Posted inଜାତୀୟ

ଜାହାଙ୍ଗୀରପୁରୀ ହିଂସା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ଜଣକ ହେଲେ ଫରୀଦ ଓରଫ ନୀଟୁ। ଉକ୍ତ ଅଞ୍ଚଳରେ ବେଶ୍‌ ଜଣାଶୁଣା ଅଭିଯୁକ୍ତ ଭାବେ ଫରୀଦର ନାଁ ରହିଛି। ଫରୀଦ ବିରୋଧରେ ଅନେକ ଅପରାଧିକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ଗୁରୁବାର ଦିଲ୍ଲୀର ସ୍ପେଶାଲ ସେଲ୍‌ କୋଲକାତାରୁ ଫରୀଦଙ୍କୁ ଗିରଫ କରିଛି। ଫରୀଦ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ସେ ହିଂସା ଉସୁକାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସ୍ପେଶାଲ ସେଲ୍‌ର ସୂଚନା ଅନୁସାରେ, ଯେତେବେଳେ ପଥର ଫିଙ୍ଗିବା ଘଟଣା ଘଟିଥିଲା, ସେତେବେଳେ ହିଂସା ଘଟାଇବା ସହ ଗୁଜବ ପ୍ରଚାର କରିବା ଏବଂ ଉତ୍ତେଜନା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଫରୀଦ। ଏହାପରେ ସେ କୋଲକାତାକୁ ଫେରାର ହୋଇଯାଇଥିଲେ। ଦିଲ୍ଲୀ ପୋଲିସ ଫରୀଦଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି କରିଥିଲା। ଘଟଣାର କିଛି ଦିନ ପରେ ଫରୀଦ ଜାହାଙ୍ଗୀରପୁରୀରୁ ଫେରାର ହେବା ସହ ପରିବାର ସଦସ୍ୟଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ। ତେବେ ସମସ୍ତ ଅଭିଯୁକ୍ତ କୋଲକାତା ନିକଟସ୍ଥ ଏକ ଗ୍ରାମାଞ୍ଚଳରେ ଲୁଚି ରହିଥିବା ଖବର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ମିଳିଥିଲା। ଅନ୍ୟପଟେ ଏହି ହିଂସା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଆଉ ୨ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୮।୯ : ଚଳିତ ୨୦୨୨ରେ ଆମେରିକା ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି। ଏହା ପୂର୍ବର ବର୍ଷଗୁଡ଼ିକ ତୁଳନାରେ ଅଧିକ ରହିଛି।...

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌,୧୧।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ନିର୍ବାଚନମଣ୍ଡଳୀ ଖତିମାରୁ ବିଧାନସଭା ନିର୍ବାଚନରେ ହାରିଯିବା ପରେ ଆଜି...

୨ହଜାର ଅତିକ୍ରମ କଲା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା: ହେବ ର଼୍ୟାପିଡ ଟେଷ୍ଟ

ନୂଆଦିଲ୍ଲୀ,୨୦।୪: ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଚିହ୍ନଟ ହେଲେ ୧୧୦ କରୋନା ସଂକ୍ରମିତ। ଏହାକୁ ନେଇ ଏବେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି...

କଂଗ୍ରେସର ଭବିଷ୍ୟତ ଅନିଶ୍ଚିତ:ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୯।୧୦:କଂଗ୍ରେସ ଏପର୍ଯ୍ୟନ୍ତ ନିର୍ବାଚନ ପରାଜୟକୁ ଭୁଲି ପାରିନାହିଁ। ଏବେ ବି ଦଳ ସଂଘର୍ଷ ଦେଇ ଗତି କରୁଛି, ଆଗକୁ ଏମିତି ଜାରି ରହିଲେ ଦଳର ଭବିଷ୍ୟତ...

ରୋମରେ ଥିବା ୨୬୩ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଚାଇନାର ମୃତ୍ୟୁହାରକୁ ଟପି ଗଲାଣି ଇଟାଲିର କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର। ଏବେ...

ରାଜ ଠାକରେ ଜଣେ ଅସ୍ଥାୟୀ ନେତା, ସେ କେବେ ତାଙ୍କ କଥା ରକ୍ଷା କରନ୍ତି ନାହିଁ: ଶରଦ ପାୱାର

ମୁମ୍ବାଇ,୩ ।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ମନସେ)ର ମୁଖ୍ୟ ରାଜ ଠାକରେଙ୍କ ଦ୍ୱାରା କାଷ୍ଟ ପଲିଟିକ୍ସର ଅଭିଯୋଗ ଆସିବା ପରେ ଏନସିବି ନେତା ଶରଦ ପାୱାର ଏହାର...

ରାଜ୍‌ ଠାକ୍‌ରେଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ

ମୁମ୍ବାଇ,୪ା୫: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେଙ୍କ ବିରୋଧରେ ଏକ ୧୪ ବର୍ଷର ପୁରୁଣା ମାମଲାରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ)...

ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିବ ୧୧ ରାଫାଲ

ନୂଆଦିଲ୍ଲୀ, ୮।୨: ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ୧୧ ରାଫାଲ ଯୁଦ୍ଧ ବିମାନ ମିଳିବ। ସେହିପରି ୨୦୨୨ ଏପ୍ରିଲ୍‌ ସୁଦ୍ଧା ଅନ୍ୟ ୧୭ଟି ରାଫାଲ...

Advertisement
Archives

Model This Week