କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ମୃତ

ବିଜୟଓ୍ବାଡ଼ା, ୯।୮: ଏବେ କୋଭିଡ୍‌ କେୟାର ସେଣ୍ଟର ମଧ୍ୟ ଆକ୍ରାନ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ। ୩ ଦିନତଳେ ଗୁଜରାଟର ଅହମଦାବାଦ୍‌ଠାରେ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ସେହିପରି ରବିବାର ଭୋର ୫ଟା ୯ରେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ କୋଭିଡ୍‌ କେୟାର ସେଣ୍ଟର ଭାବେ ବ୍ୟବହାର କରାଯାଉଥିବା ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା କୁହାଯାଉଛି। ହୋଟେଲରେ ୩୦ ଜଣ କରୋନା ଆକ୍ରାନ୍ତ ଏବଂ ୧୦ ଜଣ କର୍ମଚାରୀ ଥିଲେ। ୩୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। କରୋନା ଆକ୍ରାନ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କିଭଳି ଅଗ୍ନିକାଣ୍ଡ ଲାଗିଲା ତାହାର ତଦନ୍ତ ଜାରି ରହିଛି। ତେବେ ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ଯୋଗୁ ଏଭଳି ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ପୋଲିସ କମିଶନର ବି. ଶ୍ରୀନିବାସୁଲୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା, ୩ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ,୩୧।୮: ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି। ଏହି ସମୟରେ, ଭୋଟେ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ନୂତନ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮ ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା…

ତୁଳା ରାଶିକୁ ଗୋଚର କରିବେ ଶୁକ୍ର; ୨ ସେପ୍ଟେମ୍ବରରେ ସୃଷ୍ଟି ହେବ ଅଦ୍ଭୁତ ଯୋଗ, ୪ରାଶିର ବଢ଼ିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବଙ୍କୁ ପ୍ରେମ, ବିବାହ, ସୌନ୍ଦର୍ଯ୍ୟ, ସୁଖ-ସମୃଦ୍ଧି, କଳା, ଯାନବାହନ ଏବଂ ଧନର କାରକ ବୋଲି ବିଚାର କରାଯାଏ। ୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର…

ନିର୍ଭୟା ଘଟଣାର ପୁନରାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

ଜିଲାସ୍ତରୀୟ ଜନଶୁଣାଣିରେ ଯୋଗଦେଲେ କନ୍ଧମାଳ ଜିଲାପାଳ-ଏସ୍‌ପି

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ବେଦଭୂଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri