Posted inଜାତୀୟ

ସରିସ୍କା ଅଭୟାରଣ୍ୟରେ ନିଆଁ, ୨୭ ବାଘ-୨୫୦ରୁ ଅଧିକ ଚିତା ସଙ୍କଟରେ, ଜନବସତି ମୁହାଁ ବନ୍ୟପ୍ରାଣୀ…

ଅଲଓ୍ବର, ୩୦।୩ : ରାଜସ୍ଥାନର ଅଲୱାର ଜିଲାର ସରିସ୍କା ଟାଇଗର ରିଜର୍ଭରେ ଲାଗିଥିବା ନିଆଁ ଏପର୍ଯ୍ୟନ୍ତ ଲିଭିନି। ବାୟୁସେନା ହେଲିକପ୍ଟରଗୁଡିକ କ୍ରମାଗତ ଭାବରେ ପାଣି ଛିଞ୍ଚୁଛନ୍ତି। ୩୦୦ରୁ ଅଧିକ ବନ କର୍ମଚାରୀ, ହୋମଗାର୍ଡ, ଗାଇଡ, ପ୍ରଶାସନିକ ଅଧିକାରୀ ଏବଂ ଗ୍ରାମବାସୀ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ପ୍ରାୟ ୨୦ରୁ ୨୫ କିଲୋମିଟର ଅଞ୍ଚଳରେ ନିଆଁ ଲାଗିଛି। ରାତିର ଅନ୍ଧକାରରେ ଦୂରରୁ ନିଆଁ ଦେଖିଯାଉଛି। ବାଘୁଣୀ ଏବଂ ଶାବକମାନେ ବିପଦରେ ଅଛନ୍ତି ।

ଅଗ୍ନିକାଣ୍ଡ ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ଗ୍ରାମବାସୀଙ୍କ ଫସଲ ମଧ୍ୟ ନଷ୍ଟ ହେଉଛି। ବାୟୁସେନାର ଦୁଇଟି ହେଲିକପ୍ଟର ଏବଂ ଏରିଆଲ ଲିଫ୍ଟ ଫାୟାର ବ୍ରିଗେଡ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ହେଲିକପ୍ଟରଗୁଡିକ ଦ୍ୱାରା ସିଲିସେଢ଼ ହ୍ରଦରୁ ପାଣି ଆଣି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ଏକ ଲକ୍ଷ ଲିଟର ପାଣି ସ୍ପ୍ରେ କରାଯାଇଛି।

ମାର୍ଚ୍ଚ ମାସ ଆରମ୍ଭ ହେବା ମାତ୍ରେ ଅଲୱାର ଜିଲାର ତାପମାତ୍ରା ୩୯ ଡିଗ୍ରୀକୁ ବୃଦ୍ଧି ପାଇଥିଲା। ଏହା ପରେ, ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ସରିସ୍କାର ପାର୍ବତ୍ୟ ଅଞ୍ଚଳରେ ତାପମାତ୍ରା ଏବେ ୫୦ ଡିଗ୍ରୀ ଛୁଇଁଛି।

ସରିସ୍କା ଜଙ୍ଗଲ ସଂରକ୍ଷଣ ଅଞ୍ଚଳରେ ନିଆଁ ଯୋଗୁ ୨୫୦ରୁ ଅଧିକ ଚିତା ବାଘ, ସମ୍ବର, ଚିତଲ, ସାପ, ନେଉଳ ଏବଂ ୨୭ ଟାଇଗର, ବାଘୁଣୀ ଏବଂ ବହଘ ଶାବକଙ୍କ ଜୀବନ ଉପରେ ସଙ୍କଟ ସୃଷ୍ଟି ହୋଇଛି। ଏହା ସହିତ ଜଙ୍ଗଲରେ ବାସ କରୁଥିବା ହଜାର ହଜାର ବନ୍ୟପ୍ରାଣୀଙ୍କ ଜୀବନ ବିପଦରେ ରହିଛି। ଏଭଳି ପରିସ୍ଥିତିରେ ପ୍ରଶାସନର ସମସ୍ତ ଉଦ୍ୟମ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହେଉ ନଥିବା ଅଭିଯୋଗ ହୋଇଛି।

ନିଆଁ ପ୍ରଭାବିତ ଅଞ୍ଚଳରେ ଥିବା ବାଘ ଏବଂ ବାଘ ଶାବକଙ୍କ ସମେତ ଅନ୍ୟ ବଣୁଆ ଜନ୍ତୁର ଗତିବିଧି ଉପରେ ନଜର ରଖାଯାଉଛି। ଶହ ଶହ ସାପ, ନେଉଳଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ସରିସ୍କା ପ୍ରଶାସନ ଦ୍ୱାରା ସେପରି କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ବନ୍ୟପ୍ରାଣୀମାନେ ଜୀବନ ବିକଳରେ ଜନବସତି ମୁହାଁ ହେବାରେ ଲାଗିଛନ୍ତି। ଏହା ସହିତ ଆଖପାଖ ଗାଁରେ ମହୁମାଛିଙ୍କ ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି।

ନିକଟସ୍ଥ ମାଲକେଡା, ପ୍ରୀତିପୁରା ଏବଂ ବାଲେଟା ସମେତ ପ୍ରାୟ ୬ଟି ଗାଁରେ ପ୍ରଶାସନ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ପୋଲିସ ଏବଂ ପ୍ରଶାସନ ସହିତ ଗ୍ରାମବାସୀଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।

ପୋଲିସ କର୍ମଚାରୀମାନେ ନିରନ୍ତର ପାଟ୍ରୋଲିଂ ଏବଂ ଘୋଷଣା ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି । କୌଣସି ଅସୁବିଧା ହେଲେ ତୁରନ୍ତ ପୋଲିସ ଏବଂ ପ୍ରଶାସନ ସହିତ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?