ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ ପଡ଼ିଥିବା ଶୁଖିଲା ପତ୍ରରେ କେହି ନିଆଁ ଲଗାଇ ଦେଇଛନ୍ତି। ଏହି ନିଆଁ ଲିଭାଇବା ପାଇଁ ନିଯୁକ୍ତି ହୋଇଛନ୍ତି ବନ ବିଭାଗ ଓ ଅଗ୍ନିଶମ ବିଭାଗର ସ୍ପେଶାଲ ଟିମ l ଅତ୍ୟଧିକ ଗରମ ସହିତ ନିଆଁର ପ୍ରଭାବ ଯୋଗୁ ଜଙ୍ଗଲ ଜନ୍ତୁ ଏବେ ବିପଦରେ ଅଛନ୍ତି। ତେବେ ନିଆଁକୁ ଖୁବନ୍‌ଶୀଘ୍ର ଆୟତ୍ତ କରାଯିବ ବୋଲି ବନ କର୍ମଚାରୀ କହୁଥିବାବେଳେ ଅଭୟାରଣ୍ୟର କେତେକ ସ୍ଥାନରେ ନିଆଁକୁ ପାଣି ପକାଇ ଲିଭାଯାଇଛି l ଅଧିକାଂଶ ଦିନ ଜଙ୍ଗଲରେ ଏପରି ନିଆଁ ଲାଗୁଛି ଏବଂ ବନ ବିଭାଗ ନିଆଁ ଲିଭାଉଛି। ସ୍ଥାନୀୟ ଲୋକ ଲୋକେ ନିଆଁ ନ ଲଗାଇବାକୁ ବନ ବିଭାଗ ତରଫରୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ସମୟରେ ଶୁଖିଲା ପତ୍ର ର ନିଆଁ ଲାଗିବାରୁ ନିଆଁ ସବୁଆଡେ ବ୍ୟାପି ଯାଉଥିବାବେଳେ ଏହାକୁ ଆୟତ୍ତ କରିବାକୁ କଷ୍ଟ ହେଉଛି। ହଦଗଡ଼ ରେଞ୍ଜ ଅଧୀନରେ ୯ଟି ବିଟ ହାଉସ ଥିବାବେଳେ ପ୍ରତ୍ୟେକ ସ୍ଥାନରେ କର୍ମଚାରୀ ମାନେ ନିଆଁ କୁ ପ୍ରତିରୋଧ କରିବାକୁ ଜଗି ରହିଛନ୍ତି l କିନ୍ତୁ ଜଙ୍ଗଲରେ ନିଆଁ ଲଗାଇଲେ ବନ୍ୟଜନ୍ତୁ ଭୟରେ ବାହାରକୁ ଆସିବେ ଏବଂ ଶିକାର ସହଜ ହେବା ଲକ୍ଷ୍ୟରେ ନିଆଁ ଲଗାଯାଉଥିବା ଜଣାପଡିଛି। ଏହି ଅଭୟାରଣ୍ୟ ବାଲେଶ୍ୱର, ମୟୁରଭଞ୍ଜ ଏବଂ ଭଦ୍ରକ ଜିଲାକୁ ସଂଯୋଗ କରୁଛି l ଅଭୟାରଣ୍ୟ ପରିଧିରେ ଜନବସତି ଗଢି ଉଠିଥିବାରୁ ଶିକାରୀମାନେ ଅଧିକାଂଶ ସମୟରେ ସହଜରେ ଶିକାର କରିବାକୁ ସକ୍ଷମ ହୁଅନ୍ତି l ଆଉ କେତେବେଳେ ଧରାପଡ଼ାନ୍ତି l ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି ହେଉଛି l


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri