କାର୍ତ୍ତିକ ପୂର୍ବରୁ ପରିବା ଦରରେ ନିଆଁ

ବ୍ରହ୍ମପୁର,,୧୬।୧୦(ସ୍ମୃତି ରଞ୍ଜନ ମହାଲିକ):କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ମହଙ୍ଗା ହୋଇଛି। ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିଛି ଦିନ ପରେ ହବିଷିଆଳିଙ୍କ ବ୍ରତ ଆରମ୍ଭ ହେବ। ଏହି ସମୟରେ ସାଧାରଣ ଜନତା ମଧ୍ୟ ଆମିଷ ବଦଳରେ ନିରାମିଷକୁ ଆପଣାଇବେ। କିନ୍ତୁ ଆରମ୍ଭରୁ ଏଭଳି ଦର ବୃଦ୍ଧି ଅସହ୍ୟ ହୋଇଛି। ସହରରେ ଗେଟ ବଜାର, କମାପଲୀ, ବିଜିପୁର ଓ ବଡ ବଜାର ଭଳି ଅଂଚଳର ମାର୍କେଟଗୁଡିକରେ ଟମାଟୋ କେଜି ୮୦ ଟଙ୍କା, ବାଇଗଣ ୮୦, ଭେଣ୍ଡି ୭୦, ବିନସ ୧୧୦, ପୋଟଳ ୮୦, ଗାଜର ୭୦, ବନ୍ଧା କୋବି ୮୦ ଓ ଫୁଲ କୋବି ୮୦ ଟଙ୍କା ରହିଛି। ଆମଦାନୀ କମିଥିବାରୁ ଦର ବୃଦ୍ଧି ହେଉଥିବା ବ୍ୟବସାୟୀମାନେ କହିଛନ୍ତି। ସ୍ଥାନୀୟ ଅଂଚଳରୁ ପୂର୍ବ ଭଳି ପରିବା ଆମଦାନୀ ହେଉ ନାହିଁ। ଯାହା ବି ହେଉଛି କମ ପରିମାଣର ଆସୁଛି। ଏହା ମଧ୍ୟ ଦର ବୃଦ୍ଧିର ଆଉ ଏକ କାରଣ ବୋଲି ବ୍ୟବସାୟୀ କାର୍ତ୍ତିକ ପ୍ରଧାନ କହିଛନ୍ତି। ଫଳରେ ବ୍ୟବସାୟୀ ପଡୋଶୀ ଆନ୍ଧ୍ର, ବାଙ୍ଗାଲୋର, ଦିଲୀ, କଲିକତା ଭଳି ବାହାର ରାଜ୍ୟ ଉପରେ ପରିବା ପାଇଁ ନିର୍ଭରଶୀଳ ହେଉଛନ୍ତି। କାର୍ତ୍ତିକ ମାସରେ ଦର ଆହୁରି ବଢିବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ତେବେ ଦର ବୃଦ୍ଧିକୁ ନିୟନ୍ତ୍ରଣ ଓ ରେଗୁଲେସନ କରିବା କ୍ଷେତ୍ରରେ ସରକାରଙ୍କ ନିକଟରେ କାୈଣସି ନିର୍ଦ୍ଦିଷ୍ଟ ଯୋଜନା ନ ଥିବା ସହରତଳି ଅଂଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। ଏଥିସହ କମିଟି ପକ୍ଷରୁ ଜିଲାପାଳ ଓ ଉପଜିଲାପାଳଙ୍କୁ ଇ ମେଇଲ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଯାଇଛି। ପନିପରିବା ଫସଲର ଚାହିଦା, ଉପତ୍ାଦ ଓ ଯୋଗାଣର ନିୟମିତ ସର୍ଭେ କରାଯାଉ। ହଳଦିଆପଦର ଓଭରବ୍ରିିଜ ତଳେ ଥିବା ପନିପରିବା ହୋଲସେଲ ବଜାର ଉପରେ ଚଢାଉ କରାଯାଇ ନିୟମିତ ଯାଂଚ ପାଇଁ ଦାବି ହୋଇଛି। ଏଥିସହ ଯୋଗାଣ ବିଭାଗ ସକ୍ରିୟ ହୋଇ ବଜାର ଦର ଓ କୃତ୍ରିମ ଭାବେ ମହଜୁଦ କରି ଅଭାବୀ ବିକ୍ରି ସୃଷ୍ଟି କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖିବା ଓ ପନିପରିବା ଫସଲର ମଣ୍ଡି ଖୋଲିବା ପାଇଁ କମିଟି ଦାବି କରିଛି। ନଚେତ ଆଗାମୀ ଦିନରେ କମିଟି ଆନ୍ଦୋଳନ କରିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?