ରାୟ ୧...

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନିକ ଅଧିକାରୀଙ୍କ ମାଲ୍ୟାର୍ପଣ

ବଡ଼ବିଲ,୫।୩(ସ୍ବ.ପ୍ର.): ମାର୍ଚ୍ଚ ୫ ଅର୍ଥାତ୍‌ ଆଜି ରାଜ୍ୟ ବ୍ୟାପୀ ପାଳନ ହେଉଛି ପଞ୍ଚାୟତିରାଜ ଦିବସ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏହି ଦିବସ ପାଳନ...

ଅଧାବାଟରେ ଛାଡ଼ି ପଳାଇଲେ ପ୍ରେମିକ

ପରଜଙ୍ଗ, ୨୨।୮(ଡି.ଏନ.ଏ.) – ପ୍ରେମ ପ୍ରତାରଣାର ଶିକାର ହୋଇଥିବା ଜଣେ ବିବାହିତା ମହିଳା ସ୍ତ୍ରୀ ମାନ୍ୟତା ଦାବିରେ ତାଲା ଭାଙ୍ଗି ଅଭିଯୁକ୍ତ ପ୍ରେମିକଙ୍କ ଘରେ ପଶିବା...

ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ, ୪।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଜିଆଇଟି)ର ଅଗ୍ନିଭବନ ଛାତ୍ର ନିବାସରୁ ସୋମବାର ଡିପ୍ଲୋମା ୩ୟ ବର୍ଷ...

Advertisement
Archives

Model This Week